କୁଟୁରା ଇଂଲିଶ ନାମ ପରିବର୍ତ୍ତନରୁ ଦ୍ୱନ୍ଦ୍ୱ

ଭୁବନେଶ୍ୱର, ୨୮।୮(ଅସମାପିକା ସାହୁ): ଭାରତୀୟ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ-୧୯୭୨ରେ କୁଟୁରାକୁ ଇଂଲିଶରେ ବାର୍କିଂ ଡିଅର କୁହାଯାଉଥିଲା। ଏପ୍ରିଲ ୨୦୨୩ରେ ବନ୍ୟପ୍ରାଣୀ ସଂଶୋଧିତ ଆଇନରେ ଏହାର ନାମ ପରିବର୍ତ୍ତନ କରାଯାଇ ମୁଣ୍ଟଜାକ୍‌ ଡିଅର କରାଯାଇଛି। ତେବେ ଏହାକୁ ୩ଟି ପ୍ରଜାତିରେ ବିଭକ୍ତ କରାଯାଇଥିବାରୁ ଏହି ଆଇନ ଏବେ ଶିକାରୀଙ୍କୁ ସୁହାଇଲା ଭଳି ମନେହେଉଛି।

ସଂଶୋଧିତ ବନ୍ୟପ୍ରାଣୀ ଆଇନ୍‌ରେ କୁଟୁରାର ଇଂଲିଶ ନାମ ପରିବର୍ତ୍ତନକୁ ନେଇ ଦ୍ୱନ୍ଦ୍ୱ ଦେଖାଯାଇଛି। ନୂଆ ଆଇନ ଅନୁଯାୟୀ ଶିକାରୀଙ୍କୁ ଜାମିନ ମିଳିବା ସହଜ ହୋଇଯିବ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଚିନ୍ତାପ୍ରକଟ କରିଛନ୍ତି। କୁଟୁରା ଏକ ବନ୍ୟପ୍ରାଣୀ, ଯାହା ଓଡ଼ିଶାର ପ୍ରାୟ ସବୁ ଜିଲାରେ ଦେଖାଯାଆନ୍ତି। କୁଟୁରାକୁ ଇଂଲିଶରେ ବାର୍କିଂ ଡିଅର(Barking Deer) କୁହାଯାଉଥିଲା ଏବଂ ୨୦୨୩ ଏପ୍ରିଲ ପୂର୍ବରୁ ବନ୍ୟପ୍ରାଣୀ(ସଂରକ୍ଷଣ) ଆଇନ, ୧୯୭୨ ଅନୁଯାୟୀ ଏହା ସିଡ୍ୟୁଲ-୩ ଅନ୍ତର୍ଭୁକ୍ତ ପ୍ରାଣୀ ଥିଲା। ଫଳରେ କୁଟୁରା ଶୀକାର କରି ମାଂସ ଖାଇଲେ ୩ବର୍ଷ ପର୍ଯ୍ୟନ୍ତ ଜେଲ ଏବଂ ୨୫ ହଜାର ଟଙ୍କା କିମ୍ବା ଉଭୟ ଦଣ୍ଡର ବ୍ୟବସ୍ଥା ଥିଲା। ହେଲେ ବର୍ତ୍ତମାନ କୁଟୁରାକୁ ଇଂଲିଶ୍‌ରେ ମୁଣ୍ଟଜାକ୍‌(Muntjac) କୁହାଯାଉଛି। ଗତ ଏପ୍ରିଲ ୧ରେ ସଂଶୋଧିତ ବନ୍ୟପ୍ରାଣୀ ଆଇନ ୧୯୭୨ ଲାଗୁ ହେବା ପରେ ଏବେ କୁଟୁରା ଶିକାର ଏବଂ ମାଂସ ଜବତ ହେଲେ ବନ ବିଭାଗ କିପରି ମାମଲା ରୁଜୁ କରିବ ସେନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।
ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ କହିବାନୁସାରେ, ସଂଶୋଧିତ ଆଇନରେ ଯଦିଓ କୁଟୁରାକୁ ସିଡ୍ୟୁଲ-୧ ତାଲିକାରେ ସ୍ଥାନ ଦିଆଯାଇଛି, କିନ୍ତୁ ଆଗରୁ ଯେଉଁ ଗୋଟିଏ ପ୍ରଜାତି ଭାବରେ ମାମଲା ରୁଜୁ ହେଉଥିଲା, ଏବେ ସେଥିରେ ଅଡୁଆ ରହିଯାଇଛି। କୁଟୁରାକୁ ୩ଟି ପ୍ରଜାତିରେ ବିଭକ୍ତ କରି ନର୍ଦନ ରେଡ୍‌ ମୁଣ୍ଟଜାକ୍‌(Northern Red Muntjak), ଲିଫ୍‌ ମୁଣ୍ଟଜାକ୍‌(Leaf Muntjak) ଏବଂ ମାଲବାର ରେଡ୍‌ ମୁଣ୍ଟଜାକ୍‌(Malabar Red Muntjak) କରାଯାଇଛି। ସଂଶୋଧିତ ତାଲିକାରେ ଏହାକୁ ଯଥାକ୍ରମେ ୬୭, ୬୮ ଓ ୬୯ରେ ରଖାଯାଇଛି। ତେବେ ସମସ୍ୟାଟି ହେଲା କ୍ଷେତ୍ର ବିଶେଷରେ ଏମାନଙ୍କ ଭିତରେ ପ୍ରଭେଦ କରିବା କଷ୍ଟସାଧ୍ୟ ହୋଇପଡ଼ିବ। ଲିଫ୍‌ ମୁଣ୍ଟଜାକ୍‌ ସାଧାରଣତଃ ଉତ୍ତର-ପୂର୍ବ ଭାରତରେ ଦେଖାଯାଉଥିବା ବେଳେ ଓଡ଼ିଶାରେ କିନ୍ତୁ ବାକି ଦୁଇଟି ପ୍ରଜାତି ମିଳିବାର ସମ୍ଭାବନା ଅଛି। ଏଠାରେ ଶିକାର ପରେ ବନ କର୍ମଚାରୀମାନେ ତତ୍‌କ୍ଷଣାତ୍‌ ନର୍ଦନ ରେଡ୍‌ ମୁଣ୍ଟଜାକ୍‌ କିମ୍ବା ମାଲବାର ରେଡ୍‌ ମୁଣ୍ଟଜାକ୍‌କୁ ଚିହ୍ନି ୬୭ ବା ୬୯ ନମ୍ବର ଲେଖି କୋର୍ଟକୁ ପଠେଇବା ଅସମ୍ଭବ ହୋଇପଡ଼ିବ। ଏହାର ନାମକୁ ସନ୍ଦିଗ୍ଧ ବା suspected ବୋଲି ଲେଖି କୋର୍ଟକୁ ପଠେଇଲେ ଅଭିଯୁକ୍ତଙ୍କୁ ତୁରନ୍ତ ଜାମିନ ମିଳିଯିବାର ସମ୍ଭାବନା ଅଧିକ ରହିବ। ଏନେଇ ଖୋର୍ଦ୍ଧା ଜିଲା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କୁହନ୍ତି, ବାଲେଶ୍ୱରରେ ଆମେ ବନ ବିଭାଗ ସହିତ ୨୯ଟି ସିଡ୍ୟୁଲ-୧ ତାଲିକାଭୁକ୍ତ ସାପ ଜବତ କରିଥିଲୁ, ହେଲେ ଦୁର୍ବଳ ମାମଲା ପରିଚାଳନା ହେତୁ ଅଭିଯୁକ୍ତମାନଙ୍କୁ ସଙ୍ଗେ ସଙ୍ଗେ ଜାମିନ ମିଳିଗଲା। ସେଭଳି ସ୍ଥିତିରେ ଯଦି ଓଡ଼ିଶାରେ କୁଟୁରା ଶିକାର କରାଯାଏ, ତେବେ ବନ ବିଭାଗ ନିର୍ର୍ଦ୍ଦିଷ୍ଟ ପ୍ରଜାତି ଚିହ୍ନଟ କରି ମାମଲା କୋର୍ଟକୁ ପଠାଇବା କାଠିକର ପାଠ ହୋଇଯିବ। ୱାଇଲ୍ଡ ଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରୁ ଡିଏନ୍‌ଏ ପରୀକ୍ଷା ହୋଇ ଆସିବା ପରେ ହୁଏତ ମାମଲାରେ ଦଣ୍ଡବିଧାନ ହୋଇପାରେ। ପୂର୍ବରୁ ସମାନ ଅପରାଧରେ ନିମ୍ନ କୋର୍ଟରେ ଜାମିନ ନାମଞ୍ଜୁର ହୋଇ କିଛି ଦିନ ଅଭିଯୁକ୍ତମାନଙ୍କୁ ଜେଲ ଯିବାକୁ ପଡୁଥିଲା। କିନ୍ତୁ ସଂଶୋଧିତ ଆଇନରେ କୁଟୁରାର ଠିକ୍‌ ପ୍ରଜାତି ଚିହ୍ନଟ କରି ନ ପାରି କୋର୍ଟକୁ ମାମଲା ପଠେଇଲେ ସେମାନଙ୍କୁ ଜାମିନ ମିଳିବା ସହଜ ହୋଇପଡ଼ିବ ବୋଲି ମଲ୍ଲିକ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଓଡ଼ିଶାର ପ୍ରାୟ ଜଙ୍ଗଲରେ କୁଟୁରା ଦେଖାଯାଆନ୍ତି ଏବଂ ଏହାର ଶିକାର ପାଇଁ ପ୍ରାୟ ପ୍ରତି ରେଞ୍ଜ ଅଫିସ ତରଫରୁ ମାମଲା ରୁଜୁ କରାଯାଇଥାଏ, ରାଜ୍ୟରେ ଯେତେ ବନ୍ୟପ୍ରାଣୀ ମାଂସ ଜବତ ମାମଲା ରୁଜୁ ହୋଇଥାଏ ତନ୍ମଧ୍ୟରୁ କୁଟୁରା ସବୁଠାରୁ ଅଧିକ ଥାଏ। ଖାଲି ସେତିକି ନୁହେଁ, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼ ଏବଂ ଦକ୍ଷିଣ ଭାରତରେ ପ୍ରାୟ ସବୁ ରାଜ୍ୟ ବର୍ଷକୁ ଯେତିକି ବନ୍ୟପ୍ରାଣୀ ଶିକାର ମାମଲା ରୁଜୁ କରିଥାନ୍ତି, ସେଥିରେ ମଧ୍ୟ କୁଟୁରା ଶିକାର ସର୍ବାଧିକ। ଏ ସମ୍ପର୍କରେ ଜଣେ ବନ ଅଧିକାରୀ ନିଜର ନାମ ଗୋପନ ରଖି କହିଛନ୍ତି, ଏଣିକି ଆମକୁ ବହୁତ ଅସୁବିଧା ହେବ। ଆମେ ଠିକ୍‌ ପ୍ରଜାତି ଚିହ୍ନଟ ନ କଲେ କୋର୍ଟରେ ହଇରାଣ ହେବୁ, ଅଭିଯୁକ୍ତଙ୍କ ଓକିଲ ଫାଇଦା ନେବେ ଏବଂ ଧାରା ୫୩ରେ ଆମେ ତ୍ରୁଟିପୂର୍ଣ୍ଣ ଜବତ
କୁଟୁରା ଇଂଲିଶ ନାମ …
ପାଇଁ ଦଣ୍ଡିତ ହେବାର ଆଶଙ୍କା ରହିଛି। ତେଣୁ ନିଜ ଚାକିରି ବଞ୍ଚେଇବା ପାଇଁ ଆମକୁ ସିଆର୍‌ପିସି ୪୧ ଏ(CRPC 41 A) ଅନୁଯାୟୀ ଅଭିଯୁକ୍ତଙ୍କୁ ନୋଟିସ ଦେଇ ଛାଡ଼ିବାକୁ ପଡ଼ିବ। ଯେତେବେଳେ ଆମ ପାଖରେ ଡିଏନ୍‌ଏ ରିପୋର୍ଟ ଆସି ପହଞ୍ଚତ୍ବ, ସେତେବେଳେ ଯାଇ କୋର୍ଟଙ୍କ ନିର୍ଦ୍ଦେଶରେ ୱାରେଣ୍ଟ ନେଇ ଅଭିଯୁକ୍ତଙ୍କୁ ଗିରଫ କରିବୁ ବୋଲି ଅଧିକାରୀ ଜଣକ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ପୋଲିସ ସେବା ପୁରସ୍କାର-୨୦୨୬ ଘୋଷଣା: ଓଡ଼ିଶାର ସଞ୍ଜୀବ ପଣ୍ଡା, ସ୍ମୀତାରାଣୀ ମହାନ୍ତିଙ୍କୁ ରାଷ୍ଟ୍ରପତି ପଦକ

ଭୁବନେଶ୍ୱର,୧୪ା୮(ତ୍ରିନାଥ ମହାନ୍ତି): ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସମେତ ଦେଶର ଅନ୍ୟାନ୍ୟ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ବିଭିନ୍ନ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

୧୮ ବର୍ଷ ପରେ ମା’ ଯୋଗମାୟା ପୀଠକୁ ସ୍ପେନର ଗବେଷକଙ୍କ ପୁନଃ ପରିଦର୍ଶନ

କେସିଙ୍ଗା, ୧୪/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଗୁର୍ଜିମୁଣ୍ଡାସ୍ଥିତ ମା’ ଯୋଗମାୟା ଶକ୍ତିପୀଠକୁ ୧୮ ବର୍ଷ ପରେ ପୁଣି ଥରେ ପରିଦର୍ଶନ କରିଛନ୍ତି…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

ସ୍ୱାଧୀନତା ଦିବସ ପୂର୍ବସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କଲେ ରାଷ୍ଟ୍ରପତି: ‘ସର୍ବଶ୍ରେଷ୍ଠ ଭାରତ’ ଗଠନ ପାଇଁ ରଖନ୍ତୁ ଭାବନା, ପଢ଼ନ୍ତୁ ପ୍ରମୁଖ…

ନୂଆଦିଲ୍ଲୀ,୧୪।୮: ୮୦ତମ ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ…

ଓଡ଼ିଶାକୁ ପୁଣି ଫେରିଲା କୋଭିଡ୍‌: ଭୁବନେଶ୍ୱରରେ ଚିହ୍ନଟ ହେଲେ ଆକ୍ରାନ୍ତ, ଭୟରେ…

ଭୁବନେଶ୍ୱର, ୧୪।୮ ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ବରମୁଣ୍ଡା ଅଞ୍ଚଳର ଜଣେ ୫୦ ବର୍ଷୀୟ ବ୍ୟକ୍ତି କୋଭିଡ୍‌ ସଂକ୍ରମିତ ହୋଇଥିବା…

ବିନୟତୋଷ ମିଶ୍ରଙ୍କୁ ମିଳିଲା ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ୱ; ରଖିଲେ ଏଭଳି ପ୍ରତିକ୍ରିୟା…

ଭୁବନେଶ୍ୱର,୧୪।୮: ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri