ଏହି ଲ୍ୟାବ୍‌ରେ କରୋନା ସମ୍ବନ୍ଧିତ ଡାଟା ଲୁଚାଇଛି ଚାଇନା

ଓ୍ବାଶିଂଟନ,୩।୩: ଚାଇନାର ଉହାନ ସହରରେ ସର୍ବପ୍ରଥମେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା। ମାତ୍ର ଚାଇନା ଏକଥାକୁ ମାନିବାକୁ ନାରାଜ। ତଥାପି ସମ୍ପୂର୍ଣ୍ଣ ଅସ୍ବୀକାର ବି କରୁନି।

ଏବେ ଏକ ସର୍ବେକ୍ଷଣରୁ ଜଣାପଡ଼ିଛି, ଚାଇନା ଉହାନ ଲ୍ୟାବ୍‌ରେ ରହସ୍ୟମୟୀ ଡାର୍କ ଡାଟାବେସକୁ ଲୁଚାଇଛି। ଯଦି ଏହା ପ୍ରମାଣିତ ହୁଏ, ତେବେ ଜଣାପଡ଼ିବ ପ୍ରକୃତରେ କରୋନା ଭୂତାଣୁ ଏହି ଲ୍ୟାବରୁ ସୃଷ୍ଟି ହୋଇଥିଲା ନା ପ୍ରାକୃତିକ ଉପାୟରେ ହୋଇଥିଲା।

ଏକ ମିଡିଆ ରିପୋର୍ଟ ଅନୁଯାୟୀ, ଉହାନ ଲ୍ୟାବ୍‌ରେ ନୂଆ ଭାଇରସ ବା ଭୂତାଣୁ ସମ୍ବନ୍ଧିତ ଅପ୍ରକାଶିତ ଡାଟା ଲୁଚାଯାଇଛି। ଏହି ଡାଟାକୁ ଅଧିକ ସୁରକ୍ଷାରେ ରକ୍ଷାଯାଇଛି। ଯେମିତି କି କେହି ଦେଖି ନ ପାରିବେ। ଯେତେବେଳେ ପ୍ରଥମ କରୋନା ଭୂତାଣୁ ଖବର ଆସିଥିଲା ସେତେବେଳେ ଉହାନସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜି ଚର୍ଚ୍ଚାରେ ଥିଲା।

କରୋନା ଭୂତାଣୁ ପ୍ରଥମେ ଏହି ଲ୍ୟାବ୍‌ର ଡାଟା ଅନ୍‌ଲାଇନ୍‌ରେ ସହଜରେ ଆକ୍ସେସ କରାଯାଇପାରୁଥିଲା। ମାତ୍ର ମହାମାରୀ ରୂପ ନେବା ପରେ ତୁରନ୍ତ ଏହାକୁ ବନ୍ଦ କରି ଦେଇଥିଲା ଚାଇନା। ଡାଟା ପାର୍ସଓ୍ବାର୍ଡକୁ ସୁରକ୍ଷିତ ରଖିବା ପରେ ଏହାକୁ ଡିଲିଟ କରି ଦେଇଥିବା ଚର୍ଚ୍ଚା ହେଉଛି। ଏହି ଲ୍ୟାବ୍‌ ଏବେ ସମଗ୍ର ବିଶ୍ୱର ନଜରରେ ରହିଛି। ତେବେ ଦେଖାଯାଉ ସତ ଟା କେବେ ଲୋକଲୋଚନକୁ ଆସୁଛି।

Share