ଇସ୍ତଫା ଦେବାକୁ ରାଜି ହେଲେ ରାଷ୍ଟ୍ରପତି

ବିଶକେକ୍‌,୯।୧୦: ପ୍ରବଳ ବିରୋଧ ମଧ୍ୟରେ କିର୍ଗିଜସ୍ଥାନର ରାଷ୍ଟ୍ରପତି ସୁରୋନବେ ଜିନବେକୋଭ ଇସ୍ତଫା ଦେବାକୁ ରାଜି ହୋଇଛନ୍ତି। ତାଙ୍କ କାର୍ଯ୍ୟାଳୟରୁ ଏହି ସୂଚନା ଦିଆଯାଇଛି। ଗତ ରବିବାର କିର୍ଗିଜସ୍ଥାନରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ଫଳାଫଳ ବିରୋଧରେ ବିକ୍ଷୋଭକାରୀମାନେ ସଂସଦ ଭବନରେ ଚଢ଼ାଉ କରିଥିଲେ। ବିକ୍ଷୋଭକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ଏବଂ ସେମାନେ ସରକାର ଏବଂ ସୁରକ୍ଷା ମୁଖ୍ୟାଳୟକୁ ଭଙ୍ଗାରୁଜା କରି ଦେଶର ସଂସଦ ଉପରେ ଆକ୍ରମଣ କରିଥିଲେ। କେବଳ ଏତିକି ନୁହେଁ କ୍ରୋଧିତ ଲୋକମାନେ ପୂର୍ବତନ ରାଷ୍ଟ୍ରପତି ଆଲମାଜବେକ ଅତମବୟେଭଙ୍କୁ ମଧ୍ୟ ହେପାଜତରୁ ଉଦ୍ଧାର କରିଥିଲେ। ନିର୍ବାଚନ ଫଳାଫଳ ବାତିଲ କରିବାକୁ ବିକ୍ଷୋଭକାରୀମାନେ ଦାବି କରିଛନ୍ତି।

Share