ନିଦ ନ ହେବାରୁ ଚରମ ନିଷ୍ପତ୍ତି ନେଇଥିଲେ କୁନି

ଭୁବନେଶ୍ୱର,୬।୯(ବ୍ୟୁରୋ):ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଜାମୁକୋଳି ବରକୁଦାସ୍ଥିତ ଏକ ଘରୋଇ ନର୍ସିଂ କଲେଜର ପ୍ରଥମବର୍ଷ ଛାତ୍ରୀ କୁନି କହଁର(୨୩) ରବିବାର ଆତ୍ମହତ୍ୟା କରିବା ଘଟଣାକୁ ନେଇ ଚର୍ଚ୍ଚା ଲାଗି ରହିଛି। ସୋମବାର ପୂର୍ବାହ୍ନରେ ପରିବାର ଲୋକଙ୍କ ଉପସ୍ଥିତିରେ କମିଶନରେଟ ପୋଲିସ କୁନିଙ୍କ ମୃତଦେହ ଜବତ କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିବାବେଳେ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରୁ ବିଭିନ୍ନ ନମୁନା ସଂଗ୍ରହ କରିଥିଲା। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ଏକ ଅପମୃତ୍ୟୁ ମାମଲା (ନଂ. ୩୫/୨୦୨୨) ରୁଜୁ କରି ତଦନ୍ତ କରାଯାଉଥିବା ବେଳେ କୁନିଙ୍କ ହଷ୍ଟେଲ ରୁମ୍‌ରୁ ପୋଲିସ ଏକ ହାତଲେଖା ନୋଟ୍‌ ଜବତ କରିଛି। ନିଦ ହେଉ ନ ଥିବାରୁ କୁନି ଏଭଳି ଚରମ ନିଷ୍ପତ୍ତି ନେଇଥିବା ଉକ୍ତ ଚିଠିରୁ ଜଣାପଡିଛି।
ଆରମ୍ଭରୁ ଆଦିବାସୀ ଭାଷାରେ ଉଲ୍ଲେଖ ରହିଛି ‘ମା, ପରିବାର, ସାଙ୍ଗସାଥୀ ସମସ୍ତଙ୍କୁ ମୁଁ କ୍ଷମା ମାଗୁଛି। ଏଥିରେ କାହାର ଦୋଷ ନାହିଁ। ମୋତେ ନିଦ ନ ହେବାରୁ ଶୋଇପାରୁନାହିଁ। କଷ୍ଟ ଲାଗୁଛି। ଆଉ କିଛି କରିବାର ଇଚ୍ଛା ବି ନାହିଁ। ମୁଁ କ’ଣ କରିବି କିଛି ବୁଝିପାରୁ ନାହିଁ। ଭଗବାନ ମୋତେ ନେଇଯାଅ, ସରି ସରି, କାହାର କିଛି ଭୁଲ୍‌ ନାହିଁ, ପୋଲିସ କିଛି ନ କରିବାକୁ ଚିଠିରେ ଅନୁରୋଧ କରାଯାଇଛି। ତେବେ ହାତଲେଖାଟି କୁନିଙ୍କର ନା ନୁହେଁ, ତାହା ଜାଣିବାକୁ ଉକ୍ତ ଚିଠିକୁ ଲାବ୍‌କୁ ପଠାଯିବ ବୋଲି ଥାନାଧିକାରୀ ରାଧାକାନ୍ତ ସାହୁ କହିଛନ୍ତି। ଏଥିସହ ମାମଲାର ତଦନ୍ତ ଚାଲିଥିବାବେଳେ ବିଭିନ୍ନ ଲୋକଙ୍କ ବୟାନ ରେକର୍ଡ କରାଯାଉଛି। ଏଥିସହ ପୋଷ୍ଟମର୍ଟମ ରିପୋର୍ଟକୁ ମଧ୍ୟ ଅପେକ୍ଷା କରାଯାଇଥିବା ଥାନାଧିକାରୀ କହିଛନ୍ତି। ଏପଟେ କୁନିଙ୍କ ବାପା କହିଛନ୍ତି, ଛୁଆକୁ ନେଇଯିବାକୁ କଲେଜ କର୍ତ୍ତୃପକ୍ଷ ମୋତେ କହିଥିଲେ। କୁନିଙ୍କୁ ରାତି ସାରା ନିଦ ହେଉନାହିଁ। ହଷ୍ଟେଲ ବିଭିନ୍ନ ମହଲାରୁ ସେ ତଳ ଉପର ହେଉଛନ୍ତି। ତେଣୁ ଅନ୍ୟ ଝିଅମାନେ ତାଙ୍କୁ ଜଗି ରହୁଛନ୍ତି ବୋଲି କଲେଜ କର୍ତ୍ତୃପକ୍ଷ ଜଣାଇଥିବା ସେ କହିଛନ୍ତି। ତେବେ ନିଦ ନ ହେବା କାରଣରୁ ଜଣେ ଛାତ୍ରୀ ଏଭଳି ଚରମ ନିଷ୍ପତ୍ତି ନେବା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ନିଦ୍ରାରୋଗ ବିଶେଷଜ୍ଞ ଡାକ୍ତର ଅର୍ପିତା ପ୍ରିୟଦର୍ଶିନୀ କହିଛନ୍ତି, ଯେତେ ପ୍ରକାରର ନିଦ୍ରା ରୋଗ ଅଛି, ତାହା ଭିତରୁ ସବୁଠୁ ଭୟାନକ ରୋଗ ହେଉଛି ସ୍ଲିପ୍‌ ଅନ୍‌ସେଟ୍‌ ଇନ୍‌ସୋମ୍‌ନିଆ। ଏହାଦ୍ୱାରା ଜଣେ ଆତ୍ମହତ୍ୟା କରିବାର ସମ୍ଭାବନା ଥିବା ବୈଜ୍ଞାନିକଙ୍କ ମତ ରହିଛି। ସାଧାରଣତଃ ଅତ୍ୟଧିକ ମୋବାଇଲ ବ୍ୟବହାରରୁ ଏଭଳି ରୋଗ ହେଉଥିବା ସେ କହିଛନ୍ତି।
ମୃତା ଛାତ୍ରୀ କୁନିଙ୍କ ଘର ବଲାଙ୍ଗୀର ଜିଲା ମୁରିବାହାଲ ଥାନା ବନବାହାଲ ଗ୍ରାମରେ। କୁନି ରବିବାର ଉକ୍ତ ନର୍ସିଂ କଲେଜର କମନ୍‌ ରୁମ୍‌ରେ ଏକ ଓଢଣି ଦ୍ୱାରା ଝୁଲି ପଡ଼ିଥିବା କର୍ମଚାରୀ ଦେଖିଥିଲେ। କଲେଜ କର୍ତ୍ତୃପକ୍ଷଙ୍କଠାରୁ ସୂଚନା ପାଇ ପୋଲିସ କଲେଜରେ ପହଞ୍ଚତ୍ କୁନିଙ୍କ ପରିବାର ଲୋକଙ୍କୁ ଖବର ଦେବା ସହ ଉକ୍ତ ରୁମ୍‌କୁ ତାଲା ପକାଇ ରଖିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ନକଲି CID ଅଧିକାରୀ ଗିରଫ: ଶିକ୍ଷାନୁଷ୍ଠାନ, ବ୍ୟବସାୟୀଙ୍କୁ କରୁଥିଲେ ଟାର୍ଗେଟ

ଭୁବନେଶ୍ୱର,୩।୪: ରାଜଧାନୀର ଚନ୍ଦ୍ରଶେଖରପୁର ଥାନା ପୋଲିସକୁ ଶୁକ୍ରବାର ଏକ ସଫଳତା ମିଳିଛି। ଚନ୍ଦ୍ରଶେଖରପୁର ଥାନା ପୋଲିସ ଟିମ୍‌ ୮ଜଣ ନକଲି CID ଅଧିକାରୀଙ୍କୁ ଧରି ପଚରାଉଚରା କରୁଛି।…

ଟ୍ରେନ୍‌ ଟ୍ରାକ୍‌ରେ ପଡ଼ିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ, ହାତରେ ଲେଖା ଅଛି ଏମିତି, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର,୩ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଖୁଜେନପାଲି ରେଳ ଫାଟକ ନିକଟରେ ଜଣେ ଯୁବତୀଙ୍କ କ୍ଷତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଶୁକ୍ରବାର ଦେଖାଯାଇଛି। ମୃତ ଯୁବତୀଙ୍କ ପରିଚୟ ମିଳିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri