ଏପିସୋଡ ପିଛା ୬୦ ହଜାର ନିଅନ୍ତି ଏହି ସୁନ୍ଦରୀ ଅଭିନେତ୍ରୀ; ମୋଟ ସମ୍ପତ୍ତି ଜାଣିଲେ…

ବମ୍ବେ: ଟେଲି ଧାରାବାହିକ ‘କୁଣ୍ଡଲୀ ଭାଗ୍ୟ’ରେ ନଜର ଆସୁଛନ୍ତି ଅଭିନେତ୍ରୀ ଶ୍ରଦ୍ଧା ଆର଼୍ୟା। ପ୍ରୀତା ଭୂମିକାରେ ତାଙ୍କ ଅଭିନୟ ଦର୍ଶକଙ୍କ ମନ କିଣି ଆସୁଛି। ଏଥିଯୋଗୁ ତାଙ୍କର ପ୍ରଶଂସକ କାହିଁରେ କେତେ। ଏକତାଙ୍କ ଏହି ଧାରାବାହିକ ସହ ଜଡ଼ିତ ହେବା ପୂର୍ବରୁ ଶ୍ରଦ୍ଧା ଅନେକ ସିରିଏଲ୍‌ ଏବଂ ଫିଲ୍ମରେ କାମ କରିଛନ୍ତି। ସେଥିରେ ରହିଛି ବଲିଉଡ୍‌ ସହ ଅନ୍ୟାନ୍ୟ ଭାଷାଭାଷୀ ଫିଲ୍ମ।

ବ୍ୟକ୍ତିଗତ ଜୀବନ ବିଷୟରେ କଥା ହେଲେ ଶ୍ରଦ୍ଧା ୨୦୧୯ରେ ରିଆଲିଟି ଶୋ’ ‘ନଚ ବଲିୟେ’ରେ ନଜର ଆସିଥିଲେ। ସେଥିରେ ସେ ଜଳନ୍ଧରର ବ୍ୟବସାୟୀ ଆଲମ ମକ୍କରଙ୍କୁ ଡେଟ୍‌ କରୁଥିବା କହିଥିଲେ। ଏପରିକି ଉଭୟ ନିର୍ବନ୍ଧ କରିନେଇଥିବା ଶୁଣିବାକୁ ମିଳିଥିଲା। ମାତ୍ର ପରେ କେବଳ ଶୋ’ ପାଇଁ ମିଛ ସମ୍ପର୍କ ରଚିଥିବା ନେଇ ଜଣାପଡ଼ିଥିଲା। ଶୋ’ ଶେଷ ହେବାର ଦୁଇ ମାସ ପରେ ଶ୍ରଦ୍ଧା -ଆଲମ ଅଲଗା ହୋଇଯାଇଥିଲେ।

ଏହାପୂର୍ବରୁ ୨୦୧୫ରେ ଶ୍ରଦ୍ଧା ଜୟନ୍ତ ନାମକ ଜଣେ ଏନ୍‌ଆର୍‌ଆଇଙ୍କ ସହ ନିର୍ବନ୍ଧ କରିନେଇଥିଲେ। ପରେ ଉଭୟ ସମ୍ପର୍କ ଛିନ୍ନ କରିବା ସହ ନିର୍ବନ୍ଧ ଭାଙ୍ଗିଦେଇଥିଲେ। ଏହା ପଛରେ କାରଣ ଥିଲା ଜୟନ୍ତଙ୍କ ଇଚ୍ଛା। ଶ୍ରଦ୍ଧା ଅଭିନୟ ଛାଡ଼ି ଦିଅନ୍ତୁ ବୋଲି ସେ ଚାହୁଁଥିଲେ। ମାତ୍ର ଏହି ଦାବି ପାଇଁ ଶ୍ରଦ୍ଧା ତାଙ୍କ ସହ ସମ୍ପର୍କ କାଟି ଦେଇଥିଲେ।

ଶ୍ରଦ୍ଧା ଏବେଟେଲିଜଗତର ସବୁଠାରୁ ମହଙ୍ଗା ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ସେ ଦିନକୁ ୬୦ ହଜାର ଟଙ୍କା ପାଉଣା ନେଇଥାନ୍ତି। ମୋଟ ସମ୍ପତ୍ତି ଦେଖିଲେ ଶ୍ରଦ୍ଧା ୬୦ କୋଟି ସମ୍ପତ୍ତିର ମାଲିକାଣି ବୋଲି କୁହାଯାଏ। ତେବେ ଆଜି ଶ୍ରଦ୍ଧାଙ୍କ ଜନ୍ମଦିନରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି।

Share