Posted inଜାତୀୟ

ଶିନ୍ଦେଙ୍କ ପ୍ରତି କୁନାଲ କମ୍ରାଙ୍କ ବିବାଦୀୟ ମନ୍ତବ୍ୟ: ଦି ହାବିଟାଟ୍‌ ଷ୍ଟୁଡିଓ ଭାଙ୍ଗିଲା ବିଏମ୍‌ସି

ମୁମ୍ବାଇ,୨୪ା୩:ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଶିବସେନା ନେତା ଏକନାଥ ଶିନ୍ଦେଙ୍କ ପ୍ରତି ଷ୍ଟାଣ୍ଡଅପ୍‌ କମେଡିଆନ୍‌ କୁନାଲ କମ୍ରାଙ୍କ ଅପମାନଜନକ ପରିହାସକୁ ନେଇ ବିବାଦ ଜୋର୍‌ ଧରିଛି। ଏହି ଘଟଣାରେ ଉତ୍ତେଜିତ ଶିବସେନା କର୍ମୀମାନେ ମୁମ୍ବାଇର ଖାର୍‌ ଅଞ୍ଚଳରେ ୟୁନିକଣ୍ଟିନେଣ୍ଟାଲ ହୋଟେଲ ପରିସରରେ ଥିବା ଦି ହାବିଟାଟ୍‌ କମେଡ଼ି କ୍ଲବ୍‌ରେ ଭଙ୍ଗାରୁଜା କରିଥିଲେ। ଏହି ଘଟଣାରେ ୧୧ ଜଣଙ୍କୁ ଅଟକ ରଖାଯାଇଥିବାବେଳେ ବ୍ରିହନ୍‌ମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମ୍‌ସି) ଅଧିକାରୀମାନେ ହୋଟେଲ ପ୍ରଥମ ମହଲାରେ ଥିବା ଦି ହାବିଟାଟ ଷ୍ଟୁଡିଓରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହିସହିତ ଉକ୍ତ କ୍ଲବ୍‌କୁ ସାମୟିକ ବନ୍ଦ ଘୋଷଣା କରାଯାଇଛି। ପରିବହନ ମନ୍ତ୍ରୀ ପ୍ରତାପ ସରନାଏକ ଘଟଣା ସମ୍ପର୍କରେ ବିଏମ୍‌ସି କମିଶନର ଭୂଷଣ ଗଗରାନିଙ୍କ ସହ କଥା ହୋଇଥିଲେ। ଉକ୍ତ ହୋଟେଲ ପରିସର ପରିଦର୍ଶନ କରି ରିପୋର୍ଟ ଦେବାକୁ ଏଚ୍‌ ଓ୍ବେଷ୍ଟ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ହାବିଟାଟ୍‌ ଷ୍ଟୁଡିଓରେ କମେଡି ପ୍ରଦର୍ଶନ ବେଳେ କୁନାଲ ଶିବଦେସନା ନେତା ଶିନ୍ଦେଙ୍କୁ ଜଣେ ଦେଶଦ୍ରୋହୀ କହିବା ସହ ତାଙ୍କ ଉପରେ ଏକ ହାସ୍ୟପୂର୍ଣ୍ଣ ବ୍ୟଙ୍ଗ କବିତା ଆବୃତ୍ତି କରିଥିଲେ। ୨୦୨୨ରେ ତତ୍କାଳୀନ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କ ବିରୋଧରେ ଶିନ୍ଦେଙ୍କ ବିଦ୍ରୋହକୁ ସମାଲୋଚନା କରିବାକୁ ଯାଇ କୁନାଲ ‘ଦିଲ୍‌ ତୋ ପାଗଲ ହୈ’ ଚଳଚ୍ଚିତ୍ର ଗୀତର ଏକ ପରିବର୍ତ୍ତିତ ରୂପକୁ ଗାଇଥିଲେ। ଏହାକୁ ନେଇ ତୀବ୍ର ପ୍ରତିକ୍ରୟା ପ୍ରକାଶ ପାଇବା ସହ ରବିବାର ରାତିରେ ଶିବସେନାର ଅନେକ କର୍ମୀ ହୋଟେଲ ଏବଂ ଏହା ପରିସରରେ ଥିବା ଷ୍ଟୁଡିଓରେ ଭଙ୍ଗାରୁଜା କରିଥିଲେ। ଶିନ୍ଦେଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ପାଇଁ କୁନାଲଙ୍କ ବିରୋଧରେ ମୁମ୍ବାଇ ପୋଲିସ ସୋମବାର ଏତଲା ଦାଏର କରିଛି। ଏଥିସହିତ ଶିବସେନା କାର୍ଯ୍ୟକର୍ତ୍ତା ରାହୁଲ କନଲ ଓ ଅନ୍ୟ ୧୧ ଜଣଙ୍କୁ ପୋଲିସ ଗିରଫ କରିଥିଲା ବେଳେ ସେମାନଙ୍କୁ ପରେ ଜାମିନରେ ଛଡ଼ାଯାଇଛି।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ ହାସ୍ୟାଭିନେତା କୁନାଲଙ୍କ ମନ୍ତବ୍ୟକୁ ନିନ୍ଦା କରିବା ସହ ତୁରନ୍ତ କ୍ଷମା ମାଗିବାକୁ ଦାବି କରିଛନ୍ତି। ଅଭିବ୍ୟକ୍ତି ସ୍ବାଧୀନତା ନଁାରେ ଉପମୁଖ୍ୟମନ୍ତ୍ରୀଙ୍କ ଉପରେ ନିମ୍ନ ସ୍ତରର କମେଡି ଏବଂ ଅସମ୍ମାନ କରାଯାଇପାରିବ ନାହିଁ ବୋଲି ଫଡ୍‌ନବିସ୍‌ ବିଧାନସଭାରେ କହିଛନ୍ତି। କିଏ ଦେଶଦ୍ରୋହୀ ଏବଂ କିଏ ସ୍ବାଭିମାନୀ, ତାହା ୨୦୨୪ ବିଧାନସଭା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି। ବାଲ୍‌ ଠାକ୍‌ରେଙ୍କ ଶିବସେନାର ପ୍ରକୃତ ଉତ୍ତରାଧିକାରୀ ଶିନ୍ଦେ, ଏହାକୁ ଜନସାଧାରଣ ଅନୁମୋଦନ କରିଛନ୍ତି। ଅନ୍ୟପକ୍ଷରେ କୁନାଲ ତାଙ୍କ ମନ୍ତବ୍ୟକୁ ନେଇ ଅନୁତପ୍ତ ନୁହନ୍ତି ବୋଲି କହିବା ସହ କେବଳ ଅଦାଲତ କହିଲେ ସେ କ୍ଷମା ମାଗିବେ ବୋଲି ସ୍ପଷ୍ଟ କରିଛନ୍ତି। ତାମିଲନାଡୁରେ ଥିବା କୁନାଲ ପୋଲିସ ସହ କଥା ହୋଇ ଶିନ୍ଦେଙ୍କୁ ଟାର୍ଗେଟ କରିବା ନିମନ୍ତେ ବିରୋଧୀଙ୍କଠାରୁ ଟଙ୍କା ନେଇଥିବା ଗୁଜବକୁ ଖଣ୍ଡନ କରିଛନ୍ତି। ଏନେଇ ଯାଞ୍ଚ କରିବା ପାଇଁ କୁନାଲ ପୋଲିସକୁ ଅନୁମତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାରବାର ଆରମ୍ଭ ହେବା ମାତ୍ରେ ଖସିଲା ଶେୟାର ମାର୍କେଟ୍‌, ସେନ୍‌ସେକ୍ସ ହ୍ରାସ ପାଇ…

ନୂଆଦିଲ୍ଲୀ,୩୦ା୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋମବାର ଭାରତୀୟ ଷ୍ଟକ୍‌ ବଜାର ହ୍ରାସ ପାଇଛି। ବିଏସ୍‌ଇର ୩୦-ଶେୟାର ସୂଚକାଙ୍କ, ସେନସେକ୍ସ ୧୦୧୮…

ବିଧାୟକ ପଦରୁ ଇସ୍ତଫା ଦେଲେ ନବୀନ, ଏବେ କିଏ ହେବେ ବାଙ୍କିପୁରରୁ ପ୍ରାର୍ଥୀ ଉଠିଲାଣି ପ୍ରଶ୍ନ

ପାଟନା,୩୦।୩: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ବିଧାନସଭା ସଦସ୍ୟ (ଏମଏଲଏ) ପଦରୁ ଇସ୍ତଫା ଦେଇଛନ୍ତି। ସେ ବିହାର ଭାଜପା ୟୁନିଟର ସଭାପତି ସଞ୍ଜୟ ସରାଓଗୀଙ୍କୁ ତାଙ୍କ…

କପୁର ପରିବାରରେ ଖୁସିର ଲହରୀ, ଅଜା ହେଲେ ଅନିଲ କପୁର

ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର ତାଙ୍କ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ତାଙ୍କର ଦ୍ୱିତୀୟ ସନ୍ତାନ, ଏକ ଶିଶୁପୁତ୍ରକୁ ସ୍ବାଗତ କରିଛନ୍ତି। ଇନଷ୍ଟାଗ୍ରାମରେ ଏହି ଖୁସି ଖବର…

ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ଅଟୋ, ଚାଲିଗଲା ମହିଳାଙ୍କ ଜୀବନ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଫୁଲଝରଣ ନିକଟରେ ସୋମବାର ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଗ୍ୟାସ୍‌ ପାଇଁ ପୁଣି ରାସ୍ତାକୁ ଓହ୍ଲାଇଲେ ଉପଭୋକ୍ତା, କଳାବଜାର ଆଶଙ୍କା କରି…

କେନ୍ଦୁଝର,୩୦ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ରୋଷେଇ ଗ୍ୟାସ ବିତରଣ ସମସ୍ୟା ପ୍ରତିବାଦରେ ସୋମବାର ଗ୍ୟାସ୍‌ ଆଣିବାକୁ ଯାଇଥିବା ଉପଭାକ୍ତା ସିଲିଣ୍ଡର ଧରି ପ୍ରତିବାଦ କରିବା ସହ କେନ୍ଦୁଝର-ଶଙ୍କରପୁର-ବେଲଦା ରାସ୍ତା…

ବିବାହ ବିନା ହୋଇପାରିବେ ଦମ୍ପତି! ସମ୍ପର୍କ ସ୍ଥିର ଥିଲେ ଲିଭ-ଇନ ଦମ୍ପତିଙ୍କୁ ‘ବିବାହିତ’ ଭାବେ ଗ୍ରହଣ କରାଯିବ

ନୂଆଦିଲ୍ଲୀ,୩୦।୩: ଆଜିର ଦ୍ରୁତ ଗତିରେ ବିକଶିତ ହେଉଥିବା ସମାଜରେ, ସମ୍ପର୍କର ପରିଭାଷାରେ ଦ୍ରୁତ ପରିବର୍ତ୍ତନ ହେଉଛି। ଯେଉଁ ସମ୍ପର୍କଗୁଡ଼ିକ ପୂର୍ବରୁ ସାମାଜିକ ଗ୍ରହଣ ପାଇଁ ଚାହିଁ ରହୁଥିଲେ,…

ଉପଜିଲାପାଳଙ୍କ ଅଫିସ ନିକଟରେ ଅଗ୍ନିକାଣ୍ଡ, ୩ ଦୋକାନ ଛାରଖାର

ବଲାଙ୍ଗୀର,୩୦ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସାଗରପଡ଼ା ଉପଜିଲାପାଳଙ୍କ ଅଫିସ ନିକଟ ଛକରେ ସୋମବାର ଅଗ୍ନିକାଣ୍ଡ ଘଟି ତିନି ଦୋକାନ ଛାରଖାର ହୋଇଯାଇଛି। ଗୋଟିଏ ଟାୟାର ଦୋକାନ ଓ…

ଭଞ୍ଜନଗର କେଭି ପାଇଁ ୭ ପିଜିଟି ଶିକ୍ଷକ ଅନୁମୋଦନ, + ୨ ଖୋଲିବା ନେଇ ଅଧ୍ୟକ୍ଷ…

ଭଞ୍ଜନଗର,୩୦ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଆଜକୁ ୧୬ ବର୍ଷ ହେବ ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଅବ୍ୟବହୃତ ହଷ୍ଟେଲ କୋଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri