Posted inଜାତୀୟ

ସିଙ୍ଗାପୁର ଯିବାକୁ କେଜ୍ରିଓ୍ବାଲ୍‌ଙ୍କୁ ମିଳିଲାନି ଅନୁମତି

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସିଙ୍ଗାପୁର ଗସ୍ତ ପାଇଁ ଅନୁମତି ମିଳିନାହିଁ। ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ନର(ଏଲ୍‌ଜି) ଭି.କେ ସକ୍ସେନା ଏହି ଗସ୍ତ ପାଇଁ ଅନୁମତି ଦେବାକୁ ମନା କରି ଦେଇଛନ୍ତି। ଅଗଷ୍ଟ ୧ରେ ଏକ ସମ୍ମିଳନୀରେ ଯୋଗଦେବା ପାଇଁ ଅରବିନ୍ଦ କେଜ୍ରିୱାଲ ସିଙ୍ଗାପୁର ଯିବାକୁ ଚାହୁଁଥିଲେ। ଆବଶ୍ୟକ ପ୍ରକ୍ରିୟା ଅନୁଯାୟୀ, ଦିଲ୍ଲୀ ସରକାର ଏଲଜିଙ୍କଠାରୁ ଏହାର ଅନୁମୋଦନ ଲୋଡିଥିଲେ। କିନ୍ତୁ ତାଙ୍କୁ ଯିବାକୁ ଅନୁମତି ମିଳିନାହିଁ।
ସିଙ୍ଗାପୁରରେ ହେବାକୁ ଥିବା ବିଶ୍ୱ ସହର ସମ୍ମିଳନୀରେ ଯୋଗ ନ ଦେବାକୁ କେଜ୍ରିୱାଲଙ୍କୁ ଏଲଜି ପରାମର୍ଶ ଦେଇଛି। କାରଣ ଏହା ମେୟରମାନଙ୍କର ଏକ ସମ୍ମିଳନୀ ଏବଂ ଏଥିରେ ଜଣେ ମୁଖ୍ୟମନ୍ତ୍ରୀ ଯୋଗଦେବା ଅନୁଚିତ୍‌।
ନିକଟରେ ସିଙ୍ଗାପୁର ଗସ୍ତ ପାଇଁ ଅନୁମତି ଦେବାରେ କେନ୍ଦ୍ରର ବିଳମ୍ବରେ ନେଇ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଥିଲେ। ସେ ଚିଠିରେ ଲେଖଥିଲେ, ସିଙ୍ଗାପୁରରେ ହେବାକୁ ଥିବା ବିଶ୍ୱ ସିଟି ସମ୍ମିଳନୀରେ ଯୋଗଦେବାକୁ ସେହି ଦେଶର ସରକାର ମୋତେ ନିମନ୍ତ୍ରଣ କରିଛନ୍ତି। ସେଠାରେ ସେ ବିଶ୍ୱ ନେତାଙ୍କ ନିକଟରେ ଦିଲ୍ଲୀ ମଡେଲ ଉପସ୍ଥାପନ କରିବେ ଏବଂ ଭାରତ ପାଇଁ ଗୌରବ ଆଣିବେ। ମୁଁ ଅପରାଧୀ ନୁହେଁ, ମୁଁ ଜଣେ ମୁଖ୍ୟମନ୍ତ୍ରୀ ଏବଂ ଦେଶର ମୁକ୍ତ ନାଗରିକ। ମୋତେ ସିଙ୍ଗାପୁର ଯିବାକୁ ବାରଣ କରିବାର କୌଣସି ଆଇନଗତ ଆଧାର ନାହିଁ, ତେଣୁ ଏହା ପଛରେ ଏକ ରାଜନୈତିକ କାରଣ ଥିବା ପରି ମନେହେଉଛି।
ସୂଚନାଯୋଗ୍ୟ, ଗତ ଜୁନ ମାସରେ ସିଙ୍ଗାପୁରର ହାଇ କମିଶନର ସାଇମନ ୱଙ୍ଗ ଅରବିନ୍ଦ କେଜ୍ରିୱାଲଙ୍କୁ ଏହି ଶିଖର ସମ୍ମିଳନୀ ପାଇଁ ନିମନ୍ତ୍ରଣ କରିଥିଲେ। ଅଗଷ୍ଟ ପ୍ରଥମ ସପ୍ତାହରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri