ଚନ୍ଦ୍ର ଆଞ୍ଜୁଳି ପାଇଁ ବଡ଼ଦାଣ୍ଡରେ ଖୋଲିଛି ପସରା

ପୁରୀ ଅଫିସ,୮।୧୦- ଦଶହରା ସରିବା ପରେ ରବିବାର କୁମାର ପୂର୍ଣ୍ଣିମା। ଏହି ଉତ୍ସବ ପାଳନ କରିବା ପାଇଁ ସହରର କୁଆଁରି ଝିଅଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି। ଗତ ଦୁଇବର୍ଷ କରୋନା କଟକଣା ପରେ ଚଳିତବର୍ଷ ଆନନ୍ଦ ଉଲ୍ଲାସରେ କୁମାର ଉତ୍ସବ ପାଳନ କରିବେ କୁମାରୀମାନେ। ଏଥିପାଇଁ ଲୁଗା ଦୋକାନ, ପୂଜା ସାମଗ୍ରୀ ଦୋକାନ ଓ ଆଞ୍ଜୁଳି ପସରା ଦୋକାନରେ ନାହିଁ ନ ଥିବା ଭିଡ଼ ଲାଗିରହିଥିବା ଦେଖିବାକୁ ମିଳିଛି। କୁମାର ପୂର୍ଣ୍ଣମୀରେ କୁମାରୀମାନେ ଉପବାସ ରଖିବା ସହ ମାସାଧିକ କାଳ ରଖିଥିବା ଜହ୍ନି ଓଷା ବ୍ରତ ଉଦ୍‌ଯାପନ କରିବେ। କୁଆଁରି କନ୍ୟାମାନେ ଭୋରରୁ ଉଠି ସ୍ନାନ ଓ ନିତ୍ୟକର୍ମ ସାରି ଚତୁର୍ଦ୍ଦଶୀ ଚନ୍ଦ୍ରଙ୍କୁ ଅର୍ଘ୍ୟ ଦେବା ସହ ଉପବାସ ପାଳନ କରିବେ। ଚନ୍ଦ୍ର ଉଦିୟା ବର ପାଇବା ପାଇଁ ଏହି ବ୍ରତ କନ୍ୟାମାନେ ପାଳନ କରିବା ପରମ୍ପରା ଉତ୍କଳ ଭୂ-ଖଣ୍ଡରେ ପ୍ରଚଳିତ। ପୂର୍ଣ୍ଣମୀ ଦିନ ନୂଆ ବସ୍ତ୍ର ପିନ୍ଧି ଏହି ବ୍ରତ ପାଳନ କରିବାର ପରମ୍ପରା ଥିବାରୁ ସହରରେ ଥିବା ଲୁଗା ଦୋକାନୀଗୁଡ଼ିକରେ ଭିଡ଼ ଲାଗି ରହିଛି। ଏଥିସହ ଲିଆ ଓ ଖଇ ଉଦିତ ଚନ୍ଦ୍ରଙ୍କୁ ଅର୍ଘ୍ୟ ଦିଆଯିବା ଓ ଚାନ୍ଦ ଚକଟା ପାଇଁ ଖଇ, କଦଳି, ଛେନା ଆବଶ୍ୟକ ହେଉଥିବାରୁ ଏହି ସବୁ ଦୋକାନରେ କିଣାବିକା ଚାଲିଥିଲା। ଚନ୍ଦ୍ରପୂଜା ସଂକଳ୍ପ କରିବା ପାଇଁ ଫୁଲ ଲଗା ଜହ୍ନି, କାକୁଡି, ଗୋଟାଗୁଆ, କରମଙ୍ଗା, ମେଘୁଆ, ନଡିଆ ଓ କଇଁଫୁଲ ପସରା ନିକଟରେ ଶ୍ରଦ୍ଧାଳୁମାନେ ଭିଡ଼ ଲଗାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍‌ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା… 

ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri