ବର୍ଷା ଅଭାବ,ପଛେଇଛି କୃଷିକାର୍ଯ୍ୟ

ବାରିପଦା ଅଫିସ, ୭ା୭- ସ୍ବଳ୍ପ ବୃଷ୍ଟିପାତ ଯୋଗୁ ମୟୂରଭଞ୍ଜ ଜିଲାରେ ଧାନ ଚାଷ ବାଧାପ୍ରାପ୍ତ ହୋଇଛି । ଧାନ ତଳି ପ୍ରସ୍ତୁତ ହୋଇସାରିଥିବା ବେଳେ ପାଣି ଅଭାବରୁ ଚାଷ କାର୍ଯ୍ୟ ଆଗେଇ ପାରୁନାହିଁ । ଫଳରେ ଚାଷୀକୂଳ ଆଶଙ୍କାରେ ଦିନ ଗଣୁଛନ୍ତି। ଏପରି ସ୍ଥିତିରେ ଅଣଧାନ ଫସଲ ଚାଷ ଦୃତଗତିରେ ଆଗେଇ ଚାଲିଛି ।
ଚଳିତ ବର୍ଷ ଜୁନ ମାସରେ ଜିଲାରେ ହାରାହାରି ୧୭୭.୩୦ ମିମି ବୃଷ୍ଟିପାତ ହୋଇଛି। ଯାହାକି ପୂର୍ବବର୍ଷରେ ରେକର୍ଡ କରାଯାଇଥିବା ସାଧାରଣ ବୃଷ୍ଟିପାତ ୨୬୫.୮ମିମିଠାରୁ ଶତକଡା ୩୩.୨୯ ପ୍ରତିଶତ କମ୍‌ ରହିଛି । ଏହି ବୃଷ୍ଟିପାତରେ ଚାଷ କାର୍ଯ୍ୟ ପାଇଁ ଜମିର ପ୍ରସ୍ତୁତି, ଅଣଧାନ ମଧ୍ୟର ଚିନାବାଦାମ, ଖସା, ଅଳସି, ମେସ୍ତା, ମକା, ମୁଗ, ରାଶି, ବିରି, ନାଡୁକା, ହରଡ ଆଦି ବୁଣା କର୍ଯ୍ୟ ଜୋରରେ ଚାଲିଛି ା ଜୁଲାଇ ମାସର ପ୍ରଥମ ସପ୍ତାହର ୫ଦିନ ମଧ୍ୟରେ ଉଦଳା, ବାଙ୍ଗିରିପୋଷି, ବହଳଦା, ବାରିପଦା, ବେତନଟୀ, ବଡ଼ସାହି ଆଦି ବ୍ଲକ ଅଞ୍ଚଳରେ ୫୦ମି.ମି.ରୁ ଅଧିକ ବର୍ଷା ରେକର୍ଡ କରାଯାଇଥିବା ବେଳେ କୁସୁମୀ ବ୍ଲକରେ ୪୭ ମି.ମି., ଶୁକୃଳିରେ ୬୨ମି.ମି. ଓ ରରୁଆଁରେ ୪୭ମି.ମି. ବର୍ଷା ହୋଇଛି ା ଅନ୍ୟ ବ୍ଲକ ମାନଙ୍କରେ ହାରାହାରି ୨୪ରୁ ୨୫ମି.ମି. ଭିତରେ ବର୍ଷା ରେକର୍ଡ କରାଯାଇଛି ା ବୃଷ୍ଟିପାତକୁ ଲକ୍ଷ୍ୟ ରଖି ଚାଷୀମାନେ ରୁଆ ବେଉଷଣ କାର୍ଯ୍ୟ ଆରମ୍ଭ କରିବାର ଆଶା ରଖିଥିବାବେଳେ ୭/୮ଦିନ ମଧ୍ୟରେ ପ୍ରବଳ ବର୍ଷା ନ ହେଲେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇପାରେ ବୋଲି ଚାଷୀ ଭାଗବତ ପଣ୍ଡା, ହରେକୃଷ୍ଣ ବେହେରା ପ୍ରକାଶ କରିଛନ୍ତି ା
ସୂଚନା ଅନୁଯାୟୀ,୪ଲକ୍ଷ ୩୭ହଜାର ହେକ୍ଟର ଜମିରେ ଖରିଫ ଫସଲ ହେବାକୁ ଥିବା ବେଳେ ଅଦ୍ୟାବଧି ୫୨ହଜାର୮୭୨ ହେକ୍ଟର ଚାଷ ଜମିରେ ଧାନ ଓ ଅଣଧାନ ଫସଲ ଚାଷ ହୋଇଛି ା ସେଥିମଧ୍ୟରୁ ୧ଲକ୍ଷ ୫୪ହଜାର ୯୬୧ହେକ୍ଟର ଜଳସେଚିତ ଜମିରେ ମୋଟ ୮ହଜାର୫୨୨ହେକ୍ଟର ଜମିରେ ଧାନ ଓ ଅଣଧାନ ଫସଲ ହୋଇଥିବା ଜିଲା ମୁଖ୍ୟ କୃଷି ଅଧିକାରୀ ସଞ୍ଜୟ କୁମାର ମହାନ୍ତି ପ୍ରକାଶ କରିଛନ୍ତି। ଅଦ୍ୟାବଧି ଜିଲାରେ ୨ଲକ୍ଷ ୮୩ହଜାର ହେକ୍ଟରରୁ ୨୪ହଜାର ୭୧୮ ହେକ୍ଟର ଜମିରେ ଧାନ, ୪ହଜାର ହେକ୍ଟରରୁ ୧୧୧୨ ହେକ୍ଟରରେ ମକା, ୬୩୦ ହେକ୍ଟରରୁ ୮୩ ହେକ୍ଟରରେ ରାଶି, ୫୪୯୪୦ହେକ୍ଟରରୁ ୫୭୮୭ ହେକ୍ଟରରେ ଡାଲି ଜାତୀୟ ଫସଲ, ୭୦୪୫ ହେକ୍ଟରରୁ ୯୪୬ ହେକ୍ଟରରେ ତୈଳବୀଜ, ୭୦ହଜାର ୯୮୫ହେକ୍ଟରରୁ ୧୨ହଜାର ୪୦୮ହେକ୍ଟରରେ ପନିପରିବା ଓ ୫ହଜାର ହେକ୍ଟରରୁ ୧୯୫୦ହେକ୍ଟରରେ ମସଲାଜାତୀୟ ଚାଷ ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନର ପାଣିପାଗ ଅଣଧାନ ଫସଲ ପାଇଁ ବେଶ୍‌ ଅନୁକୂଳ ହୋଇଥିବାରୁ ଅଣଧାନ ଓ ପନିପରିବା ଚାଷ କାର୍ଯ୍ୟ ଆଗେଇ ଚାଲିଛି। ଆବଶ୍ୟକ ଜଳସେଚନ ବ୍ୟବସ୍ଥା ହୋଇ ନ ପାରିବାରୁ ଧାନଚାଷ ବାଧାପ୍ରାପ୍ତ ହେଉଥିବା ଚାଷୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri