ରେମ୍‌ଡେସିଭିର୍‌ ଅଭାବ

ଭୁବନେଶ୍ୱର, ୨୭।୪(ବ୍ୟୁରୋ): କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ଏବେ ଦୁଇଟି ଔଷଧ ବ୍ୟବହାର କରାଯାଉଛି। ଗୋଟିଏ ହେଉଛି ଫାବିପିରାଭିର୍‌ ୨୦୦ଏମ୍‌ଜି ଟାବ୍‌ଲେଟ୍‌ ଓ ଅନ୍ୟଟି ହେଉଛି ରେମ୍‌ଡେସିଭିର୍‌ ୧୦୦ଏମ୍‌ଜି ଇଞ୍ଜେକ୍ସନ। ତେବେ ରାଜ୍ୟରେ ଏବେ ରେମ୍‌ଡେସିଭିର୍‌ର ଅଭାବ ଦେଖାଦେଇଛି। ମଧ୍ୟମରୁ ଗୁରୁତର ରୋଗୀଙ୍କ ପାଇଁ ଏହାକୁ ବ୍ୟବହାର କରାଯାଇଥାଏ। ଯେତେବେଳେ ରୋଗୀଙ୍କ ଅକ୍ସିଜେନ ସାଚୁରେଶନ ଖସିଥାଏ, ସେତେବେଳେ ରେମ୍‌ଡେସିଭିର୍‌ ଫଳପ୍ରଦ ହୋଇଥାଏ। ବର୍ତ୍ତମାନ ସାରା ଦେଶରେ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ହୁ ହୁ ହୋଇ ବଢ଼ୁଛି। କରୋନାର ଦ୍ୱିତୀୟ ଲହରରେ ଆସିଥିବା ନୂଆ ଷ୍ଟ୍ରେନ୍‌ ରୋଗୀଙ୍କ ଶରୀରରେ ଅକ୍ସିଜେନ ସ୍ତରକୁ ଖସାଇ ଦେଉଥିବାରୁ ରେମ୍‌ଡେସିଭିର୍‌ର ଆବଶ୍ୟକତା ବଢ଼ି ଯାଇଛି। ଏପରିସ୍ଥିତିରେ କେତେକ ଘରୋଇ ହସ୍ପିଟାଲ ଓ ଷ୍ଟକିଷ୍ଟ ପଏଣ୍ଟ୍‌ରେ ଏହି ଇଞ୍ଜେକ୍ସନ ମିଳୁ ନ ଥିବାରୁ ରୋଗୀ ଚିକିତ୍ସା ଗୁରୁତର ପ୍ରଭାବିତ ହେଉଛି। ତେବେ ଷ୍ଟକିଷ୍ଟ୍‌ମାନେ ଅଧିକ ଦାମ୍‌ରେ ବାହାର ରାଜ୍ୟର ଘରୋଇ ହସ୍ପିଟାଲକୁ ବିକ୍ରି କରିବା ସହ ବେଆଇନ ମହଜୁଦ ରଖିଥିବା ମଧ୍ୟ ଅଭିଯୋଗ ଉଠୁଛି।
ଭୁବନେଶ୍ୱର ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡା. ଅଶୋକ ମହାପାତ୍ର କହିଛନ୍ତି, ଓଡ଼ିଶାରେ ଏହାର ଅଭାବ କେବେଠାରୁ ଦେଖାଦେଇସାରିଲାଣି। ସବୁ ଜାଗାରେ ରେମ୍‌ଡେସିଭିର୍‌ ଉପଲବ୍ଧ ନାହିଁ। ରାତି ଅଧରେ ବି ମୋତେ ଲୋକେ ଫୋନ୍‌ କରି କେଉଁଠି ମିଳୁଛି ବୋଲି ପଚାରୁଛନ୍ତି। ତେବେ ସମସ୍ତେ ଏହି ଔଷଧ ବ୍ୟବହାର କରିବା ଅନୁଚିତ। ଯେଉଁମାନଙ୍କର ଅନ୍ୟ କିଛି ରୋଗ ନ ଥିବ କିମ୍ବା ଯେଉଁମାନଙ୍କର ସ୍ବାସ୍ଥ୍ୟ ପୂରା ଗୁରୁତର ଥିବ ସେମାନଙ୍କୁ ଏହି ଇଞ୍ଜେକ୍ସନ ଦେବାର ଆବଶ୍ୟକତା ନାହିଁ ବୋଲି ମହାପାତ୍ର କହିଛନ୍ତି।
ଅନ୍ୟପକ୍ଷରେ କଳାବଜାର ପାଇଁ ଏପରି ଅଭାବ ଦେଖାଦେଇଥିବା ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି। କଟକ ଏସ୍‌ସିବି ମେଡିକାଲର ଭେଷଜ ବିଭାଗର ଡାକ୍ତର ଜୟନ୍ତ ପଣ୍ଡା କୁହନ୍ତି, ଓଡ଼ିଶାରେ କଳାବଜାର ହେଉଛି ଏବଂ ଓଡ଼ିଶାରୁ ବାହାରକୁ ମଧ୍ୟ ଔଷଧ ପଠାଯାଉଛି। ଯାହାର ଦାମ୍‌ ୨ହଜାର ଟଙ୍କା, ତାକୁ ୨୪/୨୫ହଜାର ଟଙ୍କାରେ ବିକ୍ରି କରୁଛନ୍ତି। ଆଗକୁ କାଳେ ରେମ୍‌ଡେସିଭିର୍‌ ସରିଯିବ, ତେଣୁ ବହୁତ ଲୋକ ଏବେଠାରୁ କିଣିକି ଘରେ ଗଚ୍ଛିତ ରଖୁଛନ୍ତି। ଔଷଧ ପାଇଁ ଲୋକେ ରାସ୍ତାରେ ଦୌଡ଼ିଲେ କଳାବଜାର ନିଶ୍ଚିତ ହେବ। କଳାବଜାରକାରୀମାନେ ନିଜ ଲାଭ ପାଇଁ କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି। ଲୋକେ ବୁଝୁନାହାନ୍ତି ଯେ, ରେମ୍‌ଡେସିଭିର୍‌ ଘରେ ନେଇ ରଖିବାର ଇଞ୍ଜେକ୍ସନ ନୁହେଁ। ଏପରିକି ଅକ୍ସିଜେନ୍‌ ସିଲିଣ୍ଡର ବି ନେଇ ଘରେ ରଖୁଛନ୍ତି। ଅନେକ ରୋଗୀ ମଧ୍ୟ ମୋତେ ପଚାରୁଛନ୍ତି କେଉଁ କମ୍ପାନୀର ଅକ୍ସିଜେନ୍‌ କିଣିବୁ।
ଓଡ଼ିଶାକୁ ବର୍ତ୍ତମାନ ୩ଟି କମ୍ପାନୀ ରେମ୍‌ଡେସିଭିର୍‌ ଇଞ୍ଜେକ୍ସନ ଯୋଗାଉଛନ୍ତି। ଏହା କେବଳ ହସ୍ପିଟାଲ ସପ୍ଲାଏ ପାଇଁ ଉଦ୍ଦିଷ୍ଟ। ରିଟେଲ୍‌ରେ ଏହା ମିଳେ ନାହିଁ। ତେବେ ରୋଗୀ ପଜିଟିଭ୍‌ ଚିହ୍ନଟ ହେବା ପରେ ହସ୍ପିଟାଲରୁ ଡାକ୍ତରଙ୍କ ପରାମର୍ଶକ୍ରମେ ଷ୍ଟକିଷ୍ଟ ପାଖରୁ ନେଇପାରିବେ। ତେଣୁ ଲୋକେ ଷ୍ଟକ୍‌ିଷ୍ଟ ପଏଣ୍ଟରୁ ନେଇ ବ୍ୟବହାର କରୁଛନ୍ତି। ହେଲେ ଅନେକ ସମୟରେ ଏହି ଇଞ୍ଜେକ୍ସନ ଉପଲବ୍ଧ ହେଉ ନ ଥିବା ଜଣାପଡିଛି।
ଏ ସମ୍ପର୍କରେ ଡ୍ରଗ୍ସ କଣ୍ଟ୍ରୋଲର ଅନ୍ନଦା ଦାସ କହିଛନ୍ତି, ଷ୍ଟକ୍‌ ଏବେ କେତେ ଅଛି ଜଣାପଡ଼ିବନି। କିନ୍ତୁ ଆମର କେବେ ଅଭାବ ଦେଖାଦେଇନି। ପ୍ରତି ଦୁଇ ତିନିଦିନରେ ଥରେ ଆସୁଛି ବୋଲି ସେ କହିଛନ୍ତି। ଏନେଇ କେତେଜଣ ଷ୍ଟକିଷ୍ଟଙ୍କ ସହ ଯୋଗାଯୋଗ କରାଯାଇଥିଲା। ସେମାନେ କହିଛନ୍ତି ଯେ, ପୂର୍ବରୁ ଆମେ ବହୁତ ପରିମାଣରେ ଗଚ୍ଛିତ ରଖୁଥିଲୁ। ଏବେ ଯୋଗାଣ ଠିକ୍‌ ଭାବେ ହେଇପାରୁ ନ ଥିବାରୁ ଅଭାବ ପରିଲକ୍ଷିତ ହେଉଛି।
ଅପରପକ୍ଷରେ ଏଡିଜି (ଆଇନଶୃଙ୍ଖଳା) ଯଶୱନ୍ତ ଜେଠୱା କହିଛନ୍ତି, ରାଜ୍ୟରେ କୋଭିଡ୍‌ ପାଇଁ ବ୍ୟବହୃତ ଔଷଧ କଳାବଜାର ରୋକିବାକୁ ୨୨ ଫ୍ଲାଇଂ ସ୍କ୍ବାଡ୍‌ କାର୍ଯ୍ୟ କରୁଛି। ଔଷଧ ନିର୍ମାତାଙ୍କଠାରୁ ଔଷଧ ଆସିବା ଓ ବ୍ୟବହାର ପର୍ଯ୍ୟନ୍ତ ଟିକ୍‌ନିକ୍‌ ହିସାବ ରଖାଯାଉଛି। ୨୦ ହସ୍ପିଟାଲ, ସିଆଣ୍ଡ୍‌ଏଫ୍‌, ବିତରକଙ୍କୁ ସ୍କ୍ବାଡ୍‌ ପକ୍ଷରୁ ଚେତାବନୀ ଦିଆଯାଇଛି। ରାଜ୍ୟରେ ଉପଲବ୍ଧ କରୋନା ଔଷଧ ଯେପରି ରାଜ୍ୟ ବାହାରକୁ ନ ଯାଏ, ସେଥିପ୍ରତି ଏହି ସ୍କ୍ବାଡ୍‌ ତୀକ୍ଷ୍ଣ ନଜର ରଖିଛି। ଖିଲାପ ହେଉଥିବା ନଜରକୁ ଆସିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜେଠୱା ସୂଚନା ଦେଇଛନ୍ତି।
ଘରୋଇ ହସ୍ପିଟାଲରେ ଆକ୍ରାନ୍ତଙ୍କୁ ମିଳିଲାନି ଔଷଧ
ବ୍ରହ୍ମପୁରର ସବିତା ପ୍ରଧାନ(୫୬) କରୋନାରେ ଆକ୍ରାନ୍ତ ହୋଇ ଗତ ୨୩ରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ରବିବାର ସବିତାଙ୍କ ଅକ୍ସିଜେନ ସାଚୁରେଶନ କମିଯିବା ପରେ ରେମ୍‌ଡେସିଭିର୍‌ ଇଞ୍ଜେକ୍ସନ ଆବଶ୍ୟକ ପଡ଼ିଥିଲା। କିନ୍ତୁ ସେତେବେଳେ ଉକ୍ତ ହସ୍ପିଟାଲରେ ଇଞ୍ଜେକ୍ସନ ନ ଥିଲା। ଡାକ୍ତର ରୋଗୀଙ୍କ ଘର ଲୋକଙ୍କୁ ଏକ ଲେଖା ଧରାଇ ଅନ୍ୟ କେଉଁଠୁ ଆଣିବା ପାଇଁ ପରାମର୍ଶ ଦେଇଥିଲେ। ଏହାପରେ ଇଞ୍ଜେକ୍ସନ କେଉଁଠି ମିଳିବ, କେମିତି ତୁରନ୍ତ ଯୋଗାଡ଼ କରିବେ ତାହାକୁ ନେଇ ଚିନ୍ତାରେ ପଡ଼ିଯାଇଥିଲେ ସବିତାଙ୍କ ପୁଅ ଅମରେଶ। ସେ କୁହନ୍ତି, ରବିବାର ଶଟ୍‌ଡାଉନ୍‌ ଥିବା ଜାଣି ମଧ୍ୟ ଆମକୁ ଅନ୍ୟତ୍ର ମେଡିସିନ ଆଣିବା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ ପଠାଇଥିଲେ। ଆମେ ତାଙ୍କୁ ଶଟ୍‌ଡାଉନ୍‌ ସମସ୍ୟା କହିବାରୁ ଉତ୍ତର ମିଳିଥିଲା, ତୁମର ଯଦି ଏତେ ପ୍ରଶ୍ନ ଅଛି ତେବେ ତୁମେ ମେଡିସିନ ବଦଳାଇ ନେଇଯାଅ। ଏପରି ସ୍ଥିତିରେ ବହୁତ ଡରିଯାଇଥିଲି। ବହୁତ ଖୋଜାଖୋଜି କରିଥିଲେ ମଧ୍ୟ କେଉଁଠି ଉକ୍ତ ଇଞ୍ଜେକ୍ସନ ମିଳି ନ ଥିଲା। ହେଲେ ଭାଗ୍ୟ ମୋର ସାଥ୍‌ ଦେଇଥିଲା। ଏମ୍ସରେ ମୋର ଜଣେ ସାଙ୍ଗ ଥିବାରୁ ରୋଗୀଙ୍କୁ ରାତାରାତି ସେଠାକୁ ସ୍ଥାନାନ୍ତର କରିଦେଇଥିଲୁ। ଏମ୍ସରେ ସେହି ଇଞ୍ଜେକ୍ସନ ମହଜୁଦ ଥିଲା। ଏବେ ମା’ଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଅଛି। ତେବେ ଔଷଧ ଅଭାବ ଓ ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଏପରି ମନୋଭାବ ଠିକ୍‌ ନୁହେଁ ବୋଲି ଅମରେଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri