Posted inଖେଳ

ହୃଦୟର ବ୍ୟଥା ବଖାଣିଲେ ପଞ୍ଜାବ ମାଲିକାଣୀ

ଆଇପିଏଲ ୨୦୨୦ର ଲିଗ୍‌ ପର୍ଯ୍ୟାୟ ଶେଷ ହୋଇଛି। ମୁମ୍ବାଇ ଇଣ୍ଡିଆନ୍ସ, ସନରାଇଜର୍ସ ହାଇଦ୍ରାବାଦ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ‌ପ୍ଲେ ଅଫରେ ସ୍ଥାନ ପାଇଛନ୍ତି। ଏଥି ସହିତ ଚେନ୍ନାଇ ସୁପର କିଙ୍ଗ୍ସ, କିଙ୍ଗ୍ସ ଏକାଦଶ ପଞ୍ଜାବ, କେକେଆର ଏବଂ ରାଜସ୍ଥାନ ରୟାଲ୍ସର ଯାତ୍ରା ଲିଗ ରାଉଣ୍ଡରେ ଶେଷ ହୋଇଛି। ବାକି ଦଳ ଦୁବାଇରୁ ନି ନିଜ ଦେଶକୁ ଫେରୁଛନ୍ତି। ଚଳିତ ସିଜିନରେ ସର୍ବାଧିକ ଉତ୍‌ଥାନ-ପତନ ଦେଖିଥିବା ଦଳ ହେଉଛି କିଙ୍ଗ୍ସ ଏକାଦଶ ପଞ୍ଜାବ। ପ୍ଲେ ଅଫ୍‌ରୁ ପଞ୍ଜାବ ବିଦା ହେବାପରେ ଦଳର ମାଲିକାଣୀ ତଥା ଅଭିନେତ୍ରୀ ପ୍ରୀତି ଜିଣ୍ଟା ଟୁଇଟରରେ ଏକ ଭାବପ୍ରବଣ ବାର୍ତ୍ତା ଲେଖିଛନ୍ତି। ପ୍ରୀତି ଟୁଇଟରରେ ଦଳର ଫଟୋ ଶେୟାର କରି କ୍ୟାପସନରେ ଲେଖିଛନ୍ତି, ଆଇପିଏଲ ଏବଂ ୟୁଏଇକୁ ବିଦାୟ ଦେବାର ସମୟ ଆସିଛି। ଚଳିତ ସିଜିନରେ ଯାହା ଆମେ ଆଶା କରିଥିଲୁ ତାହା ହୋଇନାହିଁ, କିନ୍ତୁ ଆମେ ଭଲ ଏବଂ ଶକ୍ତିଶାଳୀ ହୋଇ ଆସନ୍ତା ବର୍ଷ ଆସିବୁ। ଅନେକ ରୋମାଞ୍ଚକ, ଉତ୍‌ଥାନ-ପତନ ଏବଂ ସ୍ମରଣୀୟ ମୁହୂର୍ତ୍ତ ଏଠାରେ ଅଛି। ଯାହା ଆମେ ଆଶା କରିଥିଲୁ, ଏହି ଯାତ୍ରା ଏତେ କମ୍‌ ଦିନ ନ ଥିଲା। ଏହା ସହ ପ୍ରୀତି ଆହୁରି କହିଛନ୍ତି, କିଙ୍ଗସ ଏକାଦଶ ପଞ୍ଜାବର ପ୍ରଶଂସକମାନଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି, ଯେଉଁମାନେ ପ୍ରତ୍ୟେକ ଅସୁବିଧାରେ ଆମ ପାଖରେ ଠିଆ ହୋଇଛନ୍ତି। ଆପଣ ସମସ୍ତେ ଚମତ୍କାର ଏବଂ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ଚଳିତ ଆଇପିଏଲ୍‌ରେ କେ.ଏଲ ରାହୁଲଙ୍କ ଅଧିନାୟକତ୍ୱରେ କିଙ୍ଗସ ଏକାଦଶ ପଞ୍ଜାବ ଦଳ ପ୍ରଥମ ୭ଟି ମ୍ୟାଚରୁ କେବଳ ଗୋଟିଏ ଜିତିଥିଲା ଏବଂ ପଏଣ୍ଟ ଟେବୁଲ ଶେଷରେ ଥିଲା। ଏହା ପରେ ଦଳ କ୍ରମାଗତ ୫ ଟି ମ୍ୟାଚ ଜିତିଥିଲା। ତେବେ ଲିଗ ଶେଷରେ ଗୋଟିଏ ମ୍ୟାଚ୍‌ ହାରି ପ୍ଲେ-ଅଫ୍‌ ଦୌଡରୁ ବାହାରି ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନୋ-ବଲ୍‌କୁ ନେଇ ଅମ୍ପାୟାରଙ୍କୁ କଟାକ୍ଷ କଲେ ଶୋଏବ-ରମିଜ୍‌

ନୂଆଦିଲ୍ଲୀ,୨୪।୧୦: ଟି୨୦ ବିଶ୍ୱକପ୍‌ ୨୦୨୨ ସିଜନରେ ପ୍ରଥମ ବିଜୟ ସହ ପ୍ରଶଂସକଙ୍କୁ ଦୀପାବଳିର ଭେଟି ଦେଇଛି ଭାରତୀୟ ଟିମ୍‌। ମେଲବୋର୍ନରେ ଖେଳାଯାଇଥିବା ପାକିସ୍ତାନ ବିପକ୍ଷ ଏହି...

ଏକାଥରକେ ପଦାର୍ପଣ କରିଥିବା ଦୁଇ ଭାରତୀୟ ଓପନର

ହାମିଲଟନ,୫।୨- ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଟିମ୍‌ ଇଣ୍ଡିଆ ପାଇଁ ଦୁଇ ପଦାର୍ପଣକାରୀ ଖେଳାଳି ପୃଥ୍ବୀ ଶ’ ଓ ମୟଙ୍କ ଅଗ୍ରଓ୍ବାଲ ଓପନିଂ କରିଥିଲେ। ତେବେ...

ଧୋନୀଙ୍କ ସନ୍ନ୍ୟାସକୁ ନେଇ ବଡ଼ ଖୁଲାସା: ପନ୍ତଙ୍କ ସମେତ ଦୁଇଜଣ ପୂର୍ବରୁ ଜାଣିଥିଲେ…

ନୂଆଦିଲ୍ଲୀ,୧୩।୧: ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ତଥା ଦୁଇଥର ବିଶ୍ୱକପ୍‌ ବିଜେତା ମହେନ୍ଦ୍ର ସିଂହ ଧୋନୀ ସବୁବେଳେ ତାଙ୍କ ନିଷ୍ପତ୍ତିକୁ ନେଇ ଚମକାଇଥାନ୍ତି। ସେଭଳି କିଛି...

ଏବେ ବି ରହିଛି କ୍ରିକେଟ ନିଶା

ମୁମ୍ବାଇ, ୧।୨: ଭାରତୀୟ କ୍ରିକେଟର ଅଜୟ ଜାଡେଜାଙ୍କୁ ସୋମବାର ସେ ୫୦ ବର୍ଷ ପୂରଣ ହୋଇଛି। ସେ ୫୧ ବର୍ଷରେ ପାଦ ଦେଇଛନ୍ତି। ୧୯୭୧ ଫେବୃୟାରୀ...

ଇଂଲଣ୍ଡ ଭଳି ବେହାଲ ହେଲା ଭାରତ: ରୁଟ୍‌ଙ୍କ ଦମ୍‌ଦାର ବୋଲିଂ ଯୋଗୁ ୧୪୫ରେ ଅଲଆଉଟ୍‌

ନୂଆଦିଲ୍ଲୀ,୨୫।୨: ଭାରତ-ଇଂଲଣ୍ଡ ମଧ୍ୟରେ ଗୁରୁବାର ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଦିନର ଖେଳ ଜାରି ରହିଛି। ଇଂଲଣ୍ଡ ପ୍ରଥମ ପାଳିରେ ୧୧୨ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା। ପରେ...

ଏସୀୟ ଜୁନିୟର କରାଟେରେ ଓଡ଼ିଶାର ୪ ପ୍ରତିଯୋଗୀ

ଭୁବନେଶ୍ୱର, ୨୮।୪(କ୍ରୀଡ଼ା ପ୍ରତିନିଧି)- ମାଲେସିଆର କୋଟା ବିନାବାଲୁଠାରେ ଶନିବାରଠାରୁ ୧୮ତମ ଏ.କେ.ଏଫ. କ୍ୟାଡେଟ ଜୁନିୟର ଓ ୨୧ ବର୍ଷରୁ କମ୍‌ କରାଟେ ପ୍ରତିଯୋଗିତା ଆରମ୍ଭ ହୋଇଛି।...

ହାମିଲଟନଙ୍କୁ ପୋଲ୍‌ ପୋଜିଶନ

ସୋଚି, ୨୭ା୯ (ଏପି)-ରୁଷିଆନ ଫର୍ମୁଲା ଓ୍ବାନ୍‌ ଗ୍ରାଁ ପ୍ରି ପାଇଁ ମର୍ସିଡିଜ୍‌ର ଲୁଇସ୍‌ ହାମିଲଟନ ପୋଲ୍‌ ପୋଜିଶନ ହାସଲ କରିଛନ୍ତି। କ୍ୱାଲିଫାଇଂରେ ତାଙ୍କ ଟାଇମିଂ ୧...

୫୬୦ ଆଦିବାସୀ ପିଲାଙ୍କୁ ସହାୟତାର ହାତ ବଢାଇଲେ ମାଷ୍ଟରବ୍ଲାଷ୍ଟର

ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର କ୍ରିକେଟରୁ ଅବସର ନେଇସାରିଥିଲେ ମଧ୍ୟ ସେ ସର୍ବଦା ଚର୍ଚ୍ଚାରେ ଥାନ୍ତି। ସୋସିଆଲ ମିଡିଆରେ ମଧ୍ୟ ସେ ବେଶ୍‌ ସକ୍ରିୟ। ନିକଟରେ ସଚିନ...

Advertisement
Archives

Model This Week