ପାରାଦୀପ,୨୬।୬: ଲାଞ୍ଚ ନେବା ପଡ଼ିଲା ମହଙ୍ଗା। କୁଜଙ୍ଗ ବିଇଓ ଅଫିସର ଆକାଉଣ୍ଟାଣ୍ଟ ସୂର୍ଯ୍ୟକାନ୍ତ ସ୍ବାଇଁ ଧରାପଡ଼ିଛନ୍ତି। ସେ ପଙ୍କପାଳ ସ୍ଥିତ ଅଫିସରେ ବିଲ୍ କରାଇ ଦେବାକୁ ଶିକ୍ଷକଙ୍କଠାରୁ ଲାଞ୍ଚ ନେଉଥିଲେ। ୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ମାଡ଼ି ବସିଥିଲା। ଏହାପରେ ସୂର୍ଯ୍ୟକାନ୍ତଙ୍କ ଦୁଇଟି ଘରେ ମଧ୍ୟ ଭିଜିଲାନ୍ସ ଟିମ୍ ଚଢ଼ାଉ ଜାରି ରଖିଥିବା ସୂଚନା ମିଳିଛି।


