Categories: ଜାତୀୟ

ମୁମ୍ବାଇରେ ଭୁଷୁଡିଲା ୪ ମହଲା କୋଠା

ମୁମ୍ବାଇ,୨୮ ।୬: ମୁମ୍ବାଇ କୁର୍ଲାର ନାୟକ ନଗରରେ ଏକ ୪ ମହଲା କୋଠା ସୋମବାର ବିଳମ୍ବିତ ରାତିରେ ଭୁଷୁଡି ପଡିଛି । ଏହାତଳେ ଅନେକ ଲୋକ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି । ଖବରପାଇ ଦମକଳ ବାହିନି ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏପର୍ଯ୍ୟନ୍ତ ୭ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଆଉ ୧୦-୨୫ ଜଣ ଚାପିହୋଇ ରହିଥିବା ଅନୁମାନ କରାଯାଉଛି ।

ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ମହାରାଷ୍ଟ୍ରର ମନ୍ତ୍ରୀ ଆଦିତ୍ୟ ଠାକରେ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଉଦ୍ଧାର କାର୍ଯ୍ୟ ଉପରେ ଗୁରୁତ୍ୱ ଦେଇଥିଲେ । ତେବେ ଉକ୍ତ କୋଠାଟି ପୁରୁଣା ହୋଇଥିବା ବେଳେ ଏହା ବିପଦ ସଙ୍କୁଳ ଅବସ୍ଥାରେ ଥିବାରୁ ଏହାକୁ ଖାଲି କରିବାକୁ ପୂର୍ବରୁ ନୋଟିସ ଦିଆଯାଇଥିଲା, ଏହାପରେ ବି ଲୋକେ ସେଠାରେ ରହୁଥିଲେ । ତେବେ ଏଠାରେ ଥିବା ୪ଟି ଘରକୁ ଏମିତି ନୋଟିସ ଜାରି କରାଯାଇଛି । କିନ୍ତୁ ଏହାକୁ ଅଣଦେଖା କରାଯାଇଥିବାରୁ ଦୁର୍ଘଟଣା ଘଟିଛି, ଯାହା ଦୁର୍ଭାଗ୍ୟପୂଣ୍‌ଈର୍ ବୋଲି ଆଦିତ୍ୟ କହିଛନ୍ତି । ତେବେ ଉଦ୍ଧାର କାର୍ଯ୍ୟ ଆମର ପ୍ରାଥମିକତା ବୋଲି କହିଛନ୍ତି ଆଦିତ୍ୟ । ମଙ୍ଗଳବାର ସକାଳୁ ଅନ୍ୟ କୋଠାଗୁଡିକୁ ଖାଲି କରାଯିବା ସହ ଏହାକୁ ଭାଙ୍ଗିବା କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

Share