ବର୍ଷା ଅଭାବ,ପଛେଇଛି କୃଷିକାର୍ଯ୍ୟ

ବାରିପଦା ଅଫିସ, ୭ା୭- ସ୍ବଳ୍ପ ବୃଷ୍ଟିପାତ ଯୋଗୁ ମୟୂରଭଞ୍ଜ ଜିଲାରେ ଧାନ ଚାଷ ବାଧାପ୍ରାପ୍ତ ହୋଇଛି । ଧାନ ତଳି ପ୍ରସ୍ତୁତ ହୋଇସାରିଥିବା ବେଳେ ପାଣି ଅଭାବରୁ ଚାଷ କାର୍ଯ୍ୟ ଆଗେଇ ପାରୁନାହିଁ । ଫଳରେ ଚାଷୀକୂଳ ଆଶଙ୍କାରେ ଦିନ ଗଣୁଛନ୍ତି। ଏପରି ସ୍ଥିତିରେ ଅଣଧାନ ଫସଲ ଚାଷ ଦୃତଗତିରେ ଆଗେଇ ଚାଲିଛି ।
ଚଳିତ ବର୍ଷ ଜୁନ ମାସରେ ଜିଲାରେ ହାରାହାରି ୧୭୭.୩୦ ମିମି ବୃଷ୍ଟିପାତ ହୋଇଛି। ଯାହାକି ପୂର୍ବବର୍ଷରେ ରେକର୍ଡ କରାଯାଇଥିବା ସାଧାରଣ ବୃଷ୍ଟିପାତ ୨୬୫.୮ମିମିଠାରୁ ଶତକଡା ୩୩.୨୯ ପ୍ରତିଶତ କମ୍‌ ରହିଛି । ଏହି ବୃଷ୍ଟିପାତରେ ଚାଷ କାର୍ଯ୍ୟ ପାଇଁ ଜମିର ପ୍ରସ୍ତୁତି, ଅଣଧାନ ମଧ୍ୟର ଚିନାବାଦାମ, ଖସା, ଅଳସି, ମେସ୍ତା, ମକା, ମୁଗ, ରାଶି, ବିରି, ନାଡୁକା, ହରଡ ଆଦି ବୁଣା କର୍ଯ୍ୟ ଜୋରରେ ଚାଲିଛି ା ଜୁଲାଇ ମାସର ପ୍ରଥମ ସପ୍ତାହର ୫ଦିନ ମଧ୍ୟରେ ଉଦଳା, ବାଙ୍ଗିରିପୋଷି, ବହଳଦା, ବାରିପଦା, ବେତନଟୀ, ବଡ଼ସାହି ଆଦି ବ୍ଲକ ଅଞ୍ଚଳରେ ୫୦ମି.ମି.ରୁ ଅଧିକ ବର୍ଷା ରେକର୍ଡ କରାଯାଇଥିବା ବେଳେ କୁସୁମୀ ବ୍ଲକରେ ୪୭ ମି.ମି., ଶୁକୃଳିରେ ୬୨ମି.ମି. ଓ ରରୁଆଁରେ ୪୭ମି.ମି. ବର୍ଷା ହୋଇଛି ା ଅନ୍ୟ ବ୍ଲକ ମାନଙ୍କରେ ହାରାହାରି ୨୪ରୁ ୨୫ମି.ମି. ଭିତରେ ବର୍ଷା ରେକର୍ଡ କରାଯାଇଛି ା ବୃଷ୍ଟିପାତକୁ ଲକ୍ଷ୍ୟ ରଖି ଚାଷୀମାନେ ରୁଆ ବେଉଷଣ କାର୍ଯ୍ୟ ଆରମ୍ଭ କରିବାର ଆଶା ରଖିଥିବାବେଳେ ୭/୮ଦିନ ମଧ୍ୟରେ ପ୍ରବଳ ବର୍ଷା ନ ହେଲେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇପାରେ ବୋଲି ଚାଷୀ ଭାଗବତ ପଣ୍ଡା, ହରେକୃଷ୍ଣ ବେହେରା ପ୍ରକାଶ କରିଛନ୍ତି ା
ସୂଚନା ଅନୁଯାୟୀ,୪ଲକ୍ଷ ୩୭ହଜାର ହେକ୍ଟର ଜମିରେ ଖରିଫ ଫସଲ ହେବାକୁ ଥିବା ବେଳେ ଅଦ୍ୟାବଧି ୫୨ହଜାର୮୭୨ ହେକ୍ଟର ଚାଷ ଜମିରେ ଧାନ ଓ ଅଣଧାନ ଫସଲ ଚାଷ ହୋଇଛି ା ସେଥିମଧ୍ୟରୁ ୧ଲକ୍ଷ ୫୪ହଜାର ୯୬୧ହେକ୍ଟର ଜଳସେଚିତ ଜମିରେ ମୋଟ ୮ହଜାର୫୨୨ହେକ୍ଟର ଜମିରେ ଧାନ ଓ ଅଣଧାନ ଫସଲ ହୋଇଥିବା ଜିଲା ମୁଖ୍ୟ କୃଷି ଅଧିକାରୀ ସଞ୍ଜୟ କୁମାର ମହାନ୍ତି ପ୍ରକାଶ କରିଛନ୍ତି। ଅଦ୍ୟାବଧି ଜିଲାରେ ୨ଲକ୍ଷ ୮୩ହଜାର ହେକ୍ଟରରୁ ୨୪ହଜାର ୭୧୮ ହେକ୍ଟର ଜମିରେ ଧାନ, ୪ହଜାର ହେକ୍ଟରରୁ ୧୧୧୨ ହେକ୍ଟରରେ ମକା, ୬୩୦ ହେକ୍ଟରରୁ ୮୩ ହେକ୍ଟରରେ ରାଶି, ୫୪୯୪୦ହେକ୍ଟରରୁ ୫୭୮୭ ହେକ୍ଟରରେ ଡାଲି ଜାତୀୟ ଫସଲ, ୭୦୪୫ ହେକ୍ଟରରୁ ୯୪୬ ହେକ୍ଟରରେ ତୈଳବୀଜ, ୭୦ହଜାର ୯୮୫ହେକ୍ଟରରୁ ୧୨ହଜାର ୪୦୮ହେକ୍ଟରରେ ପନିପରିବା ଓ ୫ହଜାର ହେକ୍ଟରରୁ ୧୯୫୦ହେକ୍ଟରରେ ମସଲାଜାତୀୟ ଚାଷ ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନର ପାଣିପାଗ ଅଣଧାନ ଫସଲ ପାଇଁ ବେଶ୍‌ ଅନୁକୂଳ ହୋଇଥିବାରୁ ଅଣଧାନ ଓ ପନିପରିବା ଚାଷ କାର୍ଯ୍ୟ ଆଗେଇ ଚାଲିଛି। ଆବଶ୍ୟକ ଜଳସେଚନ ବ୍ୟବସ୍ଥା ହୋଇ ନ ପାରିବାରୁ ଧାନଚାଷ ବାଧାପ୍ରାପ୍ତ ହେଉଥିବା ଚାଷୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

ଭୋଜି ସାରି ଫେରୁଥିଲେ, ମୁହାଁମୁହିଁ ହେଲା ୨ ବାଇକ୍‌, ଆଉ ତା’ ପରେ…

ଭଞ୍ଜନଗର,୧୯ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳଭଣ୍ଡାର ସେତୁ ନିକଟରେ ଶୁକ୍ରବାର ଅପରାହ୍ନରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାସୁ ଦାସ...

୬ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର, ଦେଖିବାକୁ ଲୋକଙ୍କ ଭିଡ଼

ଧର୍ମଶାଳା,୧୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଗଡମଧୁପୁର ନିକଟରୁ ଏକ ୬ଫୁଟ ଲମ୍ବର ଅଜଗର ଶୁକ୍ରବାର ଦିନ ଉଦ୍ଧାର କରାଯାଇଛି। ଗ୍ରାମରେ ଥିବା ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri