କୁର୍ତ୍ତି ଜ୍ୟାକେଟ୍‌

ନୂଆ ଡିଜାଇନ ସହ ଭିନ୍ନ ଭିନ୍ନ ରଙ୍ଗର ଡ୍ରେସ୍‌ ପିନ୍ଧିବାକୁ ଝିଅମାନେ ବେଶି ପସନ୍ଦ କରନ୍ତି। ବଜାରରେ ଏବେ କୁର୍ତ୍ତି ଜ୍ୟାକେଟ୍‌ର ଚାହିଦା ଅଧିକ ରହିଛି । ତେବେ ଏହାକୁ କେତେବେଳେ ପିନ୍ଧିବେ ଜାଣିରଖନ୍ତୁ…

କୁର୍ତ୍ତି ଜ୍ୟାକେଟ୍‌କୁ ଆପଣମାନେ ସବୁ ସମୟରେ ଏବଂ ସବୁ ସ୍ଥାନରେ ପିନ୍ଧିପାରିବେ। ଏହା ଆରାମ ଦେବା ସହ ଆପଣଙ୍କ ସୌନ୍ଦର୍ଯ୍ୟ ବି ବଢ଼ାଇବ।

ବାହାଘର କି କୌଣସି ପାର୍ଟିରେ ଯୋଗ ଦେଉଛନ୍ତି, ତେବେ ଆପଣ ଏହାକୁ ବିନା ଦ୍ୱିଧାରେ ପିନ୍ଧିପାରିବେ। ଅନାରକଲି କୁର୍ତ୍ତି ସହ ଲମ୍ବା ଜ୍ୟାକେଟ୍‌ ଏଥିରେ ବେଶି ଭଲ ଲାଗିବ।

କର୍ମଜୀବୀ ମହିଳା ହୋଇଥିଲେ କୁର୍ତ୍ତା ସହ ଛୋଟ ଜ୍ୟାକେଟ୍‌ ପିନ୍ଧନ୍ତୁ। ଏହା ଆପଣଙ୍କୁ ପ୍ରଫେସନାଲ ଲୁକ୍‌ ଦେବ।

ମଡେଲିଂ ପାଇଁ ବି ଏହାକୁ ଆପଣ ବ୍ୟବହାର କରିପାରିବେ। ଜ୍ୟାକେଟ୍‌ ଥିବା କୁର୍ତ୍ତା ଆପଣଙ୍କୁ ପର୍‌ଫେକ୍ଟ ଲୁକ୍‌ ଦେବ।

ନୂଆ ଜାଗାକୁ ଲଙ୍ଗ୍‌ ଡ୍ରାଇଭରେ ଗଲାବେଳେ ବି ଆପଣ ଏହାକୁ ଆରାମରେ ପିନ୍ଧିପାରିବେ।

ଘରେ ରହିବା ସମୟରେ ବି ଏହାକୁ ପିନ୍ଧିପାରିବେ।