Posted inଖେଳ

ଯାହା ୧୦୦ ବର୍ଷରେ ହୋଇ ନ ଥିଲା, ତାହା ଧର୍ମଶାଳା ଟେଷ୍ଟରେ କରିଦେଖାଇଲେ କୁଲଦୀପ

ଧର୍ମଶାଳା,୭।୩: ଟିମ ଇଣ୍ଡିଆ ପାଇଁ ଚମତ୍କାର ବୋଲିଂ କରି କୁଲଦୀପ ଯାଦବ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଛନ୍ତି। କୁଲଦୀପ ତାଙ୍କ ଟେଷ୍ଟ କ୍ୟାରିୟରରେ ୫୦ ଉଇକେଟ ପୂରଣ କରିଛନ୍ତି। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ପଞ୍ଚମ ତଥା ଶେଷ ମ୍ୟାଚ ଧର୍ମଶାଳାରେ ଖେଳାଯାଉଛି। ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ଅବଧି ମଧ୍ୟରେ କୁଲଦୀପ ଏପରି କିଛି କରିଛନ୍ତି ଯାହା ୧୦୦ ବର୍ଷ ମଧ୍ୟରେ ହୋଇନାହିଁ ।
ଗତ ୧୦୦ ବର୍ଷ ମଧ୍ୟରେ ସର୍ବନିମ୍ନ ସଂଖ୍ୟକ ବଲ ବୋଲିଂ କରି ୫୦ ଉଇକେଟ ନେଇ କୁଲଦୀପ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେ ଭାରତୀୟ ବୋଲର ତାଲିକାରେ ଶୀର୍ଷରେ ପହଞ୍ଚିଛନ୍ତି। କୁଲଦୀପ ୧୮୭୧ ବଲ ଫିଙ୍ଗି ୫୦ ଉଇକେଟ ପୂରଣ କରିଛନ୍ତି। ତାଙ୍କ କ୍ୟାରିଅର୍‌ ଏପର୍ଯ୍ୟନ୍ତ ଭଲ ରହିଛି। ଏ ପର୍ଯ୍ୟନ୍ତ କୁଲଦୀପ ୨୧ ଇନିଂସରେ ୫୧ ଉଇକେଟ ନେଇଛନ୍ତି। ଏହି ଅବଧି ମଧ୍ୟରେ ଟେଷ୍ଟ ଇନିଂସରେ ୪୦ ରନ ଦେଇ ୫ ଉଇକେଟ ନେବା ସର୍ବଶ୍ରେଷ୍ଠ ପ୍ରଦର୍ଶନ ହୋଇଛି। ଟେଷ୍ଟରେ ୪ ଥର ପାଞ୍ଚ କିମ୍ବା ଅଧିକ ଉଇକେଟ ନେଇ ମଧ୍ୟ କୁଲଦୀପ ଏହି ସଫଳତା ହାସଲ କରିଛନ୍ତି।
ଭାରତ ପାଇଁ ଟେଷ୍ଟରେ ସର୍ବାଧିକ ଉଇକେଟ ନେଇଥିବା ବୋଲରଙ୍କ ତାଲିକାରେ କୁଲଦୀପ ୪୩ତମ ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଲେକ୍ଟ୍ରିକ୍‌ ଗାଡ଼ି ଗ୍ରାହକଙ୍କୁ ବଡ଼ ଝଟ୍‌କା, ଅଧା ହୋଇଗଲା ସବସିଡି, ଏବେ ମିଳିବ ମାତ୍ର…

ନୂଆଦିଲ୍ଲୀ, ୧୨।୮: ଆପଣ ଏକ ଇଲେକ୍ଟ୍ରିକ୍ ସ୍କୁଟର୍ କିମ୍ବା ବାଇକ୍ କିଣିବାକୁ ପ୍ରସ୍ତୁତ ହେଉଛନ୍ତି, ତେବେ ସରକାରଙ୍କ ପିଏମ୍ ଇ-ଡ୍ରାଇଭ୍ (PM E-DRIVE) ଯୋଜନା ସହ ଜଡ଼ିତ…

ଧାନ ତଳି ଉପାଡୁଥିବାବେଳେ ହେଲା ବଜ୍ରପାତ, ବିଲରେ ଟଳିପଡ଼ିଲେ ମହିଳା, ଆଉ ଜଣେ ଅଚେତ

ପାଟକୁରା,୯ା୮(ରବୀନ୍ଦ୍ର ନାଥ ବାରିକ): ରବିବାର ମଧ୍ୟାହ୍ନରେ ହଠାତ୍‌ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ମାରିଥିଲା। ଫଳରେ କେନ୍ଦ୍ରାପଡ଼ା ଜିଲା ଗରଦପୁର ଗ୍ରାମର ଶୁକଦେବ ମଲ୍ଲିକଙ୍କ ସ୍ତ୍ରୀ ଟିକି(୪୨)…

ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନ: ସମସ୍ତ ୧୫ ଆସନ ପୋଛିନେଲା ବିଜେଡି

ବରଗଡ଼,୮।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନରେ ବିଜେଡି ବାଜିମାତ କରିଛି। ଜିଲା ଯୋଜନା କମିଟିର ସମସ୍ତ ୧୫ଟି ଆସନକୁ ବିଜେଡି ପୋଛି ନେଇଛି…

ତାମିଲନାଡୁରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

କର୍ଲାମୁଣ୍ଡା,୮ା୮(ପ୍ରଦୀପ କୁମାର ସାହୁ): ଦାଦନ ଖଟିବାକୁ ଯାଇଥିବା ଜଣେ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଛି। ସେ ହେଲେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଅବୁଜବାହାଲ ଗ୍ରାମର ସୀମାଞ୍ଚଳ…

ଫୁଟବଲ ପ୍ରତିଯୋଗିତା: ସୋନପୁରକୁ ହରାଇ ଫାଇନାଲରେ ଜିଏମ୍‌ୟୁ ସମ୍ବଲପୁର

ଅତାବିରା, ୮ା୮(ଯୁଧିଷ୍ଠିର ମହାପାତ୍ର): ଅତାବିରା ବାଳକ ହାଇସ୍କୁଲ ପଡ଼ିଆରେ ଦୁଇଦିନିଆ ଫୁଟବଲ ପ୍ରତିଯୋଗିତା ଶନିବାର ଉଦ୍‌ଘାଟିତ ହୋଇଯାଇଛି l ଅତାବିରା ଫୁଟବଲ ଟିମ୍‌ ପକ୍ଷରୁ ଆୟୋଜିତ ଏହି…

ବନ୍ୟଜନ୍ତୁ ପ୍ରେମୀଙ୍କ ଲାଗି ଖୁସି ଖବର: ଜନ୍ମ ହେଲା ହାତୀ ଛୁଆ

କେନ୍ଦୁଝର,୮।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ପାଟନା ବନାଞ୍ଚଳରେ ଏକ ମା’ ହାତୀ ଛୁଆ ହାତୀକୁ ଜନ୍ମ ଦେଇଥିବା…

ପଡିକଲଙ୍କ ଶତକ, ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ୩୫୭/୬

କଲମ୍ବୋ,୮ା୮: ଶ୍ରୀଲଙ୍କା ଏକାଦଶ ବିପକ୍ଷରେ ଚାଲିଥିବା ଓ୍ବାର୍ମଅପ୍‌ ମ୍ୟାଚ୍‌ର ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଦେବଦତ୍ତ ପଡିକଲଙ୍କ ଅପରାଜିତ ଶତକ ବଳରେ ଭାରତ ୬ ଉଇକେଟ ହରାଇ…

Mettle Meet 2026: ସିନିୟର୍ ଫାଇନାଲ୍‌ରେ ୮ ଟିମ୍‌, ଆସନ୍ତାକାଲି ବଡ଼ ଟକ୍କର

ଭୁବନେଶ୍ୱର,୮ା୮: ତୀବ୍ର ଓ ରୋମାଞ୍ଚକର ପ୍ରିଲିମ୍ସ ପ୍ରତିଯୋଗିତା ପରେ ‘ମେଟଲ ମିଟ୍‌-୨୦୨୬’ ଦଶମ ସଂସ୍କରଣର ସିନିୟର ଫାଇନାଲ୍‌ ପାଇଁ ଦୌଡ଼ ସଙ୍କୁଚିତ ହୋଇଛି। କଡ଼ା ଟକ୍କର ଦେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri