ଅଜଣା ଗାଡ଼ି ଧକ୍କାରେ ଶ୍ରମିକଙ୍କ ମୃତ୍ୟୁ

କୁଆଁରମୁଣ୍ଡା,୨୯ା୧୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଅଗ୍ନିଶମ କାର୍ଯ୍ୟାଳୟ ସମ୍ମୁଖସ୍ଥ ୧୪୩ ନମ୍ବର ଜାତୀୟ ରାଜପଥରେ ବୁଧବାର ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ କାରଖାନା ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ରାଜଗାଙ୍ଗପୁର ଥାନା ଗରିଆମାଳ ଅଞ୍ଚଳର ଅମରଦୀପ ଲାକ୍ରା (୩୦)। ଖବର ପାଇ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେଦହ ଜବତ କରି କୁଆଁରମୁଣ୍ଡା ଡାକ୍ତରଖାନା ଶବାଗାରରେ ରଖିବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜରିରଖିଛି।

ସୂଚନାଯୋଗ୍ୟ, ମୃତ ଅମରଦୀପ କୁଆଁରମୁଣ୍ଡା ହାତୀବାରୀ ରୋଡ୍‌ରେ ଥିବା ଏକ ଫ୍ୟାକ୍ଟରିରେ କାର୍ଯ୍ୟ କରୁଥିଲା ବେଳେ ଘଟଣା ଦିନ ସେ ନିଜ ବାଇକ୍‌ ଓଡି ୧୬ ଏଚ୍‌ ୬୦୨୮ରେ ରାଜଗାଙ୍ଗପୁରରୁ ମନ୍ଦିରିଆ ହୋଇ କୁଆଁରମୁଣ୍ଡା ଆସୁଥିଲେ ବୋଲି ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି। ସେହିପରି ଗୁରୁବାର ପରିବାର ଲୋକଙ୍କ ଉପସ୍ଥିତିରେ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ଫାଣ୍ଡି ଅଧିକାରୀ ଶ୍ୟାମଲାଲ ଓରାମ ସୂଚନା ଦେଇଛନ୍ତି।