Categories: ଫୁରସତ

ଶ୍ରମିକଙ୍କ ବ୍ରେକ୍‌ ଡ୍ୟାନ୍ସ, ୮୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି ଭିଡିଓ

ପ୍ରତିଭା ଯେକୌଣସି ସ୍ଥାନରେ ଦେଖିବାକୁ ମିଳିଥାଏ। ସେ ମଞ୍ଚ ହେଉ କି ମଞ୍ଚ ବାହାରେ। ଏହିପରି ଜଣେ ଦକ୍ଷ ଶ୍ରମିକଙ୍କ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ନିର୍ମାଣସ୍ଥଳରେ ବିରତି ସମୟରେ ସେ ନିଜ ସହକର୍ମୀଙ୍କ ସାମ୍ନାରେ ଏପରି ଡ୍ୟାନ୍ସ କରିଛନ୍ତି, ଯିଏ ଦେଖିଲା ପ୍ରଶଂସାରେ ପୋତି ପକାଇଲା।

ଏହି ଶ୍ରମିକଙ୍କର ଏକ ଭିଡିଓ ପ୍ରସ୍ତୁତ କରି କେହି ଏହାକୁ ସୋସିଆଲ ମିଡିଆରେ ଶେୟାର କରିଦେଇଥିଲେ। ବର୍ତ୍ତମାନ ଏହି ଭିଡିଓ ସାରା ବିଶ୍ୱରେ ଭାଇରାଲ ହେବାରେ ଲାଗିଛି। ନୃତ୍ୟଶିଳ୍ପୀମାନେ ଜାଣନ୍ତି, ଡ୍ୟାନ୍ସ କରିବା ଏତେ ସହଜ କଥା ନୁହେଁ। କିନ୍ତୁ ଏହି ସମୟରେ ଚାଇନାର ଜଣେ ଶ୍ରମିକଙ୍କ ଏକ ଡ୍ୟାନ୍ସ ଭିଡିଓ ଚର୍ଚ୍ଚାରେ ରହିଛି। ଭିଡିଓରେ ଶ୍ରମିକ ଜଣକ ବ୍ରେକ ଡ୍ୟାନ୍ସ କରୁଛନ୍ତି। ଯାହା ଦେଖିଲେ ଆଶ୍ଚର୍ଯ୍ୟ ହେବେ।

ଭିଡିଓରେ ଶ୍ରମିକ ଜଣକ ତାଙ୍କ କାର୍ଯ୍ୟ ସ୍ଥାନରେ କିଛି ନିର୍ମାଣ ଉପକରଣ ସାହାଯ୍ୟରେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। କୁହାଯାଉଛି, ଏହି ଭିଡିଓ ଚାଇନାର ହୁବେଇ ପ୍ରଦେଶର ଅଟେ। ଭିଡିଓରେ ଅନେକ ଶ୍ରମିକ ବସିଛନ୍ତି, ଏମାନଙ୍କ ମଧ୍ୟରୁ ଜଣେ ଶ୍ରମିକ ଉଠି ଡ୍ୟାନ୍ସ ଆରମ୍ଭ କରନ୍ତି। ସେ ଏମିତି ଜବରଦସ୍ତ ଡ୍ୟାନ୍ସ କରିଛନ୍ତି ଯେ, ତାଙ୍କ ସାଙ୍ଗମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ବ୍ରେକ ଡ୍ୟାନ୍ସ କରିବାବେଳେ ତାଙ୍କର ପ୍ରତ୍ୟେକ ଷ୍ଟେପ୍‌ ଏତେ ସିଦ୍ଧ, ଯେପରି ଜଣେ ପ୍ରଫେଶନାଲ ଡ୍ୟାନ୍ସର ବି କରିପାରିବେନି।

ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ୮୨ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଏହାକୁ୮୫,୦୦୦ରୁ ଅଧିକ ଲୋକ ଲାଇକ୍‌ କରିଛନ୍ତି ଏବଂ ୧୪୦୦୦ ଲୋକ ରିଟୁଇଟ୍‌ କରିଛନ୍ତି। ଲୋକମାନେ ଭିଡିଓକୁ ବହୁତ ଭଲପାଇବା ଦେଇଛନ୍ତି। ଶ୍ରମିକଙ୍କୁ ଖୋଲାଖୋଲି ପ୍ରଶଂସା କରିଛନ୍ତି।

Share