୩୩ ବର୍ଷ ହେଲା ମିଳୁନି କୁଲାଡ଼ ଠାକୁରଙ୍କ ଅଳଙ୍କାର, ଭଣ୍ଡାର ଶୂନ୍ୟ

ଭଞ୍ଜନଗର,୭ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡ଼ରେ ଆଜକୁ ୩୩ ବର୍ଷ ହେବ ଠାକୁରଙ୍କ ସୁନାବେଶ କିଛି ଅଲଗା ଦେଖିବାକୁ ମିଳୁଛି। ସରକାରଙ୍କ ପକ୍ଷରୁ କୁଲାଡ଼ ଜଗନ୍ନାଥ ମନ୍ଦିର ପରିଚାଳନା ହେଉଥିବା ବେଳେ ରବିବାର ଠାକୁରଙ୍କ ସୁନାବେଶ ପାଇଁ ଅଳଙ୍କାର ଭଣ୍ଡାର ଶୂନ୍ୟ ପଡ଼ିଛି। ତେଣୁ ଗ୍ରାମବାସୀମାନେ ଆଜକୁ ୩୩ ବର୍ଷ ହେବ ସୁନାବେଶ ଦିନ ଠାକୁରଙ୍କୁ ଅଳଙ୍କାର ଦାନ କରନ୍ତି। ସୁନାବେଶ ସରିବା ପରେ ଗ୍ରାମର ଏକ କମିଟି ନେଇ ନିଜ ହେପାଜତରେ ଅଳଙ୍କାର ସିଲ କରି ରଖନ୍ତି। ଏତେବଡ଼ ଠାକୁରଙ୍କ ଅଳଙ୍କାର ଭଣ୍ଡାର ଶୂନ୍ୟ କଥା ଶୁଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି। କିନ୍ତୁ ଏହା ସତ ।
କିନ୍ତୁ ଚଳିତ ବର୍ଷ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଉପଜିଲାପାଳ ଉମାଶଙ୍କର ବେହେରା, ଅତିରିକ୍ତ ତହସିଲଦାର ଅବିନାଶ ମହାର ଏବଂ ଗ୍ରାମବାସୀଙ୍କ ସହଯୋଗରେ ସୁନାବେଶ ଅନୁଷ୍ଠିତ ହୋଇଛି। ଅତିରିକ୍ତ ତହସିଲଦାର ଅବିନାଶ ମହାର କାର୍ଯ୍ୟକ୍ରମ ସଫଳ ପାଇଁ ଚେଷ୍ଟା ଚଳାଇଥିଲେ।

ସୂଚନାଯୋଗ୍ୟ, ଘୁମୁସରର ରାଜା ଭଞ୍ଜ ରାଜବଂଶ ପକ୍ଷରୁ ଗଞ୍ଜାମ ଜିଲା କୁଲାଡ଼ରେ ରାଜଧାନୀ ପ୍ରତିଷ୍ଠା ହୋଇଥିଲା। ଭଞ୍ଜ ରାଜବଂଶ ଘୁମୁସରରେ ୧୦୦୦ ବର୍ଷ ଧରି ଶାସନ କରିଥିଲେ। ଏହି ସମୟରେ ସେମାନେ ବିଭିନ୍ନ ସ୍ଥାନରେ ନିଜର ରାଜଧାନୀ ବସାଇଥିଲେ। ଶେଷରେ
ପ୍ରାୟ ୧୬୦୦ ମସିହା ବେଳକୁ ତତ୍କାଳୀନ ରାଜା ପ୍ରତାପ ଭଞ୍ଜ ଦେଓ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରାଙ୍କ ପ୍ରତିମୂର୍ତ୍ତି କୁଲାଡ଼ରେ ସ୍ଥାପନ କରିଥିଲେ। ଏହାପରେ କୃଷ୍ଣ ଭଞ୍ଜ ଶାସନ କରୁଥିବା ସମୟରେ ୧୭୪୪ରୁ ୧୭୫୭ ମସିହା ମଧ୍ୟରେ ସେ କୁଲାଡ଼ ଜଗନ୍ନାଥ ମନ୍ଦିର ସ୍ଥାପନ କରିଥିଲେ।
ସେହି ସମୟରେ ଭଞ୍ଜ ରାଜବଂଶ ପକ୍ଷରୁ କୁଲାଡ଼ରେ ଅନେକ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା। ସେଥିମଧ୍ୟରୁ ଶ୍ରୀ ଜଗନ୍ନାଥ ମନ୍ଦିର ଅନ୍ୟତମ। କୁଲାଡ଼ରେ ସ୍ଥାପିତ ମନ୍ଦିରଗୁଡ଼ିକର ପରିଚାଳନା ପାଇଁ ରାଜବଂଶ ପକ୍ଷରୁ ହଜାର ହଜାର ଭରଣ ଜମି ଦାନ ସହ ବିପୁଳ ପରିମାଣର ସୁନା, ରୁପା ଅଳଙ୍କାର ମଧ୍ୟ ଦାନ କରାଯାଇଥିଲା। ରାଜ୍ୟ ସରକାରଙ୍କ ଦେବୋତ୍ତର ବିଭାଗ ପକ୍ଷରୁ ମନ୍ଦିର ପରିଚାଳନା ଦାୟିତ୍ୱ ନିଆଯାଇଛି। ତେଣୁ ପ୍ରଶାସନ ହାତରେ ମନ୍ଦିର ପରିଚାଳନା ଦାୟିତ୍ୱ। କିନ୍ତୁ ଗତ ୧୯୯୩ ଫେବୃଆରୀ ୧୭ ରାତିରେ ଦୁର୍ବୃତ୍ତମାନେ କୁଲାଡ଼ ଜଗନ୍ନାଥ ମନ୍ଦିର କବାଟ ଭାଙ୍ଗି ଏକ ବିରାଟ ବାକ୍ସ ମଧ୍ୟରେ ଥିବା ମନ୍ଦିରର ସମସ୍ତ ଅଳଙ୍କାର ଲୁଟି ନେଇଥିଲେ। ସେଥିମଧ୍ୟରେ ଅଛି ୧ କେଜି ସୁନା ଅଳଙ୍କାର, ୮୦ କେଜି ରୁପା, ତିନି ଠାକୁରଙ୍କ ତିନୋଟି ମୂଲ୍ୟବାନ ସ୍ବର୍ଣ୍ଣ ଚିତା ସମେତ ଅନ୍ୟାନ୍ୟ ଜିନିଷ ଚୋରି ହୋଇଯାଇଥିଲା । ଲୁଟ୍‌ ଅଳଙ୍କାରକୁ ଉଦ୍ଧାର କରିବା ପାଇଁ ଗ୍ରାମବାସୀ ଅନେକ ଥର ଆନ୍ଦୋଳନ କରିଛନ୍ତି। ଏନେଇ ତତ୍କାଳୀନ ବିଧାୟକ ରାମକୃଷ୍ଠ ଗୌଡ଼ ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି। କିନ୍ତୁ ଫଳ କିଛି ମିଳିନାହିଁ। ଚୋରି ଅଳଙ୍କାର ଘଟଣାକୁ ଇତିମଧ୍ୟରେ ୩୩ ବର୍ଷ ବିତିଯାଇଛି କିନ୍ତୁ ପୋଲିସ ଉକ୍ତ ଅଳଙ୍କାରକୁ ଉଦ୍ଧାର କରିପାରିନାହିଁ। ସେହିଦିନଠାରୁ ଠାକୁରଙ୍କ ଅଳଙ୍କାର ଟ୍ରେଜେରି ଖାଲି ପଡ଼ିଛି। ଅନ୍ୟପକ୍ଷରେ ଗ୍ରାମବାସୀଙ୍କ ଦାରା ମହଜୁଦ କରି ରଖାଯାଇଥିବା ଅଳଙ୍କାରକୁ ସୁନାବେଶ ଦିନ ଦାନ କରାଯାଉଛି। ଉକ୍ତ ଅଳଙ୍କାରରେ ଠାକୁରଙ୍କ ବେଶ ହେଉଛି। ସରକାର ଧର୍ମାନୁଷ୍ଠାନଗୁଡ଼ିକର ଉନ୍ନତି ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି କିନ୍ତୁ କୁଲାଡ଼ ଠାକୁରଙ୍କ ଅଳଙ୍କାର ଭଣ୍ଡାର କିଭଳି ପୂର୍ଣ୍ଣ ହେବ ଚିନ୍ତା କରିନାହାନ୍ତି। ଯାହାକି ଚିନ୍ତା ଜନକ ବିଷୟ।

ଅନ୍ୟପଟେ ବାହୁଡ଼ା ଯାତ୍ରା ସମୟରେ ଡାହୁକ ଅଶ୍ଳୀଳ ଡାକ ପକାଇବାକୁ ନେଇ ମଧ୍ୟ ବିଶ୍ବ ହିନ୍ଦୁ ପରିଷଦ ନେତା ମୁରଲୀ ପଣ୍ଡା ସମେତ କିଛି ଲୋକ ଆପତ୍ତି ଉଠାଇଥିଲେ। ଏହାପରେ ତୁରନ୍ତ ପ୍ରଶାସନ ହସ୍ତକ୍ଷେପ କରିବାରୁ ବନ୍ଦ ହୋଇଯାଇଥିଲା ଉକ୍ତ ପୁରୁଣା ପ୍ରଥା। ବର୍ତ୍ତମାନ ରାଜସ୍ବ ବିଭାଗ ରେକର୍ଡରେ ୯୩୫ ଭରଣ ବା ୧୮୭ ଏକର ଜମି ଅଛି। ସେଥିମଧ୍ୟରୁ ମାତ୍ର ୩୦ ଏକର ଜମିରୁ ଖଜଣା ଆଦାୟ ହେଉଛି। ବଳକା ଜମିର ଖଜଣା ଆଦାୟ ହୋଇପାରୁ ନାହିଁ। ଚାଷୀମାନେ ଜବରଦଖଲ କରି ରଖିଛନ୍ତି। ଅନ୍ୟପଟେ ଚୋରି ଅଳଙ୍କାର ମିଳୁନାହିଁ।
ଏନେଇ ଅତିରିକ୍ତ ତହସିଲଦାର ଅବିନାଶ ମହାର କହିଛନ୍ତି ଯେ, ମନ୍ଦିର ଟ୍ରେଜେରିରେ ଅଳଙ୍କାର କିଛି ଗଚ୍ଛିତ ନାହିଁ। ପୂଜାରୀମାନେ ସେମାନଙ୍କ ବ୍ୟବସ୍ଥାରେ ସୁନାବେଶ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri