କୁଏତ୍‌ ମହିଳା ସୈନ୍ୟ ବାହିନୀରେ ହେବେ ସାମିଲ…

କୁଏତ୍‌ ସିଟି,୧୩।୧୦: ଏବେ କୁଏତ୍‌ ମହିଳା ଦେଶର ସୈନ୍ୟ ବାହିନୀରେ ସାମିଲ ହେବେ। ଏନେଇ ସରକାରଙ୍କ ପକ୍ଷରୁ ସ୍ବୀକୃତି ମିଳିଛି। ଏନେଇ କୁଏତ୍‌ ପ୍ରତିରକ୍ଷା ମନ୍ତ୍ରୀ ହମଦ୍‌ ଜବେର ଅଲ୍‌ ଅଲୀ ଅଲ୍‌ ସବାହ ସୂଚନା ଦେଇଛନ୍ତି। ସୈନ୍ୟ ବାହିନୀର ବିଭିନ୍ନ ବିଭାଗରେ ମହିଳାମାନଙ୍କୁ ନିଯୁକ୍ତି ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

ଏହା ପୂର୍ବରୁ ୧୫ ବର୍ଷ ତଳେ ୨୦୦୫ରେ କୁଏତ୍‌ରେ ମହିଳାଙ୍କୁ ଭୋଟ ଦେବାର ଅଧିକାର ପ୍ରଦାନ କରାଯାଇଥିଲା। ଦେଶର ସଂସଦରେ ଏବଂ କ୍ୟାବିନେଟ୍‌ରେ ମହିଳାଙ୍କୁ ସାମିଲ୍‌ କରାଯିବାକୁ କୁହାଯାଇଛି। ତେବେ ଦେଶରେ ବର୍ତ୍ତମାନ ସୁଦ୍ଧା କେହି ମହିଳା ସଂସଦକୁ ଯାଇ ନାହାନ୍ତି। ଏବେ ପରିବର୍ତ୍ତିତ ସମୟ ସହିତ ତାଳ ଦେଇ ଆଗକୁ ଯିବାକୁ ପଡ଼ିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି।

Share