ଭିତ୍ତିଭୂମି ଅଭାବ, ମିଳୁନି ଚିକିତ୍ସା ସୁବିଧା

ରାଉରକେଲା ଅଫିସ,୩୧।୧: ରାଉରକେଲା ସରକାରୀ ମେଡିକାଲ (ଆର୍‌ଜିଏଚ୍‌)ରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି। ୪ଶହ ଶଯ୍ୟା ବିଶିଷ୍ଟ ଏହି ଡାକ୍ତରଖାନାରେ ପ୍ରତିଦିନ ୫ଶହରୁ ଊର୍ଦ୍ଧ୍ୱ ରୋଗୀଙ୍କ ଚିକିତ୍ସା କରାଯାଉଛି। ତେବେ ଆବଶ୍ୟକ ଭିତ୍ତିଭୂମି ଅଭାବରୁ ରୋଗୀସେବାରେ ବାଧା ସୃଷ୍ଟି ହେଉଥିବାରୁ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁସାରେ, ଆର୍‌ଜିଏଚ୍‌ରେ ରୋଗୀ ଚିକିତ୍ସା ପାଇଁ ଏଯାଏ ଅନ୍‌ଲାଇନ୍‌ ପଞ୍ଜୀକରଣ ସୁବିଧା ନାହିଁ। ପ୍ରତିଦିନ ରୋଗୀଙ୍କ ସମ୍ପର୍କୀମାନେ ଏଥିପାଇଁ ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡା ହେବାର ଦେଖିବାକୁ ମିଳୁଛି। ନିକଟ ଅତୀତରେ ରାଜ୍ୟ ସରକାର ବିଭିନ୍ନ ସରକାରୀ ଡାକ୍ତରଖାନାରେ ଖାଲିଥିବା ଡାକ୍ତର ପଦବୀ ପୂରଣ ପାଇଁ ଘୋଷଣା କରିଥିଲେ। ଏହି କ୍ରମରେ ଆର୍‌ଜିଏଚ୍‌ରେ ୨୦ଜଣ ଡାକ୍ତର ନିଯୁକ୍ତି ହେବା କଥା। ମାତ୍ର ଏଯାଏ ଡାକ୍ତର ପଦବୀ ପୂରଣ ହୋଇପାରିନାହିଁ। ଏଠାରେ ଉନ୍ନତ ଟ୍ରମା କେନ୍ଦ୍ର ଚାଲିଥିବା ବେଳେ ଏହାର ସୁପରିଚାଳନା ପାଇଁ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ରହିଛି। ଅସ୍ଥିଶଲ୍ୟ ବିଭାଗରେ ମାତ୍ର ୨ଜଣ ଡାକ୍ତର ଥିବାବେଳେ ରେଡିଓ ଗ୍ରାଫର ପଦବୀ ଖାଲି ଯୋଗୁ ଅଲ୍‌ଟ୍ରାସାଉଣ୍ଡ ମେଶିନ ବନ୍ଦ ରହିଛି। ୨୯ଜଣ ବିଶେଷଜ୍ଞ ଡାକ୍ତରଙ୍କ ବଦଳରେ ମାତ୍ର ୧୩ ଜଣ ରୋଗୀସେବା କରୁଛନ୍ତି। ଡାକ୍ତରଖାନାରେ ମଞ୍ଜୁରୀପ୍ରାପ୍ତ ଡାକ୍ତରଙ୍କ ସଂଖ୍ୟା ୭୪ ଥିବା ବେଲେ ୪୭ଜଣ ଡାକ୍ତରରେ କାମ ଚାଲିଛି। କମ୍‌ ସଂଖ୍ୟକ ଡାକ୍ତରରେ ରୋଗୀସେବା, ଅସ୍ତ୍ରୋପଚାର ଓ ଟ୍ରମାକେନ୍ଦ୍ର କିପରି ଚାଲିଥିବ ତାହା ସହଜେ ଅନୁମେୟ। ସେହିପରି ସ୍ତ୍ରୀ ରୋଗ ଏବଂ ଶିଶୁ ବିଭାଗ ଡାକ୍ତର ଥିଲେ ମଧ୍ୟ ଚିକିତ୍ସା ସେବା ଯୋଗାଇ ଦେବା ଲାଗି ଆବଶ୍ୟକ ଭିତ୍ତିଭୂମିର ଅଭାବ ରହିଛି। ଶିଶୁଙ୍କ ପାଇଁ ସର୍ବନିମ୍ନ ୩୦ରୁ ୩୫ ଶଯ୍ୟାର ଆବଶ୍ୟକତା ଥିବାବେଳେ ୨୪ଟି ଶଯ୍ୟା ରହିଛି। ସୁନ୍ଦରଗଡ ସମେତ ପଡୋଶୀ ଜିଲା ଏବଂ ସୀମାନ୍ତ ଝାଡଖଣ୍ଡର ଜନସାଧାରଣ ଆର୍‌ଜିଏଚ୍‌ ଉପରେ ନିର୍ଭର କରୁଥିବାରୁ ଏଠାରେ ସ୍ବାସ୍ଥ୍ୟସେବା ପାଇଁ କର୍ତ୍ତୃପକ୍ଷଙ୍କ ଉପରେ ମଧ୍ୟ ଚାପ ପଡୁଛି। ଅନ୍ୟପକ୍ଷେ ରବିବାର ପୂର୍ତ୍ତ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଡ. ନାରାୟଣ ଚନ୍ଦ୍ର ପାଲ, ମୁଖ୍ୟଯନ୍ତ୍ରୀ ଇଂ. ଗୌରାଙ୍ଗ ସାହୁ, ଅତିରିକ୍ତ ସଚିବ ତଥା ମୁଖ୍ୟଯନ୍ତ୍ରୀ ଇଂ. ସୂର୍ଯ୍ୟନାରାୟଣ ଆଚାର୍ଯ୍ୟ, ରାଉରକେଲା ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ମନୋଜ କୁମାର ମହାନନ୍ଦ ପ୍ରମୁଖ ଆର୍‌ଜିଏଚ୍‌ରେ ଚାଲିଥିବା ବିଭିନ୍ନ ନିର୍ମାଣ କାମର ତଦାରଖ କରିଛନ୍ତି।
ଏ ସମ୍ପର୍କରେ ଆର୍‌ଜିଏଚ୍‌ ମ୍ୟାନେଜର ମୋହିତ ଶ୍ରୀବାସ୍ତବଙ୍କୁ ପଚାରିବାରୁ ସେ କହିଥିଲେ, ଆଖପାଖ ହସ୍ପିଟାଲରେ ରୋଗୀଙ୍କ ପାଇଁ ଆବଶ୍ୟକ ଶଯ୍ୟା ଅଭାବରୁ ରାଜଗାଙ୍ଗପୁର, ବୀରମିତ୍ରପୁର, ବିଶ୍ରା ସମେତ ଝାଡ଼ଖଣ୍ଡ ଅଞ୍ଚଳରୁ ଦୈନିକ ୩୦ ପ୍ରତିଶତ ରୋଗୀ ଆର୍‌ଜିଏଚ୍‌କୁ ଚିକିତ୍ସା ପାଇଁ ଆସୁଛନ୍ତି। ଫଳରେ ଏଠାରେ ରୋଗୀସଂଖ୍ୟା ବଢୁଛି। ସେହି ଅନୁସାରେ ଭିତ୍ତିଭୂମିର ଆବଶ୍ୟକତା ମଧ୍ୟ ରହିଛି। ଆର୍‌ଜିଏଚ୍‌ ସମସ୍ୟା ନେଇ ଆମେ ରାଜ୍ୟ ସରକାରଙ୍କୁ ଅବଗତ କରିଛୁ ବୋଲି ଶ୍ରୀବାସ୍ତବ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri