Categories: ଜାତୀୟ

ଏପ୍ରିଲ ୧ରୁ ଆରମ୍ଭ ହେବ କୁମ୍ଭମେଳା

ଡେରାଡୁନ,୧୮ ।୨: ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ କୁମ୍ଭମେଳା ଏପ୍ରିଲ ୧ରୁ ଆରମ୍ଭ ହୋଇ ୩୦ ତାରିଖ ଯାଏ ଚାଲିବ । ଏଥିପାଇଁ ସରକାରଙ୍କ ପକ୍ଷରୁ ମାର୍ଚ୍ଚ ଶେଷ ସୁଦ୍ଧା ନୋଟିଫିକେଶନ ଜାରି କରାଯିବ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏଥର ମାତ୍ର ୩୦ ଦିନ ପାଇଁ ଏହି ମେଳା ଅନୁଷ୍ଠିତ ହେବାକୁ ଯାଉଛି ବୋଲି ସୂଚନା ଦେଇଛନ୍ତି ଉତ୍ତରାଖଣ୍ଡ ଚିଫ୍ ସେକ୍ରେଟାରୀ ଓମ ପ୍ରକାଶ । ସୂଚନାଯୋଗ୍ୟ, ବିଶ୍ୱ ପ୍ରସିଦ୍ଧ ଏହି କୁମ୍ଭମେଳକୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆସି ଥାଆନ୍ତି । ଏଥର କିନ୍ତୁ କରୋନା ସଂକ୍ରମଣ ଯଦିଓ କିଛି ପରିମାଣରେ କମ୍ ହୋଇଛି କିନ୍ତୁ ସମ୍ପୂର୍ଣ୍ଣ କମ୍ ହୋଇ ନ ଥିବାରୁ ଏଥିପାଇଁ ସରକାରଙ୍କ ପକ୍ଷରୁ କିଛି କଟକଣା ଜାରି କରାଯିବ ବୋଲି ସୂଚନା ରହିଛି ।

Share