ଦାଦନ ଶ୍ରମିକ ଉଦ୍ଧାର, ଧରାପଡ଼ିଲେ ସର୍ଦ୍ଦାର

ବେଲପଡ଼ା,୧୨ା୧୦(ମନୋଜ କୁମାର ମିଶ୍ର): ବଲାଙ୍ଗୀର ଜିଲା ବେଲପଡ଼ା ପୋଲିସ କପାଣି ବସ୍‌ଷ୍ଟାଣ୍ଡ ନିକଟରୁ ୫ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଥାନା ଅଧିକାରୀ ସୁଶାନ୍ତ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ଏସ୍‌ଆଇ ବିନୟ କୁମାର ପରିଡାଙ୍କ ନେତୃତ୍ୱରେ ଉଦ୍ଧାର କରାଯାଇଥିଲା। ପୋଲିସ ଶ୍ରମିକଙ୍କୁ ଚାଲାଣ କରୁଥିବା ଦାଦନ ସର୍ଦ୍ଦାର ଆନ୍ଧ୍ରପ୍ରଦେଶ ନେରୋଲ ଜିଲା ଅନ୍ତର୍ଗତ ସାନ୍ତଦେବି କୋଦାପୁରମ ଗ୍ରାମର ଇଶ୍ୱରୀୟ ଏର୍ଲାଙ୍କୁ ଗିରଫ କରଇଛି। ତଦନ୍ତ ବେଳେ ବେଆଇନ ଭାବେ ଶ୍ରମିକଙ୍କୁ ଚାଲାଣ କରାଯାଉଥିବା ଜଣାପଡିଛି। ଏନେଇ ଥାନାରେ ଦଫା ୩୭୦, ୩୭୪, ୪୨୦ ଶ୍ରମଧାରା ଆଇନ ୨୫ରେ ଏକ ମାମଲା(୨୫୮/୨୩) ରୁଜୁ ହୋଇଛି । ସର୍ଦ୍ଦାରଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ପାଟଣାଗଡ଼ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।