Posted inଖେଳ

ଚେନ୍ନାଇରେ ବି ମିଳିଲାନି ସୁଯୋଗ: ମୁଁ କ’ଣ ଏତେ ଖରାପ ବୋଲି ପ୍ରଶ୍ନ କଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୨।୫: ୨୦୧୭ରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ ବାମହାତୀ ସ୍ପିନର କୁଲଦୀପ ଯାଦବ। ଏହାପରେ ସେ କ୍ରିକେଟର ତିନୋଟି ଯାକ ଫର୍ମାଟରେ ଖେଳିସାରିଛନ୍ତି। ହେଲେ ପାଖାପାଖି ଏକ ବର୍ଷ ହେଲାଣି ସେ ଭଲ ସୁଯୋଗ ଅପେକ୍ଷାରେ ଅଛନ୍ତି। ଦୁଇ ବର୍ଷ ପରେ ଗତ ବର୍ଷ ଟେଷ୍ଟ କ୍ରିକେଟରେ ତାଙ୍କୁ ସୁଯୋଗ ମିଳିଥିଲା। ଇଂଲଣ୍ଡ ବିପକ୍ଷରେ କୁଲଦୀପ ଦୁଇ ଉଇକେଟ ନେଇଥିଲେ। ସ୍ପିନ ପାଇଁ ପିଚ୍‌ ଥିବା ସତ୍ତ୍ୱେ ଅହମ୍ମଦାବାଦ ଟେଷ୍ଟରେ ତାଙ୍କୁ ଖେଳିବାକୁ ସୁଯୋଗ ମିଳି ନ ଥିଲା। ପୁଣେରେ ପ୍ରଥମ ଦୁଇ ଦିନିକିଆ ମ୍ୟାଚ୍‌ରେ ସେ ଉଇକେଟ ନେଇ ନ ପାରିବାରୁ ତାଙ୍କୁ ପୁଣିଥରେ ଦଳରୁ ବାହାର କରିଦିଆଯାଇଥିଲା। ଏବେ ୧୬ ମାସ ହେଲାଣି ସେ ଗୋଟିଏ ବି ଟି୨୦ ମ୍ୟାଚ୍‌ ଖେଳିନାହାନ୍ତି।

ଏକ ସାକ୍ଷାତକାରରେ ଦଳରେ ନିଜର ସ୍ଥିତିକୁ ନେଇ କୁଲଦୀପ କହିଛନ୍ତି, ଲଗାତାର ଭାବେ ଖେଳିଲେ ଆତ୍ମବିଶ୍ୱାସ ବଢ଼ିଥାଏ। ହେଲେ ଯେତେ ଦଳରୁ ବାହାରେ ରହିବ, ସେତେ ଅସୁବିଧା ହୋଇଥାଏ। ଫେବୃୟାରୀରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ସେଭଳି ଲାଗିଥିଲା। ଚାପଗ୍ରସ୍ତ ମନେ ହୋଇଥିଲା। କୋଭିଡ ଯୋଗୁ କିଛି ହୋଇପାରି ନ ଥିଲା। ଗତ ବର୍ଷ ତୁଳନାରେ ସବୁକିଛି ଅଧିକ ଜଟିଳ ହୋଇପଡ଼ିଥିବା ଭଳି ମନେ ହୋଇଥିଲା। ସମୟ କଠିନ ଥିଲା। ଏବେ ଆଉ ସେ କୁଲଦୀପ ନାହିଁ ବୋଲି ମନରେ ଚିନ୍ତା ଆସିଥିଲା। ଦିନ ଥିଲା ଖେଳାଳିଙ୍କୁ ପାଣି ଦେବା ଏବଂ ବେଞ୍ଚରେ ବସିବା ଠିକ୍‌ ଲାଗୁଥିଲା, ହେଲେ ଏବେ ସେ ଜାଗାରେ ରହିବା ଠିକ୍‌ ନୁହେଁ ବୋଲି ଲାଗୁଛି।

କେବଳ ସେତିକି ନୁହେଁ କୋଲକାତା ନାଇଟ୍‌ ରାଇଡର୍ସ ପକ୍ଷରୁ ଗୋଟିଏ ବି ମ୍ୟାଚ୍‌ ଖେଳିପାରିନାହାନ୍ତି ସେ। ଚେନ୍ନାଇରେ ସ୍ପିନରଙ୍କୁ ଲାଭ ଦେଲା ଭଳି ପିଚ୍‌ ଥିବା ସତ୍ତ୍ୱେ ତାଙ୍କୁ ସୁଯୋଗ ମିଳି ନ ଥିବା ଚକିତ କରିଛି। ସେତେବେଳେ କ’ଣ ମୁଁ ଏତେ ଖରାପ ବୋଲି ଅନୁଭବ ହୋଇଥିବା କୁଲଦୀପ କହିଛନ୍ତି। ଦଳର ନିଷ୍ପତ୍ତି ଆଗରେ ସେ କିଛି କରିପାରି ନ ଥିବା ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ICC: T20 ବିଶ୍ୱକପ୍‌ରେ ବାଂଲାଦେଶର ଅନୁପସ୍ଥିତି ଉପରେ ନେଲା ଏମିତି ନିଷ୍ପତ୍ତି

ନୂଆଦିଲ୍ଲୀ,୯।୨: ପୁରୁଷ T20 ବିଶ୍ୱକପ୍‌ରେ ବାଂଲାଦେଶର ଅନୁପସ୍ଥିତିକୁ ନେଇ ICC ଦୁଃଖ ପ୍ରକାଶ କରିଛି। ତେବେ ଏହି ଘଟଣା ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଉପରେ…

T20 ବିଶ୍ୱକପ୍‌: ଭାରତ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ପାକିସ୍ତାନକୁ ଅନୁରୋଧ କଲା ବାଂଲାଦେଶ

ନୂଆଦିଲ୍ଲୀ,୯।୨: ଭାରତ-ପାକିସ୍ତାନ T20 ବିଶ୍ୱକପ୍ ମ୍ୟାଚ୍‌କୁ ନେଇ ସୃଷ୍ଟି ହୋଇଥିବା ଅନିଶ୍ଚିତତା ମଧ୍ୟରେ ଏକ ନୂଆ ମୋଡ଼ ଆସିଛି। ବାଂଲାଦେଶ କ୍ରିକେଟ ବୋର୍ଡ (BCB) ପାକିସ୍ତାନକୁ ଏହି…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri