ନାତୁଣୀ ନାତିଙ୍କ ପାଇଁ ମୂଲ ଲାଗୁଛନ୍ତି ଶାନ୍ତିଲତା

ସିମୁଳିଆ, ୧୯।୫(ଡି.ଏନ.ଏ.): ସରକାରୀ ଯୋଜନାଠାରୁ ଦୂରରେ ରହୁଛନ୍ତି ପ୍ରକୃତ ହିତାଧିକାରୀ। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଅଣ୍ଡରାଇ ପଞ୍ଚାୟତ ୧୩ନଂ. ୱାର୍ଡ଼ ଅଣ୍ଡରାଇ ଜେନାସାହିରେ। ସ୍ବାମୀ, ବୋହୂ ଓ ପୁଅଙ୍କ ମୃତ୍ୟୁ ହେବା ପରେ ୬୨ ବର୍ଷୀୟା ଶାନ୍ତିଲତା ଯେନା ନାତି, ନାତୁଣୀଙ୍କ ପେଟ ପୋଷିବା ଲାଗି ପରଘରେ ମୂଲ ଲାଗୁଛନ୍ତି। ବୋହୂ ନାମରେ ଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ୫ବର୍ଷ ହେଲା ସରିପାରୁ ନ ଥିବାରୁ ଝାଟିମାଟି ଘରେ ୩ ପ୍ରାଣୀ ମୁଣ୍ଡ ଗୁଞ୍ଜିଛନ୍ତି। ବିପଦସଙ୍କୁଳ ଅବସ୍ଥାରେ ଥିବା ଘରକୁ ବାଉଁଶ ସହାଯ୍ୟରେ ଢିରା ଦେଇ ଅଟକାଯାଇଛି। କେତେବେଳେ ଯେ, ଭୁଶୁଡିପଡିବ ତାହା କହିହେବନାହିଁ।
ବର୍ଷ ପୂର୍ବେ ଶନ୍ତିଲତାଙ୍କ ସ୍ବାମୀ ମୁଷାଙ୍କର ମୃତ୍ୟୁ ହୋଇଥିଲା। ପରେ ଆଗପଛ ପଛ ହୋଇ ଗତ ଦୁଇ ବର୍ଷ ମଧ୍ୟରେ ବୋହୂ ବର୍ଷାଙ୍କର କର୍କଟ ରୋଗରେ ଓ ପୁଅ ମୂରଲୀଙ୍କର ମଧ୍ୟ ଅଚାନକ ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ଷଷ୍ଠ ଶ୍ରେଣୀରେ ପଢୁଥିବା ନାତୁଣୀ ନନ୍ଦିନୀ ଓ ଦଶମ ଶ୍ରେଣୀରେ ପଢୁଥିବା ନାତି ବିଶ୍ୱରଞ୍ଜନଙ୍କ ଦାୟିତ୍ୱ ଶାନ୍ତିଲତାଙ୍କ ଉପରେ ରହିଛି। ୪ ଡିସିମିଲ ଘରବାଡ଼ି ତାଙ୍କର ଏକମାତ୍ର ସମ୍ବଳ। ମାସିକ ୫ଶହ ଟଙ୍କା ଭତ୍ତା ଓ ଚାଉଳ ତାଙ୍କୁ ମିଳୁଛି ା ତେବେ ଏହା ୩ ପ୍ରାଣୀ କୁଟୁମ୍ବଙ୍କ ପାଇଁ ଯଥେଷ୍ଟ ହେଉ ନ ଥିବାରୁ ଶାନ୍ତିଲତା ପରଘରେ କାମ କରୁଛନ୍ତି। ୫ବର୍ଷ ପୂର୍ବେ ୧ଲକ୍ଷ ୨୦ହଜାର ବ୍ୟୟ ଅଟକଳରେ ତାଙ୍କ ବୋହୂ ବର୍ଷାଙ୍କ ନାମରେ ମିଳିଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବୋହୂ ମରିଯିବା ପରେ ଅଦ୍ୟାବଧି ସମ୍ପୂର୍ଣ୍ଣ ହୋଇପାରିନାହିଁ ା ତାଙ୍କ ଘର ପାର୍ଶ୍ୱରେ ଗାଁର ପକ୍କା ରାସ୍ତା ନିର୍ମାଣ କରାଯାଇଛି। ଫଳରେ ବର୍ଷା ଜଳ ନିଷ୍କାସିତ ହୋଇ ନ ପାରି ତାଙ୍କ ଘରେ ପଶୁଛି। ପକ୍କାଘର ନିର୍ମାଣ ହୋଇଗଲେ ସେମାନେ ଆଶ୍ୱସ୍ତ ହୋଇପାରନ୍ତେ ବୋଲି ଶାନ୍ତିଲତା କହିଛନ୍ତି। ଶାନ୍ତିଲତାଙ୍କ ଅସହାୟତା ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର କେତେକ ବ୍ୟକ୍ତି ଗତ ୧୦ା୫ା୨୧ରେ ଜିଲାପାଳ, ଗତ ୨୬ା୦୫ା୨୧ ଓ ୨୮ା୩ା୨୨ରେ ବିଡିଓଙ୍କୁ ଲିଖିତ ଭାବେ ଜଣାଇଥିଲେ ା ଘର ନିକଟରୁ ବ୍ଲକ କାର୍ଯ୍ୟାଳୟ ୨୮କି.ମି. ଦୂର ହେବା ସହିତ ଗାଡ଼ି ମୋଟର କୌଣସି ସୁବିଧା ନ ଥିବାରୁ ବ୍ଲକ କାର୍ଯ୍ୟାଳୟକୁ ବାରମ୍ବାର ଯାଇ ପାରୁ ନ ଥିବାର ଶାନ୍ତିଲତା କହିଛନ୍ତି। ଏ ସମ୍ପର୍କରେ ବିଡିଓ ସୁଧୀର କୁମାର ସିଂ କହିଛନ୍ତି, ସେ ତୁରନ୍ତ ଗୃହ ନିର୍ମାଣ ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀ ରୁପତି ରଞ୍ଜନ ପଣ୍ଡାଙ୍କୁ ଡାକି ପଚାରି ବୁଝିଥିଲେ। ଶାନ୍ତିଲତାଙ୍କୁ ୩୫ କି.ଗ୍ରା. ଚାଉଳ ବ୍ୟବସ୍ଥା କରାଯିବା ସହିତ ତୁରନ୍ତ ତାଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ବିଡିଓ ସୂଚନା ଦେଇଥିଲେ। ଘର ନିର୍ମାଣ ପାଇଁ ବୋହୂ ନାମ ପରିବର୍ତ୍ତେ ଶାନ୍ତିଲତାଙ୍କ ନାମ ଯୋଡ଼ାଯିବା ପାଇଁ ପଠାଯାଇଛି ବୋଲି ରୁପତି ରଞ୍ଜନ ପଣ୍ଡା ସୂଚନା ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri