କୁଣ୍ଡା, ନଡ଼ିଆକତା ଭିତରେ ଗଞ୍ଜେଇ ଚାଲାଣ

ଭୁବନେଶ୍ୱର,୧୮ା୫(ବ୍ୟୁରୋ): କୁଣ୍ଡା ଓ ନଡିଆ କତା ଭିତରେ ଚୋରାରେ ଚାଲାଣ ହେଉଥିଲା ଗଞ୍ଜେଇ। ପୋଲିସ ନଜରରୁ ହଟିବା ପାଇଁ ଏସ୍‌କର୍ଟ କରି ଗଞ୍ଜାମରୁ ପୁରୀ ନିଆଯାଉଥିଲା। ହେଲେ ଭୁବନେଶ୍ୱରରେ ପହଞ୍ଚତ୍ବା ପରେ ଧରିଦେଲା ମଞ୍ଚେଶ୍ୱର ଥାନା ପୋଲିସ। ଏହି ଘଟଣାରେ ସମ୍ପୃକ୍ତ ୨ ଚାଲାଣକାରୀଙ୍କୁ ପୋଲିସ ଗିରଫ କରିବା ସହ ୧ କୁଇଣ୍ଟାଲ କୁଇଣ୍ଟାଲ ୪୦ କେଜି ଗଞ୍ଜେଇ, ଏକ ଟ୍ରକ୍‌, ଗୋଟିଏ ବାଇକ୍‌ ଓ ୨ ମୋବାଇଲ ଫୋନ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଗଜପତି ଜିଲା ମୋହନା ଥାନା ଅଞ୍ଚଳର ପ୍ରମୋଦ କୁମାର ବେହେରା ଓ ଖୋର୍ଦ୍ଧା ଜିଲାର ପ୍ରଭାତ ମୁଦୁଲି। ଏନେଇ ପୋଲିସ ମାମଲା (ନଂ ୨୦୯/୨୩) ରୁଜୁ କରି ଅଭିଯୁକ୍ତଦ୍ୱୟଙ୍କୁ ବୁଧବାର କୋର୍ଟ ଚାଲାଣ କରିଥିଲା। ଜାମିନ ନ ମିଳିବାରୁ ଉଭୟଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଜବତ ଗଞ୍ଜେଇର ମୂଲ୍ୟ ୪୦ ଲକ୍ଷରୁ ଅଧିକ ହେବ। ଅଭିଯୁକ୍ତଦ୍ୱୟ ଗଞ୍ଜାମରୁ ପୁରୀକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବାବେଳେ ଜାତୀୟ ରାଜପଥର ରସୁଲଗଡ଼ରୁ ହାଇଟେକ୍‌ ଛକ ମଧ୍ୟବର୍ତ୍ତୀ ଅଞ୍ଚଳରେ ପୋଲିସ ଗାଡିକୁ ଯାଞ୍ଚ କରିବା ପରେ ଘଟଣା ଜଣାପଡିଥିଲା। ପୁଣି ରାସ୍ତାରେ ପୋଲିସ ନଜରକୁ ହଟିବା ପାଇଁ ଅଭିଯୁକ୍ତ ପ୍ରଭାତ ପଲ୍‌ସର ବାଇକ୍‌ରେ ଏସ୍କର୍ଟ କରି ଗଞ୍ଜେଇ ଭର୍ତ୍ତି ଟ୍ରକ୍‌କୁ ନେଉଥିବାବେଳେ ଡ୍ରାଇଭର ପ୍ରମୋଦ ତାହା ଚଳାଉଥିଲେ। ଅନ୍ୟପକ୍ଷରେ ଜବତ ହୋଇଥିବା ଉକ୍ତ ପଲ୍‌ସର ଗାଡିରେ ବ୍ୟବହୃତ ନମ୍ବର ପ୍ଲେଟ୍‌ଟି ପ୍ରାଥମିକ ତଦନ୍ତରୁ ନକଲି ବୋଲି ଜଣାପଡିଛି। ତେବେ ତାହା ଚୋରା କି ନୁହେଁ, ତାହା ଜାଣିବା ଲାଗି ଆର୍‌ଟିଓକୁ ରିପୋର୍ଟ ମଗାଯାଇଛି। ଏହାସହ ଘଟଣାର ଅଧିକ ଖୋଳତାଡ଼ ଚାଲିଛି। ଅଭିଯୁକ୍ତଦ୍ୱୟ କୋରାପୁଟ, ରାୟଗଡା, ଗଜପତିରୁ ଗଞ୍ଜେଇ ସଂଗ୍ରହ କରି ଖୋର୍ଦ୍ଧା, ଭୁବନେଶ୍ୱର, ପୁରୀରେ ବିକ୍ରି କରିଥାନ୍ତେ ବୋଲି ଖବରଦାତା ସମ୍ମିଳନୀରେ ଡିସିପି ପ୍ରତୀକ ସିଂ କହିଛନ୍ତି।
ସୂଚନାନୁସାରେ, ହାଇଟେକ ଛକ ନିକଟରେ ମଙ୍ଗଳବାର ସାରେ ଓଡି୦୨ବିଏକ୍ସ-୩୨୮୯ ଆଇଚର ଗାଡିରେ କୁଣ୍ଡା-ନଡିଆ କତା ଭିତରେ ଗଞ୍ଜେଇ ରହିଥିବା ଖବର ପାଇ ପୋଲିସ ଟିମ୍‌ ଘଟଣାସ୍ଥଳକୁ ଯାଇଥିଲା। ସେଠାରେ ଏକ ଘଣ୍ଟାରୁ ଅଧିକ ସମୟ ଧରି ନଜର ରଖିବା ପରେ ପୋଲିସ ଟିମ୍‌ ଅତର୍କିତ ଚଢାଉ କରି ଉଭୟଙ୍କୁ କାବୁ କରିଥିଲା। କଥାବର୍ତ୍ତାରେ ସନ୍ଦେହ ହେବାରୁ ପୋଲିସ ଗାଡିକୁ ଯାଞ୍ଚ କରିଥିଲା। ସେଥିରେ ୩୦ରୁ ଅଧିକ କୁଣ୍ଡା ଓ ନଡ଼ିଆକଥା ବସ୍ତାରେ ଗଞ୍ଜେଇ ଥିବା ଜଣାପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri