Categories: ଫୁରସତ

କାଇଲିଙ୍କ ସିଂହ ଗାଉନ୍‌

ପ୍ୟାରିସ୍‌: ଚିଆପାରେଲିରେ ଅନୁଷ୍ଟିତ ପ୍ୟାରିସ ଫ୍ୟାଶନ୍‌ ଓ୍ବିକ୍‌ରେ ରିଆଲିଟି ଶୋ’ ସେଲିବ୍ରିଟି କାଇଲି ଜେନର୍‌ଙ୍କ ଗାଉନ୍‌ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ସୋମବାର ଏହି କାର୍ଯ୍ୟକ୍ରମରେ ବହୁ ମଡେଲ୍‌ ଓ ଚର୍ଚ୍ଚିତ ଚେହେରା ଭାଗ ନେଇଥିବାବେଳେ କାଇଲିଙ୍କ ଲୁକ୍‌ ଥିଲା ପୂରା ଭିନ୍ନ। ତାଙ୍କ ଡ୍ରେସ୍‌ କିନ୍ତୁ ସୋସିଆଲ ମିଡିଆ ୟୁଜର୍ସମାନଙ୍କୁ ପସନ୍ଦ ଆସିନାହିଁ। କାଇଲିଙ୍କୁ ଏ ପୋଷାକ କିଏ ଦେଲା ବୋଲି ଜଣେ ୟୁଜର କମେଣ୍ଟ କରିଥିବାବେଳେ ଆଉଜଣେ ଲେଖିଛନ୍ତି, ଫ୍ୟାଶନ୍‌ ରେଷ୍ଟ୍‌ ଇନ୍‌ ପିସ୍‌। କାଇଲିଙ୍କ ସିଂହ ମୁଣ୍ଡ ଲଗା ଗାଉନ୍‌ ଏବେ ସୋସିଆଲ ମିଡିଆରେ ଆଲୋଚନାର ବିଷୟ ପାଲଟିଛି।

Share