ଘୁମୁସର ଭଞ୍ଜ ରାଜବଂଶର ସ୍ମୃତି: ୩ ଦଶନ୍ଧି ଧରି ପାଳିତ ହେଉଛି କୁଲାଡ ଦୋଳଯାତ୍ରା

ଭଞ୍ଜନଗର,୧୫/୩(ବାବୁଲା ପ୍ରଧାନ): ଐତିହାସିକ ପୀଠ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମମାଟି ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡଠାରେ ପାଞ୍ଚ ଦିନ ଧରି ଚାଲିଥିବା ପ୍ରସିଦ୍ଧ ଦୋଳଯାତ୍ରା ଶୁକ୍ରବାର ଉଦଯାପିତ ହୋଇଯାଇଛି। ଆଜକୁ ୩ ଦଶନ୍ଧି ଧରି ଏହି ଯାତ୍ରା ପାଳିତ ହୋଇ ଆସୁଛି। ଘୁମୁସର ରାଜବଂଶର ଏହା ଏକ ସ୍ମୃତି। ଯାତ୍ରା ଦେଖିବାକୁ ହଜାର ହଜାର ଲୋକ କୁଲାଡ ବଡ଼ଦାଣ୍ଡରେ ଗତକାଲି ଏକାଠି ହୋଇଥିଲେ । ଦେବୋତ୍ତର ବିଭାଗ ପକ୍ଷରୁ ପ୍ରତିବର୍ଷ ଏହି ଉତ୍ସବ ପାଳିତ ହେଉଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଭଞ୍ଜନଗର ଉପଜିଲାପାଳ ଉମା ଶଙ୍କର ବେହେରା, ଭାରପ୍ରାପ୍ତ ତହସିଲଦାର ଅଭିନାଶ କୁମାର ମାହାର, ଥାନା ଅଧିକାରୀ ଜୀବନାନନ୍ଦ ଜେନା ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ ମୃତୟନ ହୋଇଥିଲା। ସ୍ଥାନୀୟ ଜନପ୍ରତିନିଧି ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେରେ ସହଯୋଗ କରିଥିଲେ।

ସୂଚନା ଯୋଗ୍ୟ ଯେ ୧୭୫୪ ରେ ଘୁମୁସର ଭଞ୍ଜ ରାଜବଂଶ ର ରାଜା କୃଷ୍ଣ ଭଞ୍ଜ ହୋଇଥିଲେ । ସେ ୧୭୭୩ ମସିହା ପର୍ଯ୍ୟନ୍ତ ରାଜା ହୋଇଥିଲେ । ଏହି ସମୟରେ ରାଜାଙ୍କ ଜଣେ ବିଶ୍ଵସ୍ତ ଚାକରଙ୍କ ମୃତ୍ୟୁ ହୋଇଥିଲା। ଫଳରେ କୃଷ୍ଣ ଭଞ୍ଜଙ୍କୁ ବ୍ରହ୍ମହତ୍ୟା ଦୋଷ ଲାଗିଥିଲା। ଫଳରେ ରାଜ ପୁରୋହିତଙ୍କ ପରାମର୍ଶ କ୍ରମେ କୃଷ୍ଣ ଭଞ୍ଜ ୧୭୬୦ ମସିହାରେ ଦେଶର ବିଭିନ୍ନ ଧାମ ପୂଜା କରିବାକୁ ବାହାରିଥିଲେ। ଏହି ସମୟରେ ସେ ପାପରୁ ମୁକ୍ତି ପାଇଁ ଦାନ ଧର୍ମ ମଧ୍ୟ କରିଥିଲେ। କୃଷ୍ଣ ଭଞ୍ଜ କାଶୀ ତିର୍ରେ ପହଞ୍ଚି ନଦୀକୁ ସ୍ନାନ କରିବାକୁ ଯାଉଥିଲେ। ଏହି ସମୟରେ ତ୍ରିକାଳଦର୍ଶୀ ବକୁଳ ଭୂଷଣ ଆଚରୀ ନଦୀ କୂଳରେ କୃଷ୍ଣ ଭଞ୍ଜଙ୍କୁ ଦେଖି କହିଲେ ତୁମେ ବ୍ରହ୍ମହତ୍ୟା ଦୋଷରେ ଦୋଷୀ ହୋଇଛ। ଏହି ଘାଟରେ ସ୍ନାନ କଲେ ଘାଟ ଅପବିତ୍ର ହେବ। ତେଣୁ ତୁମେ ଏଠି ସ୍ନାନ କଲେ ମଧ୍ୟ ବ୍ରହ୍ମ ହତ୍ୟା ଦୋଷ ଯିବ ନାହିଁ। ରାଜା ଚକିତ ହୋଇଗଲେ। ବ୍ରହ୍ମ ଦୋଷ ହତ୍ୟା ମୋତେ ଲାଗିଛି ବୋଲି ଉକ୍ତ ବ୍ୟକ୍ତି କିଭଳି ଜାଣିଲେ ବୋଲି ରାଜା ମନେ ମନେ ଭାବିଲେ। ଏହାପରେ ରାଜା ଭାବିଲେ ୟେ ଜଣେ ନିଶ୍ଚିତ ତ୍ରିକାଳଦର୍ଶି ହୋଇଥିବେ। ଏହାପରେ ରାଜା ବକୁଳ ଭୂଷଣ ଆଚାରୀଙ୍କୁ ପଚାରିଥିଲେ କଣ କଲେ ବ୍ରହ୍ମ ହତ୍ୟା ଦୋଷରୁ ମୁକ୍ତି ମିଳିବ। ଏହାପରେ ବକୁଳ ଭୂଷଣ କହିଥିଲେ ତୁମେ ବିଷ୍ଣୁମନ୍ଦିର ପ୍ରତିଷ୍ଠା କଲେ ଏହି ପାପରୁ ମୁକ୍ତି ପାଇବ। ତେଣୁ ବକୁଳ ଭୂଷଣ ଙ୍କୁ ୧୭୬୦ ମସିହାରେ କୁଲାଡ ନିମନ୍ତ୍ରଣ କରି ଆଣିଥିଲେ। ଫଳରେ କୃଷ୍ଟ ଭଞ୍ଜ ତାଙ୍କ ଶାସନ ସମୟରେ ଅନେକ ମନ୍ଦିର ଘୁମୁସରରେ ପ୍ରତିଷ୍ଠା କରିଥିଲେ । ସେଥିମଧ୍ୟରୁ କୁଲାଡ ଜଗନ୍ନାଥ ମନ୍ଦିର, ନାରାୟଣ ମନ୍ଦିର ଅନ୍ୟତମ। ସେ ସମୟରୁ ହିଁ କୁଲାଡରେ ଦୋଳ ଯାତ୍ରା  ପାଳିତ ହୋଇ ଆସୁଥିବା ବରିଷ୍ଠ ଭଞ୍ଜ ଗବେଷକ ଡଃ ପ୍ରଦୀପ କୁମାର ପଟ୍ଟନାୟକ ଏଠାରେ ସୂଚନା ଦେଇଛନ୍ତି। ବକୁଳ ଭୂଷଣ ଆଚରୀଙ୍କୁ ମାଡ୍ରାସ ରୁ ନିମନ୍ତ୍ରଣ କରି ଅଣାଯାଇଥିଲା। ଏହାପରେ ନାରାୟଣପାଟଣାରେ ପ୍ରଭୁ ଶ୍ରୀ ନାରାୟଣଙ୍କ ମନ୍ଦିର ଏବଂ କୁଲାଡରେ ଜଗନ୍ନାଥ ମନ୍ଦିର ସ୍ଥାପନ କରିବା ଠାରୁ ଏହି ପୁରାତନ ଯାତ୍ରା ପାଳିତ ହୋଇ ଆସୁଛି। ଏହା ଦଶମୀ ଠାରୁ ଆରମ୍ଭ ହୋଇ ଦୋଳ ପୂର୍ଣିମା ପର୍ଯ୍ୟନ୍ତ ପାଞ୍ଚଦିନ ଧରି ଏହି ପର୍ବ ପାଳନ ହୋଇ ଆସୁଛି। ଦୋଳ ପୁର୍ଣିମା ଦିନ ଭଞ୍ଜ ରାଜା ମାନଙ୍କ ଦ୍ବାରା ପ୍ରତିଷ୍ଠିତ ଚାରି ଠାକୁର ଶ୍ରୀ ନାରାୟଣ ସ୍ବାମୀ,ଶ୍ରୀ ଜଗନ୍ନାଥ ସ୍ବାମୀ,ଶ୍ରୀ ଗୋପୀନାଥ ସ୍ବାମୀ ଓ ଶ୍ରୀ ରଘୁନାଥ ସ୍ବାମୀଙ୍କ ମିଳନ କୁଲାଡ ବଡଦାଣ୍ଡରେ ଠାରେ ବହୁ ଆଡମ୍ବର ର ସହ ହୋଇଥିଲା। ରାଜଗୁରୁ ଶ୍ରୀ ତେଜନଥାନ୍ ଆୟଙ୍ଗାର ପ୍ରଥମେ ଫଗୁ ପକାଇ ଚାରି ଠାକୁରଙ୍କ ହରିହର ଭେଟ କରାଇଥିଲେ। ପରେ ସ୍ଥାନୀୟ ଜନସାଧାରଣ ଓ ଭକ୍ତ ମାନେ ମିଶି ହୋଲି ପକାଇ ଦୋଳ ମେଳଣ ପର୍ବ ପାଳନ କରିଥିଲେ। ହଜାର ହଜାର ଭକ୍ତଙ୍କ ହରିବୋଲ ହୁଳହୁଳି ଧ୍ବନରେ ପରିବେଶ କମ୍ପି ଉଠିଥିଲା। ଦୋଳଯାତ୍ରା ହେଉଛି ଘୁମୁସରର ଏକ ବଡପର୍ବ।

 

 

 


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri