୩୩ ବର୍ଷ ହେଲା ମିଳୁନି କୁଲାଡ଼ ଠାକୁରଙ୍କ ଅଳଙ୍କାର, ଭଣ୍ଡାର ଶୂନ୍ୟ

ଭଞ୍ଜନଗର,୭ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡ଼ରେ ଆଜକୁ ୩୩ ବର୍ଷ ହେବ ଠାକୁରଙ୍କ ସୁନାବେଶ କିଛି ଅଲଗା ଦେଖିବାକୁ ମିଳୁଛି। ସରକାରଙ୍କ ପକ୍ଷରୁ କୁଲାଡ଼ ଜଗନ୍ନାଥ ମନ୍ଦିର ପରିଚାଳନା ହେଉଥିବା ବେଳେ ରବିବାର ଠାକୁରଙ୍କ ସୁନାବେଶ ପାଇଁ ଅଳଙ୍କାର ଭଣ୍ଡାର ଶୂନ୍ୟ ପଡ଼ିଛି। ତେଣୁ ଗ୍ରାମବାସୀମାନେ ଆଜକୁ ୩୩ ବର୍ଷ ହେବ ସୁନାବେଶ ଦିନ ଠାକୁରଙ୍କୁ ଅଳଙ୍କାର ଦାନ କରନ୍ତି। ସୁନାବେଶ ସରିବା ପରେ ଗ୍ରାମର ଏକ କମିଟି ନେଇ ନିଜ ହେପାଜତରେ ଅଳଙ୍କାର ସିଲ କରି ରଖନ୍ତି। ଏତେବଡ଼ ଠାକୁରଙ୍କ ଅଳଙ୍କାର ଭଣ୍ଡାର ଶୂନ୍ୟ କଥା ଶୁଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି। କିନ୍ତୁ ଏହା ସତ ।
କିନ୍ତୁ ଚଳିତ ବର୍ଷ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଉପଜିଲାପାଳ ଉମାଶଙ୍କର ବେହେରା, ଅତିରିକ୍ତ ତହସିଲଦାର ଅବିନାଶ ମହାର ଏବଂ ଗ୍ରାମବାସୀଙ୍କ ସହଯୋଗରେ ସୁନାବେଶ ଅନୁଷ୍ଠିତ ହୋଇଛି। ଅତିରିକ୍ତ ତହସିଲଦାର ଅବିନାଶ ମହାର କାର୍ଯ୍ୟକ୍ରମ ସଫଳ ପାଇଁ ଚେଷ୍ଟା ଚଳାଇଥିଲେ।

ସୂଚନାଯୋଗ୍ୟ, ଘୁମୁସରର ରାଜା ଭଞ୍ଜ ରାଜବଂଶ ପକ୍ଷରୁ ଗଞ୍ଜାମ ଜିଲା କୁଲାଡ଼ରେ ରାଜଧାନୀ ପ୍ରତିଷ୍ଠା ହୋଇଥିଲା। ଭଞ୍ଜ ରାଜବଂଶ ଘୁମୁସରରେ ୧୦୦୦ ବର୍ଷ ଧରି ଶାସନ କରିଥିଲେ। ଏହି ସମୟରେ ସେମାନେ ବିଭିନ୍ନ ସ୍ଥାନରେ ନିଜର ରାଜଧାନୀ ବସାଇଥିଲେ। ଶେଷରେ
ପ୍ରାୟ ୧୬୦୦ ମସିହା ବେଳକୁ ତତ୍କାଳୀନ ରାଜା ପ୍ରତାପ ଭଞ୍ଜ ଦେଓ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରାଙ୍କ ପ୍ରତିମୂର୍ତ୍ତି କୁଲାଡ଼ରେ ସ୍ଥାପନ କରିଥିଲେ। ଏହାପରେ କୃଷ୍ଣ ଭଞ୍ଜ ଶାସନ କରୁଥିବା ସମୟରେ ୧୭୪୪ରୁ ୧୭୫୭ ମସିହା ମଧ୍ୟରେ ସେ କୁଲାଡ଼ ଜଗନ୍ନାଥ ମନ୍ଦିର ସ୍ଥାପନ କରିଥିଲେ।
ସେହି ସମୟରେ ଭଞ୍ଜ ରାଜବଂଶ ପକ୍ଷରୁ କୁଲାଡ଼ରେ ଅନେକ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା। ସେଥିମଧ୍ୟରୁ ଶ୍ରୀ ଜଗନ୍ନାଥ ମନ୍ଦିର ଅନ୍ୟତମ। କୁଲାଡ଼ରେ ସ୍ଥାପିତ ମନ୍ଦିରଗୁଡ଼ିକର ପରିଚାଳନା ପାଇଁ ରାଜବଂଶ ପକ୍ଷରୁ ହଜାର ହଜାର ଭରଣ ଜମି ଦାନ ସହ ବିପୁଳ ପରିମାଣର ସୁନା, ରୁପା ଅଳଙ୍କାର ମଧ୍ୟ ଦାନ କରାଯାଇଥିଲା। ରାଜ୍ୟ ସରକାରଙ୍କ ଦେବୋତ୍ତର ବିଭାଗ ପକ୍ଷରୁ ମନ୍ଦିର ପରିଚାଳନା ଦାୟିତ୍ୱ ନିଆଯାଇଛି। ତେଣୁ ପ୍ରଶାସନ ହାତରେ ମନ୍ଦିର ପରିଚାଳନା ଦାୟିତ୍ୱ। କିନ୍ତୁ ଗତ ୧୯୯୩ ଫେବୃଆରୀ ୧୭ ରାତିରେ ଦୁର୍ବୃତ୍ତମାନେ କୁଲାଡ଼ ଜଗନ୍ନାଥ ମନ୍ଦିର କବାଟ ଭାଙ୍ଗି ଏକ ବିରାଟ ବାକ୍ସ ମଧ୍ୟରେ ଥିବା ମନ୍ଦିରର ସମସ୍ତ ଅଳଙ୍କାର ଲୁଟି ନେଇଥିଲେ। ସେଥିମଧ୍ୟରେ ଅଛି ୧ କେଜି ସୁନା ଅଳଙ୍କାର, ୮୦ କେଜି ରୁପା, ତିନି ଠାକୁରଙ୍କ ତିନୋଟି ମୂଲ୍ୟବାନ ସ୍ବର୍ଣ୍ଣ ଚିତା ସମେତ ଅନ୍ୟାନ୍ୟ ଜିନିଷ ଚୋରି ହୋଇଯାଇଥିଲା । ଲୁଟ୍‌ ଅଳଙ୍କାରକୁ ଉଦ୍ଧାର କରିବା ପାଇଁ ଗ୍ରାମବାସୀ ଅନେକ ଥର ଆନ୍ଦୋଳନ କରିଛନ୍ତି। ଏନେଇ ତତ୍କାଳୀନ ବିଧାୟକ ରାମକୃଷ୍ଠ ଗୌଡ଼ ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି। କିନ୍ତୁ ଫଳ କିଛି ମିଳିନାହିଁ। ଚୋରି ଅଳଙ୍କାର ଘଟଣାକୁ ଇତିମଧ୍ୟରେ ୩୩ ବର୍ଷ ବିତିଯାଇଛି କିନ୍ତୁ ପୋଲିସ ଉକ୍ତ ଅଳଙ୍କାରକୁ ଉଦ୍ଧାର କରିପାରିନାହିଁ। ସେହିଦିନଠାରୁ ଠାକୁରଙ୍କ ଅଳଙ୍କାର ଟ୍ରେଜେରି ଖାଲି ପଡ଼ିଛି। ଅନ୍ୟପକ୍ଷରେ ଗ୍ରାମବାସୀଙ୍କ ଦାରା ମହଜୁଦ କରି ରଖାଯାଇଥିବା ଅଳଙ୍କାରକୁ ସୁନାବେଶ ଦିନ ଦାନ କରାଯାଉଛି। ଉକ୍ତ ଅଳଙ୍କାରରେ ଠାକୁରଙ୍କ ବେଶ ହେଉଛି। ସରକାର ଧର୍ମାନୁଷ୍ଠାନଗୁଡ଼ିକର ଉନ୍ନତି ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି କିନ୍ତୁ କୁଲାଡ଼ ଠାକୁରଙ୍କ ଅଳଙ୍କାର ଭଣ୍ଡାର କିଭଳି ପୂର୍ଣ୍ଣ ହେବ ଚିନ୍ତା କରିନାହାନ୍ତି। ଯାହାକି ଚିନ୍ତା ଜନକ ବିଷୟ।

ଅନ୍ୟପଟେ ବାହୁଡ଼ା ଯାତ୍ରା ସମୟରେ ଡାହୁକ ଅଶ୍ଳୀଳ ଡାକ ପକାଇବାକୁ ନେଇ ମଧ୍ୟ ବିଶ୍ବ ହିନ୍ଦୁ ପରିଷଦ ନେତା ମୁରଲୀ ପଣ୍ଡା ସମେତ କିଛି ଲୋକ ଆପତ୍ତି ଉଠାଇଥିଲେ। ଏହାପରେ ତୁରନ୍ତ ପ୍ରଶାସନ ହସ୍ତକ୍ଷେପ କରିବାରୁ ବନ୍ଦ ହୋଇଯାଇଥିଲା ଉକ୍ତ ପୁରୁଣା ପ୍ରଥା। ବର୍ତ୍ତମାନ ରାଜସ୍ବ ବିଭାଗ ରେକର୍ଡରେ ୯୩୫ ଭରଣ ବା ୧୮୭ ଏକର ଜମି ଅଛି। ସେଥିମଧ୍ୟରୁ ମାତ୍ର ୩୦ ଏକର ଜମିରୁ ଖଜଣା ଆଦାୟ ହେଉଛି। ବଳକା ଜମିର ଖଜଣା ଆଦାୟ ହୋଇପାରୁ ନାହିଁ। ଚାଷୀମାନେ ଜବରଦଖଲ କରି ରଖିଛନ୍ତି। ଅନ୍ୟପଟେ ଚୋରି ଅଳଙ୍କାର ମିଳୁନାହିଁ।
ଏନେଇ ଅତିରିକ୍ତ ତହସିଲଦାର ଅବିନାଶ ମହାର କହିଛନ୍ତି ଯେ, ମନ୍ଦିର ଟ୍ରେଜେରିରେ ଅଳଙ୍କାର କିଛି ଗଚ୍ଛିତ ନାହିଁ। ପୂଜାରୀମାନେ ସେମାନଙ୍କ ବ୍ୟବସ୍ଥାରେ ସୁନାବେଶ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri