Posted inଜାତୀୟ

ଶିନ୍ଦେଙ୍କ ପ୍ରତି କୁନାଲ କମ୍ରାଙ୍କ ବିବାଦୀୟ ମନ୍ତବ୍ୟ: ଦି ହାବିଟାଟ୍‌ ଷ୍ଟୁଡିଓ ଭାଙ୍ଗିଲା ବିଏମ୍‌ସି

ମୁମ୍ବାଇ,୨୪ା୩:ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଶିବସେନା ନେତା ଏକନାଥ ଶିନ୍ଦେଙ୍କ ପ୍ରତି ଷ୍ଟାଣ୍ଡଅପ୍‌ କମେଡିଆନ୍‌ କୁନାଲ କମ୍ରାଙ୍କ ଅପମାନଜନକ ପରିହାସକୁ ନେଇ ବିବାଦ ଜୋର୍‌ ଧରିଛି। ଏହି ଘଟଣାରେ ଉତ୍ତେଜିତ ଶିବସେନା କର୍ମୀମାନେ ମୁମ୍ବାଇର ଖାର୍‌ ଅଞ୍ଚଳରେ ୟୁନିକଣ୍ଟିନେଣ୍ଟାଲ ହୋଟେଲ ପରିସରରେ ଥିବା ଦି ହାବିଟାଟ୍‌ କମେଡ଼ି କ୍ଲବ୍‌ରେ ଭଙ୍ଗାରୁଜା କରିଥିଲେ। ଏହି ଘଟଣାରେ ୧୧ ଜଣଙ୍କୁ ଅଟକ ରଖାଯାଇଥିବାବେଳେ ବ୍ରିହନ୍‌ମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମ୍‌ସି) ଅଧିକାରୀମାନେ ହୋଟେଲ ପ୍ରଥମ ମହଲାରେ ଥିବା ଦି ହାବିଟାଟ ଷ୍ଟୁଡିଓରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହିସହିତ ଉକ୍ତ କ୍ଲବ୍‌କୁ ସାମୟିକ ବନ୍ଦ ଘୋଷଣା କରାଯାଇଛି। ପରିବହନ ମନ୍ତ୍ରୀ ପ୍ରତାପ ସରନାଏକ ଘଟଣା ସମ୍ପର୍କରେ ବିଏମ୍‌ସି କମିଶନର ଭୂଷଣ ଗଗରାନିଙ୍କ ସହ କଥା ହୋଇଥିଲେ। ଉକ୍ତ ହୋଟେଲ ପରିସର ପରିଦର୍ଶନ କରି ରିପୋର୍ଟ ଦେବାକୁ ଏଚ୍‌ ଓ୍ବେଷ୍ଟ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ହାବିଟାଟ୍‌ ଷ୍ଟୁଡିଓରେ କମେଡି ପ୍ରଦର୍ଶନ ବେଳେ କୁନାଲ ଶିବଦେସନା ନେତା ଶିନ୍ଦେଙ୍କୁ ଜଣେ ଦେଶଦ୍ରୋହୀ କହିବା ସହ ତାଙ୍କ ଉପରେ ଏକ ହାସ୍ୟପୂର୍ଣ୍ଣ ବ୍ୟଙ୍ଗ କବିତା ଆବୃତ୍ତି କରିଥିଲେ। ୨୦୨୨ରେ ତତ୍କାଳୀନ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କ ବିରୋଧରେ ଶିନ୍ଦେଙ୍କ ବିଦ୍ରୋହକୁ ସମାଲୋଚନା କରିବାକୁ ଯାଇ କୁନାଲ ‘ଦିଲ୍‌ ତୋ ପାଗଲ ହୈ’ ଚଳଚ୍ଚିତ୍ର ଗୀତର ଏକ ପରିବର୍ତ୍ତିତ ରୂପକୁ ଗାଇଥିଲେ। ଏହାକୁ ନେଇ ତୀବ୍ର ପ୍ରତିକ୍ରୟା ପ୍ରକାଶ ପାଇବା ସହ ରବିବାର ରାତିରେ ଶିବସେନାର ଅନେକ କର୍ମୀ ହୋଟେଲ ଏବଂ ଏହା ପରିସରରେ ଥିବା ଷ୍ଟୁଡିଓରେ ଭଙ୍ଗାରୁଜା କରିଥିଲେ। ଶିନ୍ଦେଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ପାଇଁ କୁନାଲଙ୍କ ବିରୋଧରେ ମୁମ୍ବାଇ ପୋଲିସ ସୋମବାର ଏତଲା ଦାଏର କରିଛି। ଏଥିସହିତ ଶିବସେନା କାର୍ଯ୍ୟକର୍ତ୍ତା ରାହୁଲ କନଲ ଓ ଅନ୍ୟ ୧୧ ଜଣଙ୍କୁ ପୋଲିସ ଗିରଫ କରିଥିଲା ବେଳେ ସେମାନଙ୍କୁ ପରେ ଜାମିନରେ ଛଡ଼ାଯାଇଛି।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ ହାସ୍ୟାଭିନେତା କୁନାଲଙ୍କ ମନ୍ତବ୍ୟକୁ ନିନ୍ଦା କରିବା ସହ ତୁରନ୍ତ କ୍ଷମା ମାଗିବାକୁ ଦାବି କରିଛନ୍ତି। ଅଭିବ୍ୟକ୍ତି ସ୍ବାଧୀନତା ନଁାରେ ଉପମୁଖ୍ୟମନ୍ତ୍ରୀଙ୍କ ଉପରେ ନିମ୍ନ ସ୍ତରର କମେଡି ଏବଂ ଅସମ୍ମାନ କରାଯାଇପାରିବ ନାହିଁ ବୋଲି ଫଡ୍‌ନବିସ୍‌ ବିଧାନସଭାରେ କହିଛନ୍ତି। କିଏ ଦେଶଦ୍ରୋହୀ ଏବଂ କିଏ ସ୍ବାଭିମାନୀ, ତାହା ୨୦୨୪ ବିଧାନସଭା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି। ବାଲ୍‌ ଠାକ୍‌ରେଙ୍କ ଶିବସେନାର ପ୍ରକୃତ ଉତ୍ତରାଧିକାରୀ ଶିନ୍ଦେ, ଏହାକୁ ଜନସାଧାରଣ ଅନୁମୋଦନ କରିଛନ୍ତି। ଅନ୍ୟପକ୍ଷରେ କୁନାଲ ତାଙ୍କ ମନ୍ତବ୍ୟକୁ ନେଇ ଅନୁତପ୍ତ ନୁହନ୍ତି ବୋଲି କହିବା ସହ କେବଳ ଅଦାଲତ କହିଲେ ସେ କ୍ଷମା ମାଗିବେ ବୋଲି ସ୍ପଷ୍ଟ କରିଛନ୍ତି। ତାମିଲନାଡୁରେ ଥିବା କୁନାଲ ପୋଲିସ ସହ କଥା ହୋଇ ଶିନ୍ଦେଙ୍କୁ ଟାର୍ଗେଟ କରିବା ନିମନ୍ତେ ବିରୋଧୀଙ୍କଠାରୁ ଟଙ୍କା ନେଇଥିବା ଗୁଜବକୁ ଖଣ୍ଡନ କରିଛନ୍ତି। ଏନେଇ ଯାଞ୍ଚ କରିବା ପାଇଁ କୁନାଲ ପୋଲିସକୁ ଅନୁମତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri