Categories: ଜାତୀୟ

ଭାରତ-ଚାଇନା କଥାବାର୍ତ୍ତା ପାଇଁ ଆରମ୍ଭ ହେଲାଣି କାଉଣ୍ଟଡାଉନ

ନୂଆଦିଲ୍ଲୀ,୧୩।୭: ଭାରତ-ଚାଇନା ସୀମା ବିବାଦକୁ ନେଇ କିଛିଦିନ ହେବ ଉଭୟଙ୍କ ମଧ୍ୟରେ ଟଣା ଭିଡା ଚାଲିଛି। ଏହାରି ଭିତରେ ଭାରତ-ପାକିସ୍ତାନ ମଧ୍ୟରେ ମଙ୍ଗଳବାର କଥା ହେବେ ବୋଲି ସୂଚନା ମିଳିଛି। ପୂର୍ବ ଲଦ୍ଦାଖର ଚୁସୁଲଠାରେ ଏହା ଅନୁଷ୍ଠିତ ହେବ। ଏହା ବିଶେଷଭାବେ ଲାଇନ୍‌ ଅଫ୍‌ ଆ୍‌କ୍‌ଚୁଆଲ କଣ୍ଟ୍ରୋଲ ଉପରେ କରାଯିବ ବୋଲି ଜଣାପଡିଛି। ଭାରତୀୟ ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ସୀମା ବିବାଦକୁ ନେଇ କିିଛି ବର୍ଷ ଏମିତି ଟଣା ଭିଡା ଚାଲିଥିବା ବେଳେ ଏହାର ପରିଣତିକୁ ସମସ୍ତେ ଅପେକ୍ଷା କରିଛନ୍ତି। ସୋମବାର ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେ ଜମ୍ମୁ ପହଞ୍ଚିଥିବା ବେଳେ ସେଠାକାର ସୁରକ୍ଷା ବ୍ୟବସ୍ଥା କଥା ବୁଝିଥିଲେ।

Share