୮୬ ବର୍ଷ ବୟସରେ କୁଏତର ଏମିର ଶେଖ ନୱାଫ ଅଲ ଅହମ୍ମଦ ଅଲ ସାବଙ୍କ ଦେହାନ୍ତ

ନୂଆଦିଲ୍ଲୀ,୧୬ା୧୨: କୁଏତ ମୁଖ୍ୟ ଏମିର ଶେଖ ନୱାଫ ଅଲ ଅହମ୍ମଦ ଅଲ ସାବଙ୍କ ୮୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ଦେଶର ଜାତୀୟ ଟିଭି ଚ୍ୟାନେଲରେ ଏହି ଘୋଷଣା କରାଯାଇଛି। ନଭେମ୍ବର ମାସରେ ଅସୁସ୍ଥତା ପାଇଁ ଶେଖ ନୱାଫଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେବେଠାରୁ ଦେଶର ଜନତା ମୁଖିଆଙ୍କ ସ୍ୱାସ୍ଥ୍ୟ ବିଷୟରେ ଜାଣିବାକୁ ଚାହିଁ ବସିଥିଲେ। ପୂର୍ବରୁ ଖବର ଆସିଥିଲା ଯେ, ଚିକିତ୍ସା ପାଇଁ ୨୦୧୨ ମାର୍ଚ୍ଚ ମାସରେ ସେ ଆମେରିକା ଗସ୍ତରେ ଯାଇଥିଲେ।

କୁଏତ ସରକାରରେ ଡେପୁଟି ଦାୟିତ୍ୱରେ ଥୀବା ଏବଂ ତାଙ୍କ ସାନ ଭାଇ ଶେଖ ମେଶଲ ଅଲ ଅହମ୍ମଦ ଅଲ ଜାବର(୮୩) ଏବେ ଏମିର ଦାୟିତ୍ୱ ନେଇପାରନ୍ତି। ବିଶ୍ୱର ସର୍ବ ପୁରାତନ ରାଜକୁମାର ଭାବେ ମଧ୍ୟ ସେ ଜଣା।

ମଧ୍ୟପ୍ରାଚ୍ୟ ଦେଶରେ କୁଏତର ନେତାଙ୍କ ସ୍ୱାସ୍ଥ୍ୟ ଏକ ସମ୍ବେଦନଶୀଳ ବିଷୟ ହୋଇ ରହିଛି, ଯାହା କ୍ଷମତାର ଦ୍ୱାର ପଛରେ ଆଭ୍ୟନ୍ତରୀଣ ଶକ୍ତି ସଂଘର୍ଷ ସୃଷ୍ଟି କରିପାରେ। ସ୍ୱର୍ଗତ ଶେଖ ସବା ଅଲ ଅଲ ଅହମ୍ମଦ ଅଲ ସବାଙ୍କ ମୃତ୍ୟୁ ୨୦୨୦ ରେ ଶେଖ ନୱାଫ ଏମିର ଭାବରେ ଶପଥ ଗ୍ରହଣ କରିଥିଲେ।

 

Share