ଲାଠୋର,୨୫।୬(ଭୁବନେଶ୍ବର ବାରିକ)ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ର ଶ୍ରେଣୀ କୋଠରୀ ଅଭାବ ହେତୁ ଚଳିତବର୍ଷ ପ୍ରଥମ ବର୍ଷାରେ ବେହାଲ ହୋଇପଡିଛନ୍ତି l ଆଗକୁ ବର୍ଷା ବଢ଼ିଲେ ପରିସ୍ଥିତି କ’ଣ ହେବ ସେ ନେଇ ଅଭିଭାବକ ମହଲରେ ଚିନ୍ତାର ବିଷୟ ହୋଇଛି। ଦୀର୍ଘ ବର୍ଷରୁ ଶ୍ରେଣୀ ଗୃହ ଏବଂ ଡାଇନିଂ ହଲ ଯୋଗେଇ ଦେବାକୁ ଦାବିହୋଇ ଆସୁଥିଲେ ମଧ୍ୟ ଦାବିକୁ ଗୁରୁତ୍ୱ ଦେଇ ଏଦିଗରେ କେହି କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରୁ ନ ଥିବା ଅଭିଭାବକ ମହଲରୁ ଅଭିଯୋଗ ହେଉଛି। ଗତ ୧୯୧୪ ମସିହାରେ ସ୍ଥାପିତ ଅଞ୍ଚଳର ସର୍ବପୁରାତନ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୫୦ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ସେମାନଙ୍କ ପାଇଁ ୭ଟି ଶ୍ରେଣୀ ଗୃହ ରହିଛି। ହେଲେ କୌଣସି ଗୋଟେ ମଧ୍ୟ ଗୃହ ଉପଯୋଗୀ ନୁହେଁ। ପ୍ରତ୍ୟେକ ଗୃହର ଛାତରୁ ପାଣି ଝରୁଛି। ପିଲାମାନେ ବସି ପାଠ ପଢିବାରେ ନାନା ସମସ୍ୟା ଦେଖାଦେଉଛି। ବିଦ୍ୟାଳୟ କର୍ତ୍ତୃପକ୍ଷ କୌଣସି ଉପାୟ ନ ପାଇ ବାଧ୍ୟ ହୋଇ ପ୍ରଥମ ଏବଂ ଦ୍ୱିତୀୟ ଶ୍ରେଣୀ ପିଲାଙ୍କୁ ବ୍ୟବହାର ଉପଯୋଗୀ ନ ଥିବା ଗୋଟିଏ କୋଠରୀରେ ବସାଇ ପାଠ ପଢ଼ାଉଥିବାବେଳେ ତୃତୀୟ,ଚତୁର୍ଥ ଶ୍ରେଣୀ ପିଲା ଗୋଟେ କୋଠରୀ, ପଞ୍ଚମ ଓ ଷଷ୍ଠ ଶ୍ରେଣୀ ପିଲାଙ୍କୁ ଗୋଟିଏ କୋଠରୀରେ ବସାଉଛନ୍ତି। ସପ୍ତମ ଏବଂ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଗୋଟିଏ ଲେଖାଏଁ ଗୃହରେ ବସାଇ ଅବ୍ୟବସ୍ଥା ମଧ୍ୟରେ ପାଠ ପଢାଉଛନ୍ତି। ସେହିପରି ବିଦ୍ୟାଳୟରେ ଡାଇନିଂ ହଲର ବ୍ୟବସ୍ଥା ନାହିଁ। ମଧ୍ୟାହ୍ନ ଭୋଜନ କଲାବେଳେ କିଏ ବାରଣ୍ଡାରେ ଏବଂ ଶ୍ରେଣୀ ଗୃହରେ ମଧ୍ୟାହ୍ନଭୋଜନ କରୁଛନ୍ତି ତ ଆଉ କିଏ ଖୋଲା ଆକାଶ ତଳେ ମଧ୍ୟାହ୍ନ ଭୋଜନ କରୁଛନ୍ତି। ଏହିପରି ସ୍ଥିତିରେ ରହିଥିବା ବିଦ୍ୟାଳୟ ଆଗାମୀ ବର୍ଷା ଦିନରେ ପରିସ୍ଥିତି ସଙ୍ଗୀନ ହୋଇପଡ଼ିବ। ଏହାକୁ ନେଇ ଧରିତ୍ରୀରେ ଗତ ୧ ଜୁନ ୨୦୨୩ରେ ଛାତ୍ରୀଛାତ୍ରଙ୍କ ପାଇଁ ନାହିଁ ଆବଶ୍ୟକ ଶ୍ରେଣୀ ଗୃହ ଶୀଷକ ଖବର ପ୍ରକାଶ ପାଇବା ପରେ ସେହିଦିନ ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ ହୋତା, ଲାଠୋର ସରପଞ୍ଚଙ୍କ ପ୍ରତିନିଧି ସନ୍ତୋଷ ଭଇଁଷଲ, ଜୋନ ୩ ଜିଲା ପରିଷଦ ସଦସ୍ୟାଙ୍କ ପ୍ରତିନିଧି ସନ୍ତୋଷ ମେହେର ବିଦ୍ୟାଳୟକୁ ପରିଦର୍ଶନରେ ଆସି ସମସ୍ୟାକୁ ଅନୁଧ୍ୟାନ କରିଥିଲେ। ପରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଜୟଦେବ ଶାଣ୍ଢ, ପ୍ରଧାନ ଶିକ୍ଷୟିତ୍ରୀ ବିଶାଖା ନାଏକ, ସହକାରୀ ଶିକ୍ଷକ ମହାଦେବ ନାଗ ଏବଂ କିଛି ଭଦ୍ର ବ୍ୟକ୍ତିଙ୍କ ମଧ୍ୟରେ ସମସ୍ୟାକୁ ନେଇ ଆଲୋଚନା ହୋଇଥିଲା। ଆଲୋଚନା ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁଇ ଗୋଟି ଅତିରିକ୍ତ ଶ୍ରେଣୀ ଗୃହ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିବା ବେଳେ ସରପଞ୍ଚ ଏବଂ ଜିଲା ପରିଷଦ ସଦସ୍ୟାଙ୍କ ପ୍ରତିନିଧିମାନେ ଶ୍ରେଣୀ ଗୃହ ମରାମତି ପାଇଁ ଏକ ଲକ୍ଷ ଲେଖାଏଁ ଟଙ୍କା ଅନୁଦାନ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏବେ ଏକ ମାସ ହେବାକୁ ବସିଲାଣି କେହି କିଛି କହି ନାହାନ୍ତି କି ଅନୁଦାନ ଅର୍ଥ ମଧ୍ୟ ପ୍ରଦାନ କରି ନାହାନ୍ତି ବୋଲି ବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି। ଏବେ ବର୍ଷା ଦିନ ଆସି ଯାଇଛି, ପିଲାଙ୍କୁ ନେଇ କେମିତି ପାଠ ପଢା ହେବ ତାହା ବୁଝାପଡୁନି। ଏଠାରେ ପିଲାମାନେ କେତେ କଷ୍ଟରେ ପାଠ ପଢ଼ୁଛନ୍ତି ଥରେ ବଲାଙ୍ଗୀର ଜିଲାପାଳ ବିଦ୍ୟାଳୟକୁ ପରିଦର୍ଶନରେ ଆସି ଦେଖି ଯାଆନ୍ତୁ ବୋଲି ଅଭିଭାବକଙ୍କ ତରଫରୁ ଧନେଶ୍ୱର ମେହେର ଅନୁରୋଧ କରିଥିବାବେଳେ ଅଭିଭାବକ ଦିଲ୍ଲୀପ ନାଏକ ପିଲାଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ତୁରନ୍ତ ଶ୍ରେଣୀ ଗୃହର ମରାମତି ପାଇଁ ଅନୁଦାନ ଯୋଗେଇ ଦେବାକୁ ଦାବି କରିଛନ୍ତି। ସେହିପରି ସଭାପତି ଜୟଦେବ ଶାଣ୍ଢ ପିଲାମାନେ ହଇରାଣ ହେବା ଆଗରୁ ସମସ୍ୟାର ସମାଧାନ କରାଯାଉ ଅନ୍ୟଥା ବର୍ଷାରେ ଭିଜି ପିଲାଙ୍କୁ ନେଇ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି କହିଛନ୍ତି। ତେବେ ପ୍ରଶାସନ ସମସ୍ୟାକୁ ଗୁରୁତର ସହ ନେଇ ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି।
Posted inHome, Home Left, ଆମ ଜିଲା ଖବର, ବଲାଙ୍ଗୀର View All
ଅଜିତ ପାୱାରଙ୍କ ମୃତ୍ୟୁ ପରେ ମୁହଁ ଖୋଲିଲେ VSR Aviation ମାଲିକ, ସମସ୍ୟା….
ମୁମ୍ବାଇ,୨୮।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର VSR ଆଭିଏସନ୍ ଦ୍ୱାରା ପରିଚାଳିତ ଏକ ବମ୍ବାର୍ଡିୟର୍ ଲିୟରଜେଟ ୪୫ ବିମାନରେ ଯାତ୍ରା କରୁଥିଲେ । ବାରାମତି ବିମାନବନ୍ଦରରେ ଅବତରଣ…
ଅଜିତ ପାୱାରଙ୍କ ମୃତ୍ୟୁ ପରେ ସ୍ତ୍ରୀ ସୁନେତ୍ରା ପାୱାର ହେବେ କି NCP ର ନୂଆ ଶକ୍ତିକେନ୍ଦ୍ର?
ପୁଣେ,୨୮।୧: ଅଜିତ ପାୱାରଙ୍କ ମୃତ୍ୟୁ ପରେ ମହାରାଷ୍ଟ୍ରରେ ନୂଆ ରାଜନୈତିକ ଦୃଶ୍ୟପଟ ଦେଖିବାକୁ ମିଳିପାରେ। ବିମାନ ଦୁର୍ଘଟଣାରେ ଅଜିତଙ୍କ ଆକସ୍ମିକ ବିୟୋଗ ପରେ ଏବେ ସାରା ରାଜ୍ୟର…
ଏଭଳି ସ୍ତ୍ରୀଙ୍କୁ ବିବାହ କଲେ ଧନ୍ୟ ହୁଏ ପୁରୁଷ
ବିବାହକୁ ସମସ୍ତଙ୍କର ଚିନ୍ତାଧାରା ଅଲଗା। ହେଲେ ବହୁତ ଭଲପାଉଥିବା ଏବଂ ମନର କଥାକୁ ସହଜରେ ବୁଝିପାରୁଥିବା ଜୀବନସାଥୀଟିଏ ଚାହାନ୍ତି ସମସ୍ତେ। ଚାଣକ୍ୟ ନୀତିରେ ଏପରି କିଛି ସ୍ତ୍ରୀଙ୍କ…
ଅଜିତ ପାୱାରଙ୍କ କେବେ ଏବଂ କେଉଁଠି ଶେଷକୃତ୍ୟ ହେବ ଜାଣନ୍ତୁ
ମୁମ୍ବାଇ,୨୮ା୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ତାଙ୍କ ଅନ୍ତିମ ସଂସ୍କାର ଗୁରୁବାର ସକାଳ ୧୧ଟାରେ ବାରାମତିରେ…
ନବୀନଙ୍କୁ ଭେଟିବେ ପିସିସି ସଭାପତି ଭକ୍ତ ଦାସ, କହୁକହୁ କହିଦେଲେ ଏହି ବଡ଼ କଥା…
ଭୁବନେଶ୍ୱର,୨୮ା୧: ରାଜ୍ୟ ସଭା ନିର୍ବାଚନ ନେଇ ନବୀନଙ୍କ କୋର୍ଟକୁ ବଲ୍ ଫିଙ୍ଗିଛନ୍ତି ପିସିସି ସଭାପତି ଭକ୍ତ ଦାସ। ସେ କହିଛନ୍ତି, ମିଶିକି ଆଲୋଚନା କରିବା ପାଇଁ ମୁଁ…
ସାମ୍ନାକୁ ଆସିଲା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ସିସିଟିଭି ଭିଡିଓ, ଶେଷ ମୁହୂର୍ତ୍ତ…
ମୁମ୍ବାଇ,୨୮ା୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ଫୁଟେଜରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ବିମାନଟି ଖସିପଡ଼ିବା ମାତ୍ରେ ଅଗ୍ନିପିଣ୍ଡୁଳା…
୨୯ରେ ଗଞ୍ଜାମରେ କୃଷ୍ଣସାର ମୃଗ ଗଣନା, କୌଣସି ଫଟୋ କି ତଥ୍ୟ ପ୍ରଘଟ କରିବେ ନାହିଁ ଛାତ୍ରୀଛାତ୍ର
ଭଞ୍ଜନଗର,୨୮ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଗର୍ବ ଓ ଗୌରବ ହେଉଛି କୃଷ୍ଣସାର ମୃଗ। ଏହି ମୃଗ ଘୁମୁସର ଦକ୍ଷିଣ ବନଖଣ୍ଡରେ ବହୁ ବର୍ଷ ପୂର୍ବେ ଦେଖା ଦେଇଥିଲା।…
ରାଜ୍ୟ ସଭା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨୦୨୬ ମସିହାରେ ହେବାକୁ ଯାଉଛି…
ଭୁବନେଶ୍ବର,୨୮।୧: ରାଜ୍ୟ ସଭା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ବୟାନ ଦେଇଛନ୍ତି । ୨୦୨୬ ମସିହାରେ ବହୁତ କିଛି ହେବ ବୋଲି କହିଛନ୍ତି ।…
Archives

