Posted inଖେଳ

ହୃଦୟର ବ୍ୟଥା ବଖାଣିଲେ ପଞ୍ଜାବ ମାଲିକାଣୀ

ଆଇପିଏଲ ୨୦୨୦ର ଲିଗ୍‌ ପର୍ଯ୍ୟାୟ ଶେଷ ହୋଇଛି। ମୁମ୍ବାଇ ଇଣ୍ଡିଆନ୍ସ, ସନରାଇଜର୍ସ ହାଇଦ୍ରାବାଦ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ‌ପ୍ଲେ ଅଫରେ ସ୍ଥାନ ପାଇଛନ୍ତି। ଏଥି ସହିତ ଚେନ୍ନାଇ ସୁପର କିଙ୍ଗ୍ସ, କିଙ୍ଗ୍ସ ଏକାଦଶ ପଞ୍ଜାବ, କେକେଆର ଏବଂ ରାଜସ୍ଥାନ ରୟାଲ୍ସର ଯାତ୍ରା ଲିଗ ରାଉଣ୍ଡରେ ଶେଷ ହୋଇଛି। ବାକି ଦଳ ଦୁବାଇରୁ ନି ନିଜ ଦେଶକୁ ଫେରୁଛନ୍ତି। ଚଳିତ ସିଜିନରେ ସର୍ବାଧିକ ଉତ୍‌ଥାନ-ପତନ ଦେଖିଥିବା ଦଳ ହେଉଛି କିଙ୍ଗ୍ସ ଏକାଦଶ ପଞ୍ଜାବ। ପ୍ଲେ ଅଫ୍‌ରୁ ପଞ୍ଜାବ ବିଦା ହେବାପରେ ଦଳର ମାଲିକାଣୀ ତଥା ଅଭିନେତ୍ରୀ ପ୍ରୀତି ଜିଣ୍ଟା ଟୁଇଟରରେ ଏକ ଭାବପ୍ରବଣ ବାର୍ତ୍ତା ଲେଖିଛନ୍ତି। ପ୍ରୀତି ଟୁଇଟରରେ ଦଳର ଫଟୋ ଶେୟାର କରି କ୍ୟାପସନରେ ଲେଖିଛନ୍ତି, ଆଇପିଏଲ ଏବଂ ୟୁଏଇକୁ ବିଦାୟ ଦେବାର ସମୟ ଆସିଛି। ଚଳିତ ସିଜିନରେ ଯାହା ଆମେ ଆଶା କରିଥିଲୁ ତାହା ହୋଇନାହିଁ, କିନ୍ତୁ ଆମେ ଭଲ ଏବଂ ଶକ୍ତିଶାଳୀ ହୋଇ ଆସନ୍ତା ବର୍ଷ ଆସିବୁ। ଅନେକ ରୋମାଞ୍ଚକ, ଉତ୍‌ଥାନ-ପତନ ଏବଂ ସ୍ମରଣୀୟ ମୁହୂର୍ତ୍ତ ଏଠାରେ ଅଛି। ଯାହା ଆମେ ଆଶା କରିଥିଲୁ, ଏହି ଯାତ୍ରା ଏତେ କମ୍‌ ଦିନ ନ ଥିଲା। ଏହା ସହ ପ୍ରୀତି ଆହୁରି କହିଛନ୍ତି, କିଙ୍ଗସ ଏକାଦଶ ପଞ୍ଜାବର ପ୍ରଶଂସକମାନଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି, ଯେଉଁମାନେ ପ୍ରତ୍ୟେକ ଅସୁବିଧାରେ ଆମ ପାଖରେ ଠିଆ ହୋଇଛନ୍ତି। ଆପଣ ସମସ୍ତେ ଚମତ୍କାର ଏବଂ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ଚଳିତ ଆଇପିଏଲ୍‌ରେ କେ.ଏଲ ରାହୁଲଙ୍କ ଅଧିନାୟକତ୍ୱରେ କିଙ୍ଗସ ଏକାଦଶ ପଞ୍ଜାବ ଦଳ ପ୍ରଥମ ୭ଟି ମ୍ୟାଚରୁ କେବଳ ଗୋଟିଏ ଜିତିଥିଲା ଏବଂ ପଏଣ୍ଟ ଟେବୁଲ ଶେଷରେ ଥିଲା। ଏହା ପରେ ଦଳ କ୍ରମାଗତ ୫ ଟି ମ୍ୟାଚ ଜିତିଥିଲା। ତେବେ ଲିଗ ଶେଷରେ ଗୋଟିଏ ମ୍ୟାଚ୍‌ ହାରି ପ୍ଲେ-ଅଫ୍‌ ଦୌଡରୁ ବାହାରି ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାରଣ୍ଡାରେ ଚାଲିଛି ରୋଷେଇ, ମଧ୍ୟାହ୍ନଭୋଜନ ପାଇଁ ରାସ୍ତା ପାର ହେଉଛନ୍ତି ପିଲା

ନୟାଗଡ଼,୨୮ା୯(ଲୋକନାଥ ମିଶ୍ର): ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଅନେକ ସ୍ଥାନରେ ଅସଜଡା ଭିତ୍ତିଭୂମିରେ ପରିବର୍ତ୍ତନ ଆସୁନାହିଁ। ଏପରି କି ଶୈକ୍ଷିକ…

କିଡ୍‌ନୀ ଖରାପ ହେଲେ ଆରମ୍ଭରୁ ଦେଖାଦିଏ ଏସବୁ ଲକ୍ଷଣ…

ଆମ ଶରୀରର ଏକ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରଭାବିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି, ଅଦରକାରୀ ତତ୍ତ୍ୱକୁ ନିଷ୍କାସନ କରିଥାଏ।…

ସାବାଡ଼ ହେବେ ଅମାନିଆ: ଗାଜଲବାଡ଼ି ଘାଟିରେ ଲାଗିବ ଓଭରହେଡ୍‌ ବ୍ୟାରିଅର, ଭାରୀଯାନ ଚଳାଚଳ କଲେ…

ଦାରିଙ୍ଗବାଡ଼ି,୨୮ା୯(ଅରୁଣ ସାହୁ): କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାର କନ୍ଧମାଳ ଜିଲା ସୀମାନ୍ତ ବାଇମାଲା ଏବଂ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ସୁନାମୀ କ’ଣ? ଏହା ଆସିବା ପୂର୍ବରୁ କ’ଣ ମିଳିବ ସଙ୍କେତ, କେମିତି ପାଇବେ ରକ୍ଷା ଜାଣନ୍ତୁ…

ମହାକାଳପଡ଼ା, ୨୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବିଭିନ୍ନ ସମୟରେ ସୁନାମୀ, ସାମୁଦ୍ରିକ ଝଡ଼ ଓ ବଜ୍ରପାତ ଆଦି ଦେଖାଯାଇଥାଏ॥ ଏହି ଅବସରରେ…

ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟଣା: ୨ ଭାଇଙ୍କୁ କୋର୍ଟ ଚାଲାଣ

ଦେବଗଡ଼,୨୮ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରାଞ୍ଚଳ ୧୦ ନମ୍ବର ଓ୍ବାର୍ଡ ରଜାମୁଣ୍ଡା ସାହିର ହାଡୁ ନାୟକ (୪୨)ଙ୍କ ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମୀର ମୁଖି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?