ପୁଣି ପରଦାକୁ ଫେରୁଛି ଏକତା କପୁରଙ୍କ ସୁପରହିଟ ସିରିଏଲ୍‌

ମୁମ୍ବାଇ: ଟିଭି ପରଦାରେ ପ୍ରସାରିତ ହେଉଥିବା ଏକତା କପୁରଙ୍କ ବେଶ୍‌ ଲୋକପ୍ରିୟ ଧାରାବାହିକ ‘କଁ୍ୟୁକି ଶାଶ କଭି ବୋହୁ ଥି’ ପୁଣି ଥରେ ପରଦାକୁ ଫେରୁଛି। ସେହି ସମୟରେ ଏକ ଦଶନ୍ଧୀ ଧରି ଘରେ ଘରେ ବେଶ୍‌ ପରିଚିତ ଓ ଲୋକପ୍ରିୟ ହୋଇପାରିଥିବା ଶାଶୁ ବୋହୁଙ୍କ ଡ୍ରାମାକୁ ଦୀର୍ଘ ୧୩ ବର୍ଷ ପରେ ପୁଣି ଥରେ ଦେଖିପାରିବେ ଦର୍ଶକ। ପ୍ରତି ବୁଧବାର ସନ୍ଧ୍ୟା ୫ଟାରେ ଷ୍ଟାର ପ୍ଲସ୍‌ରେ ପ୍ରସାରିତ ହେବ ଏହି ସିରିଏଲ୍‌। ଏନେଇ ମଙ୍ଗଳବାର ପ୍ରଯୋଜକ ଏକତା କପୁର ସୋସିଆଲ ମିଡିଆରେ ସିରିଏଲ୍‌ର ଏକ ପ୍ରୋମୋ ଶେୟାର କରି ଦର୍ଶକଙ୍କୁ ସୂଚନା ଦେଇଛନ୍ତି। ଏଥିସହ ଅଭିନେତ୍ରୀ ସ୍ମୃତି ଇରାନି ଓ ଅଭିନେତା ରୋନିତ ରୟଙ୍କୁ ମଧ୍ୟ ଟ୍ୟାଗ ମଧ୍ୟ କରିଛନ୍ତି। ଏହି ସିରିଏଲ୍‌ ୨୦୦୦ରୁ ଆରମ୍ଭ ହୋଇ ୨୦୦୮ ପର୍ଯ୍ୟନ୍ତ ଚାଲିଥିଲା। ଏହି ଧାରାବାହିକ ଅନେକଙ୍କୁ ପରିଚୟ ଦେଇଥିଲା। ବିଶେଷକରି, ତୁଲସୀ ବୋହୁ ଅର୍ଥାତ୍‌ ସ୍ମୃତି ଇରାନୀଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଥିଲା। କିନ୍ତୁ ଏହାପରେ ସ୍ମୃତି ରାଜନୀତି କ୍ଷେତ୍ରରେ ପ୍ରବେଶ କରିଥିଲେ। ୨୦୦୭ରେ ସେ ଷ୍ଟାର୍‌ ପ୍ଲସ ଛାଡିଦେଇଥିଲେ।

Share