ନୈତିକତାର ଅଭାବ

ଗତମାସରେ ୧୦୦ ଜଣ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କର ଏକ ଗୋଷ୍ଠୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ସ୍ବାକ୍ଷରକାରୀଙ୍କ ମଧ୍ୟରେ ଥିଲେ ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌ ଓ୍ବିଙ୍ଗ(ର’)ର ପୂର୍ବତନ ମୁଖ୍ୟ ଏବଂ ଜଣେ ପୂର୍ବତନ ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନ୍‌ଏସ୍‌ଏ)। ସେମାନେ ଉଲ୍ଲେଖ କରିଥିଲେ ଯେ, ଭାରତର ସାମ୍ପ୍ରଦାୟିକ ହିଂସା ଏବେ ଆଉ ଦୃଢ଼ ହିନ୍ଦୁତ୍ୱ ପରିଚୟର ରାଜନୀତି ହୋଇ ରହିନାହିଁ କି ଅନେକ ଦଶନ୍ଧି ଧରି ଘଟିଆସୁଥିବା ସାମ୍ପ୍ରଦାୟିକ ହିଂସା ଯାହା ଗତ କିଛି ବର୍ଷ ହେବ ପୂର୍ବାପେକ୍ଷା ଏକ ଭିନ୍ନ ସ୍ଥିତିର ଅଂଶ ହୋଇଯାଇଛି, ତାହାକୁ ଅଧିକ ଉଷ୍ଣ କରାଯାଉନାହିଁ। କିନ୍ତୁ ବର୍ତ୍ତମାନ ଚିନ୍ତାଜନକ ବିଷୟ ହେଉଛି, ଆମ ସମ୍ବିଧାନର ମୌଳିକ ସିଦ୍ଧାନ୍ତକୁ ନୂ୍ୟନ କରାଯାଉଛି ଓ ବହୁସଂଖ୍ୟକବାଦ (ଯେଉଁଥିରେ ବହୁ ସଂଖ୍ୟକଙ୍କୁ ଗୁରୁତ୍ୱ ଦିଆଯାଏ) ଶକ୍ତି ପାଇଁ ଉଦ୍ଦିଷ୍ଟ ରୁଲ୍ସ ଅଫ୍‌ ଲ’କୁ କମ୍‌ ଗୁରୁତ୍ୱ ଦିଆଯାଉଛି। ଫଳରେ ଦେଶ ବେଆଇନ କାର୍ଯ୍ୟକଳାପରେ ଜଡ଼ିତ ରହିବା ସ୍ପଷ୍ଟ ହୋଇଛି। ଚିଠିରେ କ’ଣ କୁହାଗଲା ସେଥିରେ ଅସହମତ ହେବା କଷ୍ଟକର। ତେବେ ସେହି ଚିଠିର ଜବାବରେ ୧୦୦ ଜଣ ସରକାରୀ ଚାକିରିଆଙ୍କ ଆଉ ଏକ ଗୋଷ୍ଠୀ ହିନ୍ଦୁତ୍ୱ ରାଜନୀତି ସପକ୍ଷରେ ଲେଖିଥିଲେ। ଉଲ୍ଲେଖନୀୟ, ଏହି ଚିଠିରେ ର’ର ଜଣେ ପୂର୍ବତନ ମୁଖ୍ୟ ଓ ଏନ୍‌ଏସ୍‌ଏର ପୂର୍ବତନ ମୁଖ୍ୟ ବି ଥିଲେ। ସେମାନେ ପୂର୍ବ ଚିଠିର ସ୍ବାକ୍ଷରକାରୀଙ୍କୁ ଦେଶଦ୍ରୋହୀ ବୋଲି କହିଥିଲେ। ମୋ ମତରେ ଏହା ଅତ୍ୟନ୍ତ କୌତୂହଳପ୍ରଦ ଏବଂ ଆମ ସିଭିଲ ସର୍ଭିସ ସ୍ଥିତିର ପରିିପ୍ରକାଶ। ଏବେ ଭାରତରେ କ’ଣ ଘଟୁଛି ସିଭିଲ ସର୍ଭିସ ମଧ୍ୟରୁ ପ୍ରାୟତଃ କେହି ଜଣେ ବି ସେ ବିଷୟରେ ପ୍ରଶ୍ନ ଉଠାଉନାହାନ୍ତି। କିନ୍ତୁ ଏଠାରେ ଦୁଇ ଆଇଏଏସ୍‌ ଅଧିକାରୀଙ୍କ ସମ୍ପର୍କରେ କୁହାଯାଇପାରେ ଯେଉର୍ଁମାନେ ସରକାରଙ୍କ କାର୍ଯ୍ୟକୁ ବିରୋଧ କରି ଇସ୍ତଫା ଦେଇଥିଲେ। ଜଣେ ହେଉଛନ୍ତି କାନ୍ନନ ଗୋପୀନାଥନ। ସେ ୨୦୧୯ରେ କଶ୍ମୀରରେ ଲାଗୁ କଟକଣାକୁ ବିରୋଧକରି ଇସ୍ତଫା ଦେଇଥିଲେ। ଅନ୍ୟ ଜଣେ ହେଉଛନ୍ତି ହର୍ଷ ମନ୍ଦର। ସେ ୨୦୦୨ ଗୁଜରାଟ ଦଙ୍ଗାକୁ ବିରୋଧ କରି ଇସ୍ତଫା ପ୍ରଦାନ କରିଥିଲେ। ୨୦ ବର୍ଷ ମଧ୍ୟରେ ଏହି ଦୁଇ ଅଧିକାରୀଙ୍କ କଥା କେବଳ ଚିନ୍ତା କରାଯାଇପାରେ। ସମ୍ଭବତଃ ଏମାନଙ୍କ ଭଳି ଅନ୍ୟ କେତେଜଣ ଅଧିକାରୀ ଅଛନ୍ତି, କିନ୍ତୁ ଅଧିକ ନାହାନ୍ତି। ଏଥିରୁ ବୁଝାପଡ଼ୁଛି, ଏମାନଙ୍କୁ ଛାଡ଼ିଦେଲେ ସରକାରରେ କାର୍ଯ୍ୟରତ ଆଉ ସମସ୍ତେ ଯାହା ଘଟୁଛି ତାହାକୁ ସ୍ବୀକାର କରୁଛନ୍ତି କିମ୍ବା ଅସ୍ବୀକାର କଲେ ବି ଅନ୍ୟ କାରଣ ପାଇଁ କାର୍ଯ୍ୟ ଜାରି ରଖିଛନ୍ତି ଅଥବା ସେମାନେ କୌଣସିଥିରେ ପ୍ରଭାବିତ ହେଉନାହାନ୍ତି ଓ ସରକାର କ’ଣ କରୁଛନ୍ତି ତାହାକୁ ଖାତିର କରୁନାହାନ୍ତି।
ଏହା ଏକ ଛୋଟ ଘଟଣା ନୁହେଁ। ଭାରତୀୟଙ୍କ ନୈତିକତା କେଉଁଁ ସ୍ତରରେ ରହିଛି ଏହା ପ୍ରତିଫଳିତ କରୁଛି। ଅର୍ଥାତ୍‌, ସଂଖ୍ୟାଲଘୁଙ୍କ ବିରୋଧରେ ଦେଶ ଉସ୍‌କାଉଥିବା ହିଂସା ପ୍ରତି ସମ୍ପୂର୍ଣ୍ଣ ଅମଲାତନ୍ତ୍ରର ସମର୍ଥନ ରହିଛି ବା ଏଥିରେ ସେମାନେ ସନ୍ତୁଷ୍ଟ। ସେମାନେ ମଧ୍ୟ ଅବ୍ୟବସ୍ଥିତ ଆର୍ଥିକ ନୀତିଗୁଡ଼ିକରେ ସନ୍ତୁଷ୍ଟ ଅଛନ୍ତି, ଯାହା ଗରିବ ଏବଂ ଅସହାୟଙ୍କ ଜୀବନକୁ ଧ୍ୱଂସ କରିଦେଇଛି। ଅମଲାତନ୍ତ୍ରୀମାନେ ସାଧାରଣତଃ ସରକାରଙ୍କ ଆଦେଶ ପାଳନ କରନ୍ତି। ତେବେ ଆଇନର ବିନା ସମର୍ଥନରେ ଯେଉଁମାନେ ଗରିବଙ୍କ ଘର ଓ ଦୋକାନ ଉପରେ ବୁଲ୍‌ଡୋଜର ଚଳାଉଛନ୍ତି ଏବଂ ସୁପ୍ରିମକୋର୍ଟଙ୍କ ରହିତାଦେଶ ସତ୍ତ୍ୱେ ଘର ଭାଙ୍ଗୁଛନ୍ତି, ସେମାନେ ସରକାରଙ୍କ କାର୍ଯ୍ୟକଳାପରେ ଭାଗୀଦାରି ହେବାକୁ ଇଚ୍ଛା କରୁଛନ୍ତି ବୋଲି ବୁଝାପଡ଼ୁଛି। ଆର୍ୟନ ଖାନ୍‌ଙ୍କ ପ୍ରତି ଜଣେ ଅଧିକାରୀଙ୍କ କ୍ରୂର ବ୍ୟବହାର ସେହି ଅଧିକାରୀଙ୍କ ସାଥୀ ଏବଂ ଉଚ୍ଚପଦାଧିକାରୀଙ୍କ ପାଇଁ ଗ୍ରହଣୀୟ ହୋଇଥିଲା। କାରଣ ସେମାନେ ସ୍ଥିତିକୁ ଭଲ ଭାବେ ଆକଳନ କରିଥିଲେ ଏବଂ ଜାଣିବାକୁ ପାଇଥିଲେ ଯେ, ସରକାର ଏଭଳି ଉପତ୍ୀଡନ ଚାହଁୁଥିଲେ। ଏ ସଂକ୍ରାନ୍ତରେ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରେ ଏସ୍‌ଆଇଟିର ଇଣ୍ଟର୍‌ନ୍ୟାଶନାଲ ରିପୋର୍ଟକୁ ଅବତାରଣ କରାଯାଇଥିଲା। କୁହାଯାଇଥିଲା- ‘ଏହା ଆଶ୍ଚର୍ଯ୍ୟକର ଯେ, ଖାନ୍‌ଙ୍କ ସାଙ୍ଗ ଅର୍ବାଜ ମର୍ଚ୍ଚାଣ୍ଟଙ୍କ ପାଖରୁ କମ୍‌ ପରିମାଣର ଚରସ ଜବତ କରାଯାଇଥିଲା ଓ ଆର୍ୟନ ଡ୍ରଗ୍ସ କିଣିବା କିମ୍ବା ରଖିବାରେ ସଂଶ୍ଳିଷ୍ଟ ନ ଥିବା ସେ ମନା କରିଥିବା ସତ୍ତ୍ୱେ ବି ତଦନ୍ତକାରୀ ଅଧିକାରୀ ଆର୍ୟନଙ୍କ ହ୍ବାଟ୍ସଆପ୍‌ ଚାଟିଂକୁ ଯାଞ୍ଚ କରିବା ଆରମ୍ଭ କରିଦେଇଥିଲେ। ତାହା ପୁଣି ଓପଚାରିକ ଭାବେ ତାଙ୍କ ମୋବାଇଲ ଜବତ ନ କରି। ଏଥିରୁ ଜଣାପଡ଼ୁଛି, ଆର୍ୟନଙ୍କୁ କୌଣସି ପ୍ରକାରେ ଡ୍ରଗ୍ସ କେସ୍‌ରେ ଫସାଇବା ଲାଗି ତଦନ୍ତକାରୀ ଅଧିକାରୀଙ୍କୁ ପ୍ରେରିତ କରାଯାଇଥିଲା।’ ସମ୍ପୃକ୍ତ ବିଭାଗ ଏବଂ ତାଙ୍କ ସାଥୀମାନେ କାହିଁକିି ଜଣେ ନିରୀହ ଲୋକକୁ ଫସାଇବା ଭଳି କ୍ଷତିକାରକ ଆଚରଣରୁ କ୍ଷାନ୍ତ କରିିପାରିଲେ ନାହିଁ। ଜୀବନକୁ ନଷ୍ଟ କରିଦେବା ପର୍ଯ୍ୟନ୍ତ କ୍ଷମତା ଥିବା ଏକ ସଂସ୍ଥାର ନୈତିକତାର ସମ୍ପୂର୍ଣ୍ଣ ଅଭାବ ବାସ୍ତବରେ ଚିନ୍ତାର କାରଣ ଓ ଅତି ଭୟାବହ। ଏହାର ଯାଞ୍ଚ ହେବା ଦରକାର।
ଗତ କିଛି ବର୍ଷ ମଧ୍ୟରେ ଆମର ଅନେକ ଖରାପ ତଥା ଭୟଙ୍କର ରୂପ ବାହାରକୁ ପ୍ରକାଶ ପାଇଛି। କିନ୍ତୁ ଗଣତନ୍ତ୍ରରେ ଆଭ୍ୟନ୍ତରୀଣ ବିରୋଧ ଯେତିକି ହେବା କଥା ତାହା ଆମ ପାଖରେ ନାହିଁ ବୋଲି ଜଣାପଡ଼ିଛି। ଯେତେବେଳେ ଗଣତନ୍ତ୍ରର ଗୋଟିଏ ଶାଖା ଭ୍ରଷ୍ଟ ହେବା ଆରମ୍ଭ କରେ ସେତେବେଳେ ଅନ୍ୟମାନେ ସେଥିରେ ହସ୍ତକ୍ଷେପ କରିବା ଦରକାର। ଆମେରିକୀୟମାନେ ଏହାକୁ ଚେକ୍ସ ଆଣ୍ଡ ବାଲାନ୍ସ କହନ୍ତି। ଏହା ହେଉଛି ନ୍ୟାୟପାଳିକା, ବ୍ୟବସ୍ଥାପକ ଏବଂ କାର୍ଯ୍ୟପାଳିକାର କ୍ଷମତା ଯାହା ଏହି ତିନୋଟି ମଧ୍ୟରେ ଯେମିତି କେହି କାହାକୁ ଅତିକ୍ରମଣ ନ କରନ୍ତି, ତାହା ନିଶ୍ଚିତ କରିଥାଏ। ଏହି ସିଷ୍ଟମରେ ଥିବା ବ୍ୟକ୍ତିମାନେ ସିଏ ହୁଅନ୍ତୁ ବିଚାରପତି, ସିଭିଲ ସର୍ଭ୍ୟାଣ୍ଟ, ପ୍ରଶାସକ କିମ୍ବା ନିିର୍ବାଚିତ ପ୍ରତିନିଧି; ସେମାନେ ଯେତେବେଳେ ସମସ୍ୟା ଦେଖିବେ ସେତେବେଳେ କିଏ ଆଗକୁ ଆସିବ, ତାହା ଉପରେ ଏହା ଧ୍ୟାନ ଦିଏ। ହେଲେ ସେମାନେ ସେମାନଙ୍କ ପାଇଁ କାମ କରୁଛନ୍ତି, ଆମ ପାଇଁ ନୁହେଁ। ଆମେ ନିଜକୁ ପଚାରିବା ଦରକାର ଯେ, ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ରରେ କାହିଁକି ଏଭଳି ନୈତିକତା ଏବଂ ବ୍ୟକ୍ତିଗତ ଦାୟିତ୍ୱବୋଧର ଅଭାବ ରହିଛି।

  • ଆକାର ପଟେଲ

Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri