ବଲାଙ୍ଗୀର, କଳାହାଣ୍ଡି, ବରଗଡ଼ରେ ବଢ଼ୁଛି ଶ୍ରମିକ ଚାଲାଣ

ଭୁବନେଶ୍ୱର,୪ା୯(ରବିନାରାୟଣ ଜେନା): ରାଜ୍ୟର ପଶ୍ଚିମ ଓଡ଼ିଶାରେ ଏବେ ଶ୍ରମିକ ଚାଲାଣ ଜୋର୍‌ଦାର ଆରମ୍ଭ ହୋଇଯାଇଛି। ଠିକାଦାରମାନେ ଲୁଚାଛପାରେ ଲୋକଙ୍କୁ ବାହାର ରାଜ୍ୟକୁ କାମ କରାଇବାକୁ ନେଉଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି। ଏହାକୁ ନେଇ ଶ୍ରମ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ତୁରନ୍ତ ସମ୍ପୃକ୍ତ ଅଞ୍ଚଳରେ ଜୋର୍‌ଦାର ଚଢ଼ାଉ କରିବା ଲାଗି ଜଙ୍ଗଲ ଓ ପରିବେଶ ଏବଂ ଶ୍ରମମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କୁ ଏକ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି।
ମନ୍ତ୍ରୀ ତାଙ୍କ ନିର୍ଦ୍ଦେଶନାମାରେ ଦର୍ଶାଇଛନ୍ତି, ରାଜ୍ୟର ପଶ୍ଚିମ ଓଡ଼ିଶାର ବଲାଙ୍ଗୀର, କଳାହାଣ୍ଡି, ବରଗଡ଼ ପ୍ରଭୃତି ଅଞ୍ଚଳରେ ଶ୍ରମିକ ଚାଲାଣ ନେଇ ଦୟନୀୟ ସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ଆସୁଛି। ଲୋକେ ଦୁଃଖଦଜନକ ଭାବରେ ଚାକିରି ତଥା କାମ ଅନ୍ବେଷଣରେ ବାହାର ରାଜ୍ୟକୁ ଯାଉଥିବା ଜଣାପଡ଼ିଛି। ଏହି ୩ଟି ଜିଲାରେ ବହୁ ଠିକାଦାର ବେଆଇନ କାମ କରୁଛନ୍ତି ଏବଂ ଶ୍ରମିକମାନଙ୍କୁ ଅବାଧରେ ବାହାର ରାଜ୍ୟକୁ ଚାଲାଣ କରୁଛନ୍ତି। ଶ୍ରମିକମାନଙ୍କୁ ରାତିଅଧିଆ ଟ୍ରେନ୍‌ରେ ବିଭିନ୍ନ ରାଜ୍ୟ ଓ ଦେଶକୁ ସ୍ଥାନାନ୍ତର କରୁଥିବା ଅଭିଯୋଗ ଆସିଛି। ଠିକାଦାରମାନେ କେବଳ ଯେ ଶ୍ରମିକମାନଙ୍କୁ ନେଇ ବାହାର ରାଜ୍ୟରେ କର୍ମସଂସ୍ଥାନ ଯୋଗାଉଛନ୍ତି ତାହା ନୁହେଁ, ଅଶିକ୍ଷିତ ପ୍ରବାସୀ ଶ୍ରମିକମାନଙ୍କୁ ଆର୍ଥିକ ଏବଂ ଶାରୀରିକ ଭାବେ ଶୋଷଣ କରୁଛନ୍ତି। ଫଳରେ ଦାଦନପ୍ରବଣ ରାଜ୍ୟ ଭାବେ ଏକ ଖରାପ ଛବି ସୃଷ୍ଟି ହେଉଛି।
ବିଭାଗକୁ ମିଳିଥିବା ତଥ୍ୟ ଅନୁଯାୟୀ, ଶ୍ରମିକମାନଙ୍କୁ ଟିଟିଲାଗଡ଼, ମୁରିବାହାଲ, ଲାଠୋର, ରାଇନଭାଟା, କଣ୍ଟାବାଞ୍ଜି, ନୂଆପଡ଼ା ଏବଂ ଖରିଆର ରୋଡ୍‌ ଆଦି ରେଳଷ୍ଟେଶନରୁ ବାହାରକୁ ପଠାଯାଉଛି। ଏସବୁକୁ ତୁରନ୍ତ ରୋକାଯିବାର ଆବଶ୍ୟକତା ରହିଛି। ଜିଲା ପ୍ରଶାସନ, ପୋଲିସ ପ୍ରଶାସନ ଏବଂ ରେଲଓ୍ବେ କର୍ତ୍ତୃପକ୍ଷଙ୍କ ସମନ୍ବୟରେ ସଂପୃକ୍ତ ଅଞ୍ଚଳରେ ଚଢ଼ାଉ ଜୋର୍‌ଦାର କରିବାକୁ ମନ୍ତ୍ରୀ ବିଭାଗୀୟ ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମ୍‌ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ମନ୍ତ୍ରୀ ବ୍ୟକ୍ତିଗତ ଭାବେ ପ୍ରଦାନ କରିଥିବା ନୋଟ୍‌ଶିଟ୍‌ରେ ଦର୍ଶାଇଛନ୍ତି ଯେ, ଉକ୍ତ ରେଳଷ୍ଟେଶନଗୁଡ଼ିକରେ ରାତିରେ ଚଢ଼ାଉ କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଦିଗରେ ପଦକ୍ଷେପ ନିଅ। ଫଳରେ ଅବାଧ ଶ୍ରମିକ ଚାଲାଣକୁ ରୋକାଯାଇପାରିବ। ଉଲ୍ଲେଖଯୋଗ୍ୟ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ଅତିକମ୍‌ରେ ୨୦୦ ଦିନର କାମ ଯୋଗାଇଦେବାକୁ ବ୍ୟବସ୍ଥା ରହିଛି। ହେଲେ ବାସ୍ତବ କ୍ଷେତ୍ରରେ ତାହା ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରୁ ନ ଥିବାରୁ ଏଭଳି ସ୍ଥିତି ଉପୁଜୁଥିବା ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଲର୍ସଙ୍କ ମନମୁଖି କାର୍ଯ୍ୟ: ମଣ୍ଡିରେ ପଡ଼ିରହିଛି ୪ ହଜାର କ୍ୱିଣ୍ଟାଲ ଧାନ

କେସିଙ୍ଗା,୨।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କାଣ୍ଡେଲ ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟର ଧାନ ମଣ୍ଡିରେ ଦୀର୍ଘ ଦିନ ହେଲା ଧାନ ପଡ଼ିରହିଛି।…

ଛାତିଥରା ଘଟଣା; ଏକାଥରେ ବିଷ ପିଇଲେ ୫ ନାବାଳିକା, ଏକାଠି ଜଳିଲା ଜୁଇ

ପାଟନା, ୨।୨: ବିହାରର ଔରଙ୍ଗାବାଦ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଏଠାକାର ଏକ ଗାଁରେ ପାଞ୍ଚ ଜଣ ନାବାଳିକା ଏକାଠି ବିଷ ପିଇ…

ICCର ନିୟମ ଭାଙ୍ଗିଲେ ଏହି ଖେଳାଳି! ଖେଳ ସମୟରେ କଲେ ଏମିତି କାମ ଯାହା ହେଉଛି ଖୁବ ଚର୍ଚ୍ଚା

ନୂଆଦିଲ୍ଲୀ,୨।୨: ICC ପୁରୁଷ ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ର ୧୨ତମ ମ୍ୟାଚ ରବିବାର, ଫେବୃଆରୀ ୧ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିଲା। ଏହି ମ୍ୟାଚ…

ପୁଣି ହଜାର ହଜାର ଟଙ୍କା କମିଲା ସୁନା ଦର: ୧୦ ଗ୍ରାମ ପିଛା ଅଛି…

ନୂଆଦିଲ୍ଲୀ,୨।୨: ସୁନାର ମୂଲ୍ୟ ଆହୁରି ହ୍ରାସ ପାଇଛି। ସପ୍ତାହର ଆରମ୍ଭ ଦିନ ଅର୍ଥାତ୍‌ ସୋମବାର ପୁଣି ଖସିଛି ସୁନା, ରୁପା ଦର। ୨୪ କ୍ୟାରେଟ ସୁନା ଦର…

ଅଜିତ ପାଓ୍ବାରଙ୍କ ଅନ୍ତିମ ସଂସ୍କାରରେ ୩୦ ଲକ୍ଷ ଟଙ୍କାର ଗହଣା ଚୋରି!

ମୁମ୍ବାଇ,୨।୨: ମହାରାଷ୍ଟ୍ରର ବାରାମତୀରେ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ପ୍ରିୟ ନେତା ‘ଅଜିତ ଦାଦା’ଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଏକତ୍ରିତ ହୋଇଥିବା ବେଳେ, ଚୋରମାନେ ଏହି…

ଶରଦ ପାଓ୍ବାରଙ୍କୁ ଶକ୍ତ ଝଟକା, ଅଜିତ ଯିବା ପରେ ବଦଳିଗଲା NCP!

ମୁମ୍ବାଇ,୨।୨: ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ମହାରାଷ୍ଟ୍ର ସଭାପତି ସୁନୀଲ ତତକରେ ସ୍ପଷ୍ଟ କରିଛନ୍ତି ଯେ ଏନଡିଏ ସହିତ ରହିବା ପାଇଁ ତାଙ୍କ ଦଳର ନିଷ୍ପତ୍ତି ଦୃଢ଼…

ସଂଗ୍ରାମଙ୍କ ଘରେ ପଶିଲେ ସଶସ୍ତ୍ର ଚୋର: ଆଉ ତା’ପରେ…

କେନ୍ଦୁଝର,୨।୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରରେ ବଢୁଛି ଚୋରି। ରବିବାର ରାତି ପ୍ରାୟ ୧୦ଟାରେ କାଞ୍ଜିପାଣି ଥାନା ବାୟାପଣ୍ଡାଧାର ଗ୍ରାମରେ ସଂଗ୍ରାମ କେଶରୀ ନାୟକ ନାମକ ଜଣେ…

ଭାଜପାର ବରିଷ୍ଠ ନେତାଙ୍କ ପରଲୋକ, ରାଜସ୍ଥାନ କ୍ୟାବିନେଟରେ ଥିଲେ ମନ୍ତ୍ରୀ

ଜୟପୁର,୨।୨: ସୋମବାର ସକାଳେ ବରିଷ୍ଠ ଭାଜପା ନେତା ହେମ ସିଂହ ଭଦାନାଙ୍କ ଦେହାନ୍ତ ହୋଇଛି। ତାଙ୍କର ୫୫ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ରାଜସ୍ଥାନ ରାଜନୀତିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri