କରନ୍‌ କୁନ୍ଦ୍ରାଙ୍କ ଉପରେ ବର୍ଷିଲେ କୁଶାଲ; ସମିତା ସେଟ୍ଟୀଙ୍କୁ ‘ଆଣ୍ଟି’ କହିବାକୁ ନେଇ…

ବମ୍ବେ: ଆରମ୍ଭରୁ ଚର୍ଚ୍ଚାରେ ବିଗ୍‌ବସ୍‌-୧୫। ଓଟିଟିରେ ଶୋ’ ପ୍ରଥମ ଥର ପାଇଁ ନଜର ଆସିବା ପରେ ଦର୍ଶକଙ୍କ ନଜର ଏହା ଉପରେ ରହିଥିଲା। ଏବେ ପ୍ରତିଯୋଗୀଙ୍କ ବ୍ୟବହାର ପ୍ରତିଦିନ ଖବର ଶିରୋନାମା ପାଲଟୁଛି। ଶୋ’କୁ ପସନ୍ଦ କରୁଥିବା ଦର୍ଶକଙ୍କ ସହ ଅନେକ ଟେଲି କଳାକାର ନିଜ ମତ ମଧ୍ୟ ରଖୁଛନ୍ତି। ଏହି କ୍ରମରେ ଅଭିନେତା କରନ୍‌ କୁନ୍ଦ୍ରାଙ୍କ ଉପରେ ବର୍ଷିଛନ୍ତି କୁଶାଲ ଟଣ୍ଡନ। ଅଭିନେତ୍ରୀ ସମିତା ସେଟ୍ଟୀଙ୍କୁ ଆଣ୍ଟି କହିଥିଲେ କରନ୍‌। ଏବେ କୁଶାଲ ତାଙ୍କୁ ‘ଜନାନୀ’ କହି ସମ୍ବୋଧିତ କରିଛନ୍ତି।
ଟୁଇଟ୍‌ କରି କୁଶାଲ ଲେଖିଥିଲେ, ଆବେ କରନ୍‌ କୁନ୍ଦ୍ରା, ତୁମେ ଜଣେ ଜନାନୀ। ସମିତାଙ୍କ ବୟସ ନେଇ ତାଚ୍ଛଲ୍ୟ କରୁଛ। ତୁମେ କେତେ ବର୍ଷର ତାହା ଜାଣ କି? ୩୭, ପାଗଳ ବଞ୍ଚିବା ଶିଖ। ଶୀଘ୍ର ସୁସ୍ଥ ହୁଅ। ଖାଲି ପ୍ରତୀକଙ୍କ ଉପରେ ଚାର୍ଜ କରିବା ଜାଣିଛ। ହେଲେ ସେ ଜଣେ ବାଘ, ଗ୍ରେସଫୁଲ୍‌ ଟାଇଗର୍‌।
ବିଗ୍‌ବସରେ ଦେଖାଯାଇଥିବା ଏପିସୋଡରେ କରନ୍‌ ନିଶାନ୍ତଙ୍କ ସମ୍ମୁଖରେ ସମିତାଙ୍କୁ ଆଣ୍ଟି କହିଥିଲେ। ଏହାପରେ ସମିତାଙ୍କ ପ୍ରଶଂସକ କରନ୍‌ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି।

 

Share