କୁଦୋପାଲି ହେବ ଦେଶର ପ୍ରମୁଖ ତୀର୍ଥକ୍ଷେତ୍ର

ସମ୍ବଲପୁର,୩୧ା୧୨(ପ୍ରମୋଦ ବହିଦାର)ଓଡ଼ିଆ ଜାତି ବୀର ପୁରୁଷଙ୍କ ଜାତି। ଏହି ଜାତି କଦାପି ପରାଧୀନତାକୁ ସ୍ବୀକାର କରେ ନାହିଁ। ବୀର ସୁରେନ୍ଦ୍ର ସାଏ ଓ ଛବିଳ ସାଏଙ୍କ ବଳିଦାନ ଏହାର ଜ୍ୱଳନ୍ତ ଉଦାହରଣ। ସେମାନେ ଆମ ପାଇଁ ଚିର ସ୍ମରଣୀୟ ହୋଇ ରହିବେ। ସମ୍ବଲପୁର ଉପକଣ୍ଠ ରକ୍ତତୀର୍ଥ କୁଦୋପାଲିଠାରେ ଶନିବାର ଦେଶ ମାତୃକାର ସୁରକ୍ଷା ପାଇଁ ଶହୀଦ ହୋଇଥିବା ବୀର ପୁରୁଷଙ୍କ ୧୬୬ତମ ବଳିଦାନ ଦିବସରେ ଛବିଳ ସାଏ ସ୍ମୃତି କମିଟି ଆନୁକୂଲ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଏହା କହିଥିଲେ। ଏହି ସଭାରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧୮୫୭ରେ ବ୍ରିଟିଶ ଦମନଲୀଳାର ଶିକାର ହୋଇ ପ୍ରାଣବଳି ଦେଇଥିବା ବୀର ଛବିଳ ସାଏ ଓ ଅନ୍ୟ ୫୩ ଜଣ ଶହୀଦଙ୍କ ସ୍ମୃତିରେ ଆୟୋଜିତ ପଦଯାତ୍ରାରେ ସାମିଲ ହୋଇ ମଶାଲ ପ୍ରଜ୍ୱଳନ ପୂର୍ବକ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ଏହି ଅବସରରେ ସେ ତାଙ୍କ ଅଭିଭାଷଣରେ କହିଥିଲେ, ଦେଶ ମାତୃକାର ସୁରକ୍ଷା ପାଇଁ ପ୍ରାଣବଳି ଦେଇଥିବା ଶହୀଦଙ୍କ ରଣଭୂମି କୁଦୋପାଲି ଓଡ଼ିଆ ଜାତିର ତ୍ୟାଗ ଓ ବୀରତ୍ୱର ପ୍ରତୀକ। ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଓ ଛବିଳ ସାଏଙ୍କ ସହିତ ଉଦନ୍ତ ସାଏ, ଧ୍ରୁବ ସାଏ, ଉଜ୍ୱଳ ସାଏ, ଜାଜ୍ୱଳ ସାଏ, ମେଦନୀ ସାଏ, କୋଲାବିରା ଜମିଦାର କରୁଣାକର ସିଂ ନାଏକ, ଘେଁସ ଜମିଦାରଙ୍କ ପରିବାରର ମାଧୋ ସିଂ, କୁଞ୍ଜଲ ସିଂ, ଐର ସିଂ, ବୈରୀ ସିଂ ଓ ହଟେ ସିଂଙ୍କ ଅବଦାନ ଅତୁଳନୀୟ। ସେହିପରି ୧୮୫୭ ବିଦ୍ରୋହ ପୂର୍ବରୁ ୧୮୧୭ରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ଦେଶର ସର୍ବପ୍ରଥମ ସଂଗଠିତ ସଶସ୍ତ୍ର ଓଡ଼ିଆ ସ୍ବାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନ ଭଳି ବୀରତ୍ୱ କାହାଣୀ ଆଜି ଇତିହାସ ବର୍ଣ୍ଣିତ। ପଶ୍ଚିମ ଓଡ଼ିଶାର ସଂଗ୍ରାମୀ ବୀରମାନେ ଶହୀଦ ହୋଇଥିବା ସ୍ଥାନ ରକ୍ତତୀର୍ଥ କୁଦୋପାଲି ଭାବେ ପରିଚିତ। ଏହି ସ୍ଥାନ ସମ୍ବଲପୁର ମହାନଗର ନିଗମର ଅଂଶବିଶେଷ ହୋଇଥିଲେ ସୁଦ୍ଧା ଏହାର ସେଭଳି କୌଣସି ବିକାଶ ନ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସେ ଆହୁରି କହିଥିଲେ, ଭାରତ ବର୍ଷ ଯୁବ ପରିଶ୍ରମୀଙ୍କ ପାଇଁ ବର୍ତ୍ତମାନ ସମଗ୍ର ବିଶ୍ୱରେ ନିଜକୁ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବେ ପ୍ରତିପାଦିତ କରିପାରିଛି। ତେବେ ବର୍ତ୍ତମାନ ଦେଶ ପାଇଁ କିଛି କରି ଦେଖାଇବାର ସମୟ ଉପନୀତ। ୨୦୪୭ ମସିହା ସୁଦ୍ଧା ଭାରତକୁ ବିଶ୍ୱର ଏକ ପୂର୍ଣ୍ଣ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ସଙ୍କଳ୍ପ ନେବା ପାଇଁ ସେ ସମବେତ ଜନତାଙ୍କୁ ଆହ୍ବାନ ଦେଇଥିଲେ। ସେହିପରି ଛବିଳ ସାଏ ଓ ତାଙ୍କ ସହଯୋଗୀଙ୍କ ବଳିଦାନ ଆଦୌ ବ୍ୟର୍ଥ ଯିବ ନାହିଁ। କୁଦୋପାଲି ଘାଟି ଶହୀଦ କ୍ଷେତ୍ରକୁ ଦେଶର ଏକ ପ୍ରମୁଖ ତୀର୍ଥ କ୍ଷେତ୍ରରେ ପରିଣତ କରିବା ପାଇଁ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ସେ ପ୍ରତିଶ୍ରୁତି ଦେଇଥିଲେ। ଏହାସହ ନୂଆବର୍ଷ ଜାନୁୟାରୀ ୧ ତାରିଖରୁ ଆଇସିଏଚ୍‌ଆର୍‌ ଆନୁକୂଲ୍ୟରେ ଏହି ତୀର୍ଥକ୍ଷେତ୍ରର ଘଟଣାବଳୀକୁ ନେଇ ଗବେଷଣା ଆରମ୍ଭ କରାଯିବ। ପରବର୍ତ୍ତୀ କାଳରେ ଏହାକୁ ନେଇ ଏକ ପୂର୍ଣ୍ଣାଙ୍ଗ ଗବେଷାତ୍ମକ ପୁସ୍ତକ ପ୍ରକାଶ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି।
ସାଏ ସ୍ମୃତିକମିଟି ଅଧ୍ୟକ୍ଷ ତଥା ରେଙ୍ଗାଲି ବିଧାୟକ ନାଉରୀ ନାଏକଙ୍କ ସଭାପତିତ୍ୱରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ସମ୍ମାନିତ ଅତିଥିଭାବେ ପଦ୍ମଶ୍ରୀ ହଳଧର ନାଗ, ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଯୋଗଦେଇଥିଲେ। ଆବାହକ ଜୟବ୍ରତ ଦେ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ପ୍ରାରମ୍ଭରେ ଉପାଧ୍ୟକ୍ଷ ଗିରିଶ ପଟେଲ ଓ ଲକ୍ଷ୍ମଣ ଦେହୁରି ଅତିଥିଙ୍କୁ ସ୍ବାଗତ କରିଥିଲେ। ଏହି ଅବସରରେ ସଂଗ୍ରାମୀ ପରିବାର ଓ ସ୍ବାଧୀନତା ସଂଗ୍ରାମରେ ଅତୁଳନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ଏହାସହ ଅତିଥିଙ୍କ ଦ୍ୱାରା କୁଦୋପାଲି ଘଟଣାବଳୀକୁ ନେଇ ପ୍ରକାଶିତ ସ୍ମରଣିକା ‘ରଣଭୂମି ବୀରଗାଥା’ ଉନ୍ମୋଚିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

ଥୁଆମୂଳ ରାମପୁରରେ ବାଘ ଆତଙ୍କ: ଜନଗହଳିପୂର୍ଣ୍ଣ ସାପ୍ତାହିକ ବଜାର ନିକଟରେ ବୁଲୁଛି ମହାବଳ, ଭୟଭୀତ ଅଞ୍ଚଳବାସୀ…

ଥୁଆମୂଳ ରାମପୁର, ୨୪।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜଲା ଥୁଆମୂଳ ରାମପୁର ବ୍ଲକ ତଳଆମ୍ବ ପଦର ପଞ୍ଚାୟତ ଅଞ୍ଚଳରେ ଏବେ ବାଘ ଆତଙ୍କ ଖେଳିଯାଇଛି। ମୁଖ୍ୟ ରାସ୍ତା…

IPL ଇତିହାସର ସବୁଠାରୁ ବଡ଼ ଡିଲ: ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇଗଲା RCB, ରେକର୍ଡ ୧୬,୬୬୦ କୋଟିରେ କିଣିଲେ…

ନୂଆଦିଲ୍ଲୀ, ୨୪।୩: ଆଇପିଏଲ୍‌ ୧୯ତମ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ବାକି ଥିବା ବେଳେ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

ଥୁଆମୂଳ ରାମପୁରରେ ମା’ ଗଙ୍ଗାଦୀଙ୍କ ଚୈତ୍ର ଯାତ୍ରା ଆରମ୍ଭ: ଅନ୍ଧାରରେ ମା’ଙ୍କ ପରିକ୍ରମା, ପୂଜା କମିଟିର ଅବ୍ୟବସ୍ଥାକୁ ନେଇ …

ଥୁଆମୂଳ ରାମପୁର, ୨୪।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପାରମ୍ପରିକ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମା’ ଗଙ୍ଗାଦୀ ଠାକୁରାଣୀଙ୍କ ପ୍ରସିଦ୍ଧ ୮…

ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଉତ୍ସବମୁଖର ତିଳେଶ୍ୱର ଗାଁ: ପୋଷ୍ୟ ଗ୍ରାମ ଘୋଷଣା କଲା ବ୍ଲକ ପ୍ରଶାସନ

ଦିଗପହଣ୍ଡି, ୨୪।୩ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତର ଐତିହାସିକ ଗ୍ରାମ ତିଳେଶ୍ୱର ଏବେ ଉତ୍ସବମୁଖର। ମଙ୍ଗଳବାରଠାରୁ ଗ୍ରାମଦେବତୀ ମା’ ବୁଢ଼ୀ…

ରେଳମନ୍ତ୍ରୀଙ୍କୁ ଭେଟିଲେ ଏମପି ପ୍ରଦୀପ ପୁରୋହିତ: ପଶ୍ଚିମ ଓଡ଼ିଶାର ରେଳ ସମସ୍ୟାର ସମାଧାନ ପାଇଁ…

ବରଗଡ,୨୪।୩(ପ୍ରେମାନନ୍ଦ ଖମାରୀ) – ପଶ୍ଚିମ ଓଡ଼ିଶାରେ ରେଳ ବିକାଶ ନେଇ ବରଗଡ଼ ଲୋକସଭା ସାଂସଦ(ଏମପି) ପ୍ରଦୀପ ପୁରୋହିତ ମଙ୍ଗଳବାର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କଠାରେ ଦାବି କରିଛନ୍ତି।…

ପାଣି ଟାଙ୍କିରେ ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଫିଙ୍ଗି ଦେଇଥିବା ସନ୍ଦେହ, ଖୋଳତାଡ଼ କରୁଛି…

ବଲାଙ୍ଗୀର, ୨୪।୩ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ଡୁଙ୍ଗିବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଚେକ୍‌ ଡ୍ୟାମ…

ପୁଣି ଅଶାନ୍ତ ବରଗଡ଼: ଅଟୋ ଚାଳକଙ୍କୁ ସାଇଡ୍‌ ଦେବାକୁ କହିବାରୁ ଭୁଜାଲି ମାଡ଼, ଭୟଭୀତ ସହରବାସୀ…

ବରଗଡ଼, ୨୪।୩ (ପ୍ରେମାନନ୍ଦ ଖମାରୀ): କିଛି ଦିନର ଶାନ୍ତି ପରେ ବରଗଡ଼ ସହର ପୁଣି ଅଶାନ୍ତ ହୋଇପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଟାଉନ ଥାନା ସମ୍ମୁଖ ହାଟପଦା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri