Categories: ଜାତୀୟ

ଜମ୍ମୁ-କଶ୍ମୀର ଏନକାଉଣ୍ଟର: ୨ ଆତଙ୍କବାଦୀ ନିହତ

ଶ୍ରୀନଗର,୧୬ ।୧୨: ଜମ୍ମୁ-କଶ୍ମୀରର କୁଲଗାମ ଜିଲାରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ଏକ ଏନକାଉଣ୍ଟରେ ୨ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ପୋଲିସ ଏହି ସୂଚନା ଦେଇଛି । ଏନକାଉଣ୍ଟର ପରେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଛି । ସେଠାରେ ଆହୁରି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରି ସର୍ଚ୍ଚ ଅପରେଶନ ଜାରି ରହିଛି । କଶ୍ମୀର ଜୋନର ପୋଲିସ କହିଛି ମୃତ ଆତଙ୍କବାଦୀଙ୍କ ପରିଚୟ ଏପଯ୍ୟନ୍ତ ମିଳିନାହିଁ । ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଉକ୍ତ ଅଞ୍ଚଳରେ ଆତଙ୍କାଦୀମାନେ ଲୁଚି ରହିଥିବା ଜଣାପଡିବା ପରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ଏନକାଉଣ୍ଟର କରାଯାଇଥିଲା ।

Share