Categories: ଜାତୀୟ

ରୋଷେଇ ଟେଷ୍ଟି ହୋଇ ନ ଥିବାରୁ ସାଙ୍ଗକୁ ହତ୍ୟା କଲା ସାଙ୍ଗ

ମୁମ୍ବାଇ,୩।୩ : ରୋଷେଇ ଟେଷ୍ଟି ହୋଇ ନ ଥିବାରୁ ଜଣେ ଶ୍ରମିକ ତାଙ୍କ ୨୭ ବର୍ଷୀୟ ସାଙ୍ଗକୁ ହତ୍ୟା କରିଛନ୍ତି। ଏହି ଘଟଣା ସୋମବାର ମୁମ୍ବାଇର ଦହିସର ଅଞ୍ଚଳରେ ଏକ ନିର୍ମାଣଧୀନ କୋଠାରେ ଘଟିଛି। ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।

ଅଭିଯୁକ୍ତଙ୍କ ଭଳି ପୀଡ଼ିତ ମଧ୍ୟ ଶ୍ରମିକ ଥିଲେ। ଅଭିଯୁକ୍ତଙ୍କ ଆଶାନୁଯାୟୀ ରୋଷେଇ କରିବାରେ ବିଫଳ ହୋଇଥିଲେ ପୀଡ଼ିତ। ଏହା ପରେ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଉତ୍ତ୍ୟକ୍ତ ହୋଇ ବେଲ୍‌ଚାରେ ପୀଡ଼ିତଙ୍କ ମୁଣ୍ଡକୁ ପିଟିଦେଇଥିଲେ। ଫଳରେ ଘଟଣା ସ୍ଥଳରେ ହିଁ ରୋଷେଇ କରିଥିବା ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଦୁହିଁଙ୍କୁ ବୁଝାଇବାକୁ ଚେଷ୍ଟା କରିଥିବା ଆଉ ଜଣେ ଶ୍ରମିକ ଆହତ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି।

Share