ଲାଠୋର,୨୫।୬(ଭୁବନେଶ୍ବର ବାରିକ)ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ର ଶ୍ରେଣୀ କୋଠରୀ ଅଭାବ ହେତୁ ଚଳିତବର୍ଷ ପ୍ରଥମ ବର୍ଷାରେ ବେହାଲ ହୋଇପଡିଛନ୍ତି l ଆଗକୁ ବର୍ଷା ବଢ଼ିଲେ ପରିସ୍ଥିତି କ’ଣ ହେବ ସେ ନେଇ ଅଭିଭାବକ ମହଲରେ ଚିନ୍ତାର ବିଷୟ ହୋଇଛି। ଦୀର୍ଘ ବର୍ଷରୁ ଶ୍ରେଣୀ ଗୃହ ଏବଂ ଡାଇନିଂ ହଲ ଯୋଗେଇ ଦେବାକୁ ଦାବିହୋଇ ଆସୁଥିଲେ ମଧ୍ୟ ଦାବିକୁ ଗୁରୁତ୍ୱ ଦେଇ ଏଦିଗରେ କେହି କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରୁ ନ ଥିବା ଅଭିଭାବକ ମହଲରୁ ଅଭିଯୋଗ ହେଉଛି। ଗତ ୧୯୧୪ ମସିହାରେ ସ୍ଥାପିତ ଅଞ୍ଚଳର ସର୍ବପୁରାତନ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୫୦ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ସେମାନଙ୍କ ପାଇଁ ୭ଟି ଶ୍ରେଣୀ ଗୃହ ରହିଛି। ହେଲେ କୌଣସି ଗୋଟେ ମଧ୍ୟ ଗୃହ ଉପଯୋଗୀ ନୁହେଁ। ପ୍ରତ୍ୟେକ ଗୃହର ଛାତରୁ ପାଣି ଝରୁଛି। ପିଲାମାନେ ବସି ପାଠ ପଢିବାରେ ନାନା ସମସ୍ୟା ଦେଖାଦେଉଛି। ବିଦ୍ୟାଳୟ କର୍ତ୍ତୃପକ୍ଷ କୌଣସି ଉପାୟ ନ ପାଇ ବାଧ୍ୟ ହୋଇ ପ୍ରଥମ ଏବଂ ଦ୍ୱିତୀୟ ଶ୍ରେଣୀ ପିଲାଙ୍କୁ ବ୍ୟବହାର ଉପଯୋଗୀ ନ ଥିବା ଗୋଟିଏ କୋଠରୀରେ ବସାଇ ପାଠ ପଢ଼ାଉଥିବାବେଳେ ତୃତୀୟ,ଚତୁର୍ଥ ଶ୍ରେଣୀ ପିଲା ଗୋଟେ କୋଠରୀ, ପଞ୍ଚମ ଓ ଷଷ୍ଠ ଶ୍ରେଣୀ ପିଲାଙ୍କୁ ଗୋଟିଏ କୋଠରୀରେ ବସାଉଛନ୍ତି। ସପ୍ତମ ଏବଂ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଗୋଟିଏ ଲେଖାଏଁ ଗୃହରେ ବସାଇ ଅବ୍ୟବସ୍ଥା ମଧ୍ୟରେ ପାଠ ପଢାଉଛନ୍ତି। ସେହିପରି ବିଦ୍ୟାଳୟରେ ଡାଇନିଂ ହଲର ବ୍ୟବସ୍ଥା ନାହିଁ। ମଧ୍ୟାହ୍ନ ଭୋଜନ କଲାବେଳେ କିଏ ବାରଣ୍ଡାରେ ଏବଂ ଶ୍ରେଣୀ ଗୃହରେ ମଧ୍ୟାହ୍ନଭୋଜନ କରୁଛନ୍ତି ତ ଆଉ କିଏ ଖୋଲା ଆକାଶ ତଳେ ମଧ୍ୟାହ୍ନ ଭୋଜନ କରୁଛନ୍ତି। ଏହିପରି ସ୍ଥିତିରେ ରହିଥିବା ବିଦ୍ୟାଳୟ ଆଗାମୀ ବର୍ଷା ଦିନରେ ପରିସ୍ଥିତି ସଙ୍ଗୀନ ହୋଇପଡ଼ିବ। ଏହାକୁ ନେଇ ଧରିତ୍ରୀରେ ଗତ ୧ ଜୁନ ୨୦୨୩ରେ ଛାତ୍ରୀଛାତ୍ରଙ୍କ ପାଇଁ ନାହିଁ ଆବଶ୍ୟକ ଶ୍ରେଣୀ ଗୃହ ଶୀଷକ ଖବର ପ୍ରକାଶ ପାଇବା ପରେ ସେହିଦିନ ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ ହୋତା, ଲାଠୋର ସରପଞ୍ଚଙ୍କ ପ୍ରତିନିଧି ସନ୍ତୋଷ ଭଇଁଷଲ, ଜୋନ ୩ ଜିଲା ପରିଷଦ ସଦସ୍ୟାଙ୍କ ପ୍ରତିନିଧି ସନ୍ତୋଷ ମେହେର ବିଦ୍ୟାଳୟକୁ ପରିଦର୍ଶନରେ ଆସି ସମସ୍ୟାକୁ ଅନୁଧ୍ୟାନ କରିଥିଲେ। ପରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଜୟଦେବ ଶାଣ୍ଢ, ପ୍ରଧାନ ଶିକ୍ଷୟିତ୍ରୀ ବିଶାଖା ନାଏକ, ସହକାରୀ ଶିକ୍ଷକ ମହାଦେବ ନାଗ ଏବଂ କିଛି ଭଦ୍ର ବ୍ୟକ୍ତିଙ୍କ ମଧ୍ୟରେ ସମସ୍ୟାକୁ ନେଇ ଆଲୋଚନା ହୋଇଥିଲା। ଆଲୋଚନା ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁଇ ଗୋଟି ଅତିରିକ୍ତ ଶ୍ରେଣୀ ଗୃହ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିବା ବେଳେ ସରପଞ୍ଚ ଏବଂ ଜିଲା ପରିଷଦ ସଦସ୍ୟାଙ୍କ ପ୍ରତିନିଧିମାନେ ଶ୍ରେଣୀ ଗୃହ ମରାମତି ପାଇଁ ଏକ ଲକ୍ଷ ଲେଖାଏଁ ଟଙ୍କା ଅନୁଦାନ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏବେ ଏକ ମାସ ହେବାକୁ ବସିଲାଣି କେହି କିଛି କହି ନାହାନ୍ତି କି ଅନୁଦାନ ଅର୍ଥ ମଧ୍ୟ ପ୍ରଦାନ କରି ନାହାନ୍ତି ବୋଲି ବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି। ଏବେ ବର୍ଷା ଦିନ ଆସି ଯାଇଛି, ପିଲାଙ୍କୁ ନେଇ କେମିତି ପାଠ ପଢା ହେବ ତାହା ବୁଝାପଡୁନି। ଏଠାରେ ପିଲାମାନେ କେତେ କଷ୍ଟରେ ପାଠ ପଢ଼ୁଛନ୍ତି ଥରେ ବଲାଙ୍ଗୀର ଜିଲାପାଳ ବିଦ୍ୟାଳୟକୁ ପରିଦର୍ଶନରେ ଆସି ଦେଖି ଯାଆନ୍ତୁ ବୋଲି ଅଭିଭାବକଙ୍କ ତରଫରୁ ଧନେଶ୍ୱର ମେହେର ଅନୁରୋଧ କରିଥିବାବେଳେ ଅଭିଭାବକ ଦିଲ୍ଲୀପ ନାଏକ ପିଲାଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ତୁରନ୍ତ ଶ୍ରେଣୀ ଗୃହର ମରାମତି ପାଇଁ ଅନୁଦାନ ଯୋଗେଇ ଦେବାକୁ ଦାବି କରିଛନ୍ତି। ସେହିପରି ସଭାପତି ଜୟଦେବ ଶାଣ୍ଢ ପିଲାମାନେ ହଇରାଣ ହେବା ଆଗରୁ ସମସ୍ୟାର ସମାଧାନ କରାଯାଉ ଅନ୍ୟଥା ବର୍ଷାରେ ଭିଜି ପିଲାଙ୍କୁ ନେଇ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି କହିଛନ୍ତି। ତେବେ ପ୍ରଶାସନ ସମସ୍ୟାକୁ ଗୁରୁତର ସହ ନେଇ ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି।
Posted inHome, Home Left, ଆମ ଜିଲା ଖବର, ବଲାଙ୍ଗୀର View All
ଆତ୍ମସମର୍ପଣ ପରେ ଏମିତି ହୃଦୟ ବିଦାରକ କଥା କହିଲେ ଟପ୍ ମାଓବାଦୀ ନେତା ଶୁକ୍ରୁ, ଶୁଣିଲେ…
ମାଲକାନଗିରି,୨୫ା୩(ଦୁର୍ଯ୍ୟୋଧନ ପାତ୍ର): ଏକଦା ମାଲକାନଗିରି ଜିଲା ମାଓବାଦୀଙ୍କ ଆଡ୍ଡା ଭାବେ ପରିଚିତ ଥିବାବେଳେ ମାଲକାନଗିରି ଜିଲା କାଲିମେଳା ଥାନା ବଡ଼ିଗେଟା ପଞ୍ଚାୟତ ଅନ୍ତର୍ଗତ କୁରୁବୁ ଗ୍ରାମର ଶୁକ୍ରୁ…
ମା’ଦଣ୍ଡକାଳୀଙ୍କ ପ୍ରସିଦ୍ଧ ୨୧ଦିନିଆ ଦଣ୍ଡଯାତ୍ରା ଆରମ୍ଭ: ଏହି ବ୍ରତ ପାଳନ କରିବା ବହୁ କଷ୍ଟ ସାଧ୍ୟ, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…
ପୁରୁଷୋତ୍ତମପୁର,୨୫।୩(ସବିତା ମିଶ୍ର): ଆରମ୍ଭ ହୋଇଛି ଗଞ୍ଜାମ ଜିଲାର ପ୍ରସିଦ୍ଧ ଗଣପର୍ବ ମା’ ଦଣ୍ଡକାଳୀଙ୍କ ୨୧ ଦିନିଆ ଦଣ୍ଡଯାତ୍ରା । ଏଥିଲାଗି ଗାଁଠୁ ସହର ଚଳଚଞ୍ଚଳ ହୋଇଉଠିଛି ।…
ଭାରତକୁ ସାହାଯ୍ୟ ମାଗିଲା ଇରାନ, ଯୁଦ୍ଧ ବନ୍ଦ କରିବା ନେଇ ମୋଦିଙ୍କୁ କହିଦେଲା ଏମିତି…
ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏବଂ ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ, ତେହେରାନ ସଙ୍କେତ ଦେଇଛି ଯେ ଭାରତ ଏହି ସଂଘର୍ଷକୁ…
ପାକିସ୍ତାନକୁ ବଡ଼ ଝଟ୍କା, ହରମୁଜରେ ପାକ୍ ଜାହାଜ ସହ ଇରାନ କଲା ଏମିତି କାଣ୍ଡ…ଟ୍ରମ୍ପ କାବା!
ତେହରାନ,୨୫।୩: ଆମେରିକା-ଇସ୍ରାଏଲ ବିବାଦ ମଧ୍ୟରେ ଆଞ୍ଚଳିକ ମଧ୍ୟସ୍ଥତା ପାଇଁ ଏକ ଦାବିଦାର ଭାବରେ ନିଜକୁ ସ୍ଥାପିତ କରୁଥିବା ପାକିସ୍ତାନକୁ ଇରାନ ଏକ ବଡ଼ ଝଟକା ଦେଇଛି। ଏକ…
ରାମନବମୀ ନେଇ ଚଳଚଞ୍ଚଳ କୋରାପୁଟ ସହର: ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ…
କୋରାପୁଟ,୨୫।୩(ଅମିତାଭ ବେହେରା ): ଆସନ୍ତା ୨୭ ତାରିଖରେ ପବିତ୍ର ରାମ ନବମୀ ଉତ୍ସବ ପାଳନ କରାଯିବାକୁ ଥିବାବେଳେ ଏ ନେଇ କୋରାପୁଟ ସହରରେ ବ୍ୟାପକ ପ୍ରସ୍ତୁତି ଚାଲିଛି।…
ମଣ୍ଡିରେ ପଡ଼ିଛି ଚାଷୀଙ୍କ ଧାନ, ଟୋକନ ଆସିବା ପରେ ବି ଧାନ କିଣୁ ନାହାନ୍ତି ସରକାର
ମାଲକାନଗିରି,୨୫ା୩(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କଂଗ୍ରେସ କମିଟି ତରଫରୁ ବୁଧବାର ୧୨ ଘଣ୍ଟିଆ ଜିଲା ବନ୍ଦ ପାଳନ କରାଯାଇଛି। ୪ ଦଫା ଦାବି ନେଇ ଏହି ବନ୍ଦ…
ଦିନରେ ଶସ୍ତା ରାତିରେ ମହଙ୍ଗା ହେବ ବିଜୁଳି, ଇଲେକ୍ଟ୍ରି ସପ୍ଲାଏକୁ ନେଇ ଆସିଲା ନୂଆ ନିୟମ
ପାଟନା,୨୫।୩: ରାଜ୍ୟବାସୀ ଧ୍ୟାନ ଦିଅନ୍ତୁ! ବିଦ୍ୟୁତ ବିଲ ସମ୍ପର୍କରେ ଏକ ନୂଆ ଅପଡେଟ ଆସିଛି। ସାରା ରାଜ୍ୟରେ ବିଦ୍ୟୁତ ସମ୍ୱନ୍ଧୀୟ ନୂତନ ନିୟମ ଜାରି କରାଯାଇଛି। ଏବେଠାରୁ,…
କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ଏଲପିଜି ବୁକିଂ ନିୟମରେ ହୋଇନି ପରିବର୍ତ୍ତନ
ନୂଆଦିଲ୍ଲୀ,୨୫।୩: ବିଭିନ୍ନ ମହଲରେ ରିପୋର୍ଟ ଆସିଛି ଯେ ସରକାର ଏଲପିଜି ବୁକିଂ ପାଇଁ ନିୟମ ପରିବର୍ତ୍ତନ କରିଛନ୍ତି। ଦୁଇଟି ସିଲିଣ୍ଡର କିମ୍ୱା ଡବଲ କନେକ୍ସନ ଥିବା ଗ୍ରାହକମାନଙ୍କୁ…
Archives

