ଆବଶ୍ୟକ ବେଳେ ସାର ଅଭାବ: ଚାଷୀଙ୍କ ରାଜପଥ ଅବରୋଧ

ସୋହେଲା,୨।୩(ଡିଏନଏ): ବରଗଡ଼ ଜିଲା ସୋହେଲା ଅଞ୍ଚଳରେ ସାରର ଅଭାବ, ପରିଲକ୍ଷିତ ହୋଇଛି। ଅନ୍ୟପକ୍ଷରେ ସାରବିକ୍ରିରେ କଳାବଜାରୀ ହେଉଥିବା ଅଭିଯୋଗ ହୋଇଥିଲା। ଏହାର ପ୍ରତିବାଦରେ ବୁଧବାର ଚାଷୀମାନେ ସୋହେଲା ଥାନା ଛକ ଠାରେ ରାୟପୁର-ସମ୍ବଲପୁର ଜାତୀୟ ରାଜପଥକୁ ଅବରୋଧ କରି ବିରୋଧ ପ୍ରଦର୍ଶନ କରିଛନ୍ତି । ରାସ୍ତାର ଉଭୟ ପାର୍ଶ୍ୱରେ ଗାଡି, ମଟରର ଲମ୍ବା ଧାଡିରେ ଅଟକି ରହିଛି। ଜିଲା କୃଷି ଅଧିକାରୀ ଅମୀୟ ସାହୁ ଏବଂ କୃଷି ଅଧିକାରୀ ମାନିଆ ମିର୍ଧା ଘଟଣାସ୍ଥଳରେ ପହଞ୍ଚି ଚାଷୀଙ୍କ ସହିତ ଆଲୋଚନା ଜାରି ରଖିଛନ୍ତି ।