କୁଏଟ୍‌ ପାର୍ଲାମେଣ୍ଟ ଭଙ୍ଗ

କୁଏଟ୍‌ ସିଟି,୧୬ା୨:କୁଏଟ୍‌ରେ ରାଜନୈତିକ ସଙ୍କଟ ଜାରି ରହିବାରୁ ଗୁରୁବାର ପାର୍ଲାମେଣ୍ଟକୁ ଭଙ୍ଗ କରାଯାଇଛି। ଗତ ଡିସେମ୍ବରରେ ନୂଆ ଅମିରଙ୍କ ପଦଭାର ଗ୍ରହଣ ସତ୍ତ୍ୱେ କ୍ୟାବିନେଟ ମନ୍ତ୍ରୀ ଓ ଆଇନ ପ୍ରଣେତାମାନଙ୍କ ମଧ୍ୟରେ ଦୀର୍ଘଦିନ ହେଲା ବିବାଦ ଲାଗିରହିଥିଲା। ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବ ଏବଂ କ୍ୟାବିନେଟ୍‌ର ଅନୁମୋଦନକ୍ରମେ ଗତ ଜୁନ୍‌ରେ ନିର୍ବାଚିତ ପାର୍ଲାମେଣ୍ଟକୁ ଭଙ୍ଗ କରିବା ପାଇଁ ଅମିର ଶେଖ୍‌ ମେଶାଲ ଅଲ୍‌-ଅହମଦ ଅଲ-ସାବାହ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏମ୍‌ପି ଅବଦୁଲ କରିମ ଅଲ୍‌ କଣ୍ଡାରିଙ୍କ ବକ୍ତବ୍ୟକୁ ବିରୋଧକରି ମନ୍ତ୍ରୀମାନେ ବୁଧବାର ପାର୍ଲାମେଣ୍ଟ ଅଧିବେଶନ ବର୍ଜନ କରିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

Share