ବିବାଦରେ କାଇଲ୍‌ଙ୍କୁ ଦୋଷମୁକ୍ତ ରାୟ

ଓ୍ବାଶିଂଟନ୍‌, ୨୧ା୧୧: ଆମେରିକାର ଜଣେ କିଶୋର କାଇଲ୍‌ ରିଟେନ୍‌ହାଉସ୍‌ଙ୍କୁ ଏକ ହତ୍ୟା ମାମଲାରେ ଦୋଷମୁକ୍ତ କରାଯିବା ରାୟକୁ ନେଇ ବିବାଦ ଦେଖାଦେଇଛି। ଗତ ବର୍ଷ ଅଗଷ୍ଟରେ ଓ୍ବିସ୍‌କନ୍‌ସିନ୍‌ରେ ବର୍ଣ୍ଣବୈଷମ୍ୟ ହିଂସାବେଳେ ୧୮ ବର୍ଷୀୟ କାଇଲ୍‌ ୨ ଜଣଙ୍କୁ ଗୁଳି କରି ହତ୍ୟା କରିଥିଲେ। ତେବେ ତାହା ଆତ୍ମରକ୍ଷା ପାଇଁ ଉଦ୍ଦିଷ୍ଟ ଥିଲା କହି କୋର୍ଟ ତାଙ୍କୁ ମୁକ୍ତ କରିଛନ୍ତି। ରାଷ୍ଟ୍ରପତି ଜୋ ବାଇଡେନ୍‌ କୋର୍ଟଙ୍କ ଏହି ରାୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିବାବେଳେ ତାହା ଚିନ୍ତାଜନକ ବୋଲି ମତ ଦେଇଛନ୍ତି। ତେବେ ପୂର୍ବତନ ରାଷ୍ଟ୍ରପତି ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି।
ଗତ ବର୍ଷ ଅଗଷ୍ଟ ୨୫ରେ ତାଙ୍କ ଇଲିନୋଇସ୍‌ ଘରଠାରୁ ପ୍ରାୟ ୩୨ କିଲୋମିଟର ଦୂର କେନୋଶା ଯାଇଥିଲେ। ସେଠାରେ ଜଣେ ଶ୍ୱେତାଙ୍ଗ ପୋଲିସ ଅଧିକାରୀଙ୍କ ଗୁଳିରେ ଜ୍ୟାକବ୍‌ ବ୍ଲାକ୍‌ ଗୁରୁତର ହୋଇଥିଲେ। ଏହାର ପ୍ରତିବାଦରେ ସେଠାରେ ଜୋରଦାର ବିକ୍ଷୋଭ ହୋଇଥିଲା। ସେହି ସମୟରେ ରିଟେନ୍‌ହାଉସ୍‌ ୩୬ ବର୍ଷୀୟ ଜୋସେଫ ରୋଜନବାମ୍‌ ଏବଂ ୨୬ ବର୍ଷୀୟ ଆନ୍ଥୋନୀ ହବରଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏଥିସହ ଗେଜ୍‌ ଗ୍ରୋସ୍‌କ୍ରେୟୁଜ୍‌ ଗୁରୁତର ହୋଇଥିଲେ। ଏହି ଘଟଣାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ଦଙ୍ଗା ଭଳି ପରିସ୍ଥିତିବେଳେ ସେ ଆତ୍ମରକ୍ଷା ପାଇଁ ଏଭଳି କରିଥିବା ରିଟେନହାଉସ୍‌ କହିଥିଲେ। ତାଙ୍କଠାରୁ ବନ୍ଧୁକ ଛଡ଼ାଇବାକୁ ଚେଷ୍ଟା କରୁଥିବାବେଳେ ସେ ଗୁଳି କରିଥିଲେ ବୋଲି ସଫେଇ ଦେଇଥିଲେ। ଏପରି ରାୟକୁ ବାଇଡେନ୍‌ ଚିନ୍ତାଜନକ କହିଛନ୍ତି। ଏହା ଦ୍ୱାରା ଆମେରିକାବାସୀଙ୍କ ମଧ୍ୟରେ କ୍ରୋଧ ଏବଂ ଉଦ୍‌ବେଗ ପ୍ରକାଶ ପାଇବ। ସମସ୍ତଙ୍କୁ ସମାନତା, ନ୍ୟାୟ ଏବଂ ସମ୍ମାନ ଦେବାକୁ ନିଶ୍ଚିତ କରିବାକୁ ସେ ପ୍ରତିବଦ୍ଧ। ତେବେ ନ୍ୟାୟ ବ୍ୟବସ୍ଥା ଏହି ରାୟ ଦେଇଥିବାରୁ ସେ ତାହାକୁ ସମ୍ମାନ ଦେବେ ବୋଲି କହିଛନ୍ତି। ଗତ ରାଷ୍ଟ୍ରପତି ନିର୍ବାଚନବେଳେ ଏହି ଘଟଣାକୁ ବାଇଡେନ ହ୍ବାଇଟ୍‌ ସୁପ୍ରିମିଷ୍ଟ ସଙ୍ଗଠନ ସହ ଜଡ଼ିତ ବୋଲି କହି ଏକ ଟୁଇଟ୍‌ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri