Categories: ଖେଳ

ଚହଲଙ୍କ ସହ ଯୋଡ଼ିକୁ ନେଇ କୁଲଦୀପ କହିଲେ ଏମିତି କଥା, ଶୁଣିଲେ କହିବେ ବାଃ

କଲମ୍ବୋ,୧୯।୭: ଦୀର୍ଘ ୨ ବର୍ଷ ପରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ରେ ସ୍ପିନର କୁଲଦୀପ ଯାଦବ ଏବଂ ୟୁଜବେନ୍ଦ୍ର ଚହଲ ଏକାଠି ଖେଳିଛନ୍ତି। ଉଭୟ ଶ୍ରୀଲଙ୍କା ବିପକ୍ଷରେ ଉଲ୍ଲେଖନୀୟ ବୋଲିଂ କରି ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ଏହାପୂର୍ବରୁ ‘କୁଲଚା’ ନାମରେ ଖ୍ୟାତ ଏହି ଯୋଡ଼ିକୁ ବିଶ୍ୱକପ୍‌ ୨୦୧୯ରେ ଏକାଠି ଖେଳୁଥିବାର ଦେଖାଯାଇଥିଲା। ଏତେ ଦିନ ପରେ ଚହଲଙ୍କ ସହ ବୋଲିଂ ଭାଗିଦାରୀକୁ ନେଇ ଖୁସି ପ୍ରକାଶ କରିଛନ୍ତି କୁଲଦୀପ।

ଭାରତ ମ୍ୟାଚ୍‌ ଜିତିବା ପରେ କୁଲଦୀପ ଖବରଦାତା ସମ୍ମିଳନୀରେ କହିଛନ୍ତି, ଚହଲଙ୍କ ସହ ତାଙ୍କର ଭଲ ବୋଲିଂ ଭାଗିଦାରୀ ରହିଛି। ବହୁତ ଦିନ ପରେ ଆମକୁ ସାଙ୍ଗହୋଇ ଖେଳିବାର ସୁଯୋଗ ମିଳିଲା। ଆମେ ପରସ୍ପରକୁ ସମର୍ଥନ କରିଥାଉ। ଯେତେବେଳେ ଆବଶ୍ୟକ ପଡେ ପରସ୍ପରକୁ ମଇଦାନ ଉପରେ ପରାମର୍ଶ ଦେଇଥାଉ। ଆମ ଭିତରେ ଭଲ ସମ୍ପର୍କ ରହିଛି। ଆମେ ଏକାସହ ଭଲ ପ୍ରଦର୍ଶନ କରିଛି। ଦୀର୍ଘ ଦିନ ପରେ ଆମେ ଖେଳିଲୁ ଏବଂ ଏହା ଦଳ ପାଇଁ ଲାଭଦାୟକ ସାବ୍ୟସ୍ତ ହେଲା।
ଏହାଛଡ଼ା କୁଲଦୀପ କୋଚ୍‌ ରାହୁଲ ଦ୍ରାବିଡଙ୍କ ମଧ୍ୟ ପ୍ରଶଂସା କରିଛନ୍ତି। ଭଲ ବୋଲିଂ କରିବାକୁ ପ୍ରେରଣା ଦେଇଛନ୍ତି। କେବଳ ବୋଲିଂ କର। ଉଇକେଟ ମିଳିବ କି ନାହିଁ ସେ ବିଷୟରେ ଚିନ୍ତା କରନାହିଁ ବୋଲି ଦ୍ରାବିଡ ତାଙ୍କୁ କହିଥିବା ସେ କହିଛନ୍ତି।

Share