Odisha Elections 2024

ମରାମତି ଅଭାବ: କଚେରି ପୋଖରୀ କଚଡ଼ାପୂର୍ଣ୍ଣ

ପଟ୍ଟାମୁଣ୍ଡାଇ,୭ା୧୦ (ଅକ୍ଷୟ ବିଶ୍ୱାଳ): ପଟ୍ଟାମୁଣ୍ଡାଇର ଐତିହାସିକ କଚେରି ପୋଖରୀ ପୁନର୍ନିର୍ମାଣ ଦାବିରେ ସହରବାସୀଙ୍କ ପକ୍ଷରୁ ବାରମ୍ବାର ଦାବି ହୋଇ ଆସୁଛି। ଏ ନେଇ ପଟ୍ଟାମୁଣ୍ଡାଇ ପୌର କର୍ତ୍ତୃପକ୍ଷ, ତହସିଲଦାର, ବିଡିଓ ଓ ଜିଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ସେହିପରି ବ୍ରିଟିଶ ଅମଳରୁ ନିର୍ମିତ କଚେରି ପୋଖରୀ ଖନନ ହେଉ ନ ଥିଲା। ଏ ଦିଗରେ ପଦକ୍ଷେପ ନେବା ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନ ଥିଲେ। ଫଳରେ କଚେରି ପୋଖରୀ ମରାମତି ଅଭାବରୁ ଏବେ କଚଡ଼ା ପୋଖରୀରେ ପରିଣତ ହୋଇଛି।
ଐତିହାସିକ କଚେରି ପୋଖରୀର କିସମ ପରିବର୍ତ୍ତନ, ସୀମା ନିର୍ଦ୍ଧାରଣ ଓ ଖନନ ପାଇଁ ସାମାଜିକ କର୍ମୀ ଅକ୍ଷୟ ବିଶ୍ୱାଳ କଟକ ଜିଲା ସ୍ଥାୟୀ ଲୋକ ଅଦାଲତରେ କେସ୍‌ ନଂ. ୧୧/୨୦୧୯ରେ ମାମଲା ରୁଜୁ କରିଥିଲେ। ପଟ୍ଟାମୁଣ୍ଡାଇ ତହସିଲଦାର, ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ, ଉପଜିଲାପାଳ ଓ ଜିଲାପାଳଙ୍କ ବିରୋଧରେ ମାମଲା ଋୁଜୁ କରିଥିଲେ। ଏହାର ଜବାବରେ ପକ୍ଷମାନେ ଲୋକ ଅଦାଲତରେ ହାଜର ହୋଇ ପୋଖରୀର ପୁନର୍ନିର୍ମାଣ, ସୀମା ନିର୍ଦ୍ଧାରଣ ଓ କିସମ ପରିବର୍ତ୍ତନ ପାଇଁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ତେବେ ପୋଖରୀର ମାପଚୁପ କରାଯାଇ ୧.୨୫ ଡିସିମିଲ ଜାଗା ଚିହ୍ନଟ କରାଯାଇ ବଗାୟତରୁ ପୋଖରୀ ଜଳାଶୟ କିସମ ପରିବର୍ତ୍ତନ କରାଯାଇଥିଲା। ଏହାର ଖନନ ପାଇଁ ରାଜ୍ୟ ସରକାର ୧ କୋଟି ୯୨ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। କିନ୍ତୁ ଏହି କାମ ଠିକ୍‌ ଭାବେ କରା ନ ଯିବାରୁ ଏବେ କଚେରିି ପୋଖରୀ ବିଭିନ୍ନ ଅଳିଆ, ଆର୍ବଜନା ପଡି କଚଡ଼ା ପୋଖରୀରେ ପରିଣତ ହୋଇଛି। ଅଳ୍ପ ପାଣି ଥିବାରୁ ପାଣି ପଚି ପୂତିଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ନିକଟ ଅତୀତରେ ପ୍ରତି ସହରରେ ଜଳାଶୟ ରହିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ପୌର ନିର୍ବାହୀ ଅଧକାରୀ, ପଟ୍ଟାମୁଣ୍ଡାଇ ତହସିଲଦାର, ଜିଲା ପ୍ରଶାସନର ଏଥିପ୍ରତି ଭ୍ରୂକ୍ଷେପ ନାହିଁ, ଫଳରେ ପଟ୍ଟାମୁଣ୍ଡାଇ ସହରବାସୀ ନାନା ସମସ୍ୟା ଭୋଗୁଛନ୍ତି। କଚେରି ପୋଖରୀକୁ ଲାଗି ଶ୍ରୀରାମ ମନ୍ଦିର, ହନୁମାନ ମନ୍ଦିର, ତହସିଲ ଅଫିସ ଓ ହାଟ ଥିଲେ ମଧ୍ୟ ଦୈନନ୍ଦିନ ଆସୁଥିବା ଲୋକ ନାନା ଅସୁବିଧାର ସମ୍ମୁଖୀନ ହୋଉଛନ୍ତି। ଅଳିଆ ପାଣିରେ କେହି ଗୋଡ଼ ବୁଡାଇବା ପାଇଁ ଉଚିତ ମନେକରୁ ନାହାନ୍ତି। କଚେରି ପୋଖରୀ ମଧ୍ୟରେ ଏକ ଗଭୀର କୂଅ ରହିଥିବା ବେଳେ ଏହି କୂଅଟି ପୋତି ହୋଇପଡିଲାଣି। ଫଳରେ ପାଣି ଝରି କଚେରି ପୋଖରୀଟି ପୂର୍ଣ୍ଣ ରହୁଥିବାବେଳେ କୂଅଟି ପୋତି ହୋଇପଡିଛି। ଫଳରେ ପୋଖରୀଟି ଶୁଖିଲା ପଡିଛି। ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ ପିଏଲ୍‌ଭି ପ୍ରଫୁଲ୍ଲ କୁମାର ଦାଶ, ଭବାନୀ ପଣ୍ଡା, ପ୍ରମୋଦ ସାହୁ, ଜିତେନ୍ଦ୍ର କୁମାର ନନ୍ଦୀ, ବିଜ୍ଞାନ ମିହିର ଜେନା, ପ୍ରବୀର କୁମାର ପାତ୍ର, ବିଦ୍ୟାଧର ଦାଶ, ସୁଶୀଲ କୁମାର ଦାଶ, ରୀତାଞ୍ଜଳି ଦାଶ, ସୌମ୍ୟରଞ୍ଜନ ଧଳ, ବିଜୟ ମହାନ୍ତିି ଓ ରାଜେନ୍ଦ୍ର କୁମାର ଦାଶ ପ୍ରମୁଖ ଦୃଢ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୋର୍ଦ୍ଧା ଜିଲାରେ ନିର୍ବାଚନ ପ୍ରସ୍ତୁତି: ଭୁବନେଶ୍ୱର ମଧ୍ୟରେ ବୁଥ୍‌ ପରିଚାଳନା କରିବେ ମହିଳା

ଖୋର୍ଦ୍ଧା(ପ୍ରଭାତ ପାଣିଗ୍ରାହୀ),୨୧।୫ : ରାଜ୍ୟରେ ୩ୟ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲାର ସମସ୍ତ ଆଠଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୫ ତାରିଖରେ ମତଦାନ ହେବ ।...

୨୩ରେ ଧାମନଗର ଆସିବେ ଜେପି ନଡ୍ଡା

ଧାମନଗର,୨୧।୫ (ସନ୍ତୋଷ କୁମାର ମହାପାତ୍ର): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତା ୨୩ ତାରିଖରେ ଭଦ୍ରକ ଜିଲା ଧାମନଗର ଆସିବେ। ଏହି ବିଧାନସଭା ଆସନ...

ପୋଖରୀରେ ବୁଡ଼ି ଚାଲିଗଲା ୨ ସମ୍ପର୍କୀୟ ଭଉଣୀଙ୍କ ଜୀବନ

ବିଞ୍ଝାରପୁର,୨୧ା୫(ରାମକୃଷ୍ଣ ଦାସ): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅଧୀନ କପିଳା ପଞ୍ଚାୟତ ରଁାସ-ଗୁହାଳି ଗ୍ରାମରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଗାଁ ପୋଖରୀରେ...

କେନ୍ଦୁଝରରେ ଅମିତ ଶାହା ଦେଲେ ବଡ଼ ବୟାନ 

କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର କେନ୍ଦୁଝର ଜିଲା ଗସ୍ତରେ ଆସି ଭାଜପା ଲୋକ ସଭା ପ୍ରାର୍ଥୀ ଅନନ୍ତ ନାୟକ...

ଷ୍ଟ୍ରଙ୍ଗରୁମ୍‌ରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ

ବାଲିଗୁଡ଼ା,୨୧।୫:(ସଞ୍ଜୟ କୁମାର ପାଣିଗ୍ରାହୀ): ଦେଶର ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଏବଂ ଓଡ଼ିଶାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ମେ’ ୨୦ ତାରିଖରେ ଶେଷ ହୋଇଛି। ଏହି...

କାଜୁର ଅମଳ ବେଳକୁ ଅଭାବୀ ବିକ୍ରି: ଚିନ୍ତାରେ ଚାଷୀ

ଭବାନୀପାଟଣା,୨୧ା୫ (ଉତ୍ତମ କୁମାର ଦାଶ)- କାଳବୈଶାଖୀ ପ୍ରଭାବରେ ଝଡ଼ିଗଲା କାଜୁ ବଉଳ। ଆଉ ଯାହା କିଛି ରହିଥିଲା ଅମଳ ବେଳକୁ ଏବେ ଅଭାବୀ ବିକ୍ରି ଚାଷୀକୁ...

ଓଡ଼ିଶାରେ ପ୍ରଥମ ଥର ପାଇଁ ଶାହା କହିଦେଲେ ଏମିତି କଥା, ବିରୋଧୀ ଛାନିଆ

ନୟାଗଡ,୨୧।୫: ସମ୍ବଲପୁରରେ ପ୍ରଚାର ପରେ ଢେଙ୍କାନାଳ ପରଜଙ୍ଗରେ ପହଞ୍ଚିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। । ବିରାଟ ଜନସଭାକୁ ସମ୍ବୋଧିତ କରି ସେ ପୁଣି ବିଜେଡି ଉପରେ...

ବିଧାୟକ, ସାଂସଦ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ପାଣ୍ଡିଆନ

ପାଟଣା,୨୧।୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ସାହାରପଡ଼ା ବ୍ଲକ ମୁଖ୍ୟାଳୟ ହାଇସ୍କୁଲ ପଡ଼ିଆରେ ମଙ୍ଗଳବାର ଅପରାହ୍ନରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିୟାନ ପାଟଣା ବିଜେଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri