Categories: ଜାତୀୟ

ମିମ୍ସ ଉପରେ ପ୍ରତିକ୍ରିୟା ରଖିଲେ ଥରୁର

ନୂଆଦିଲ୍ଲୀ,୮।୪: କଂଗ୍ରେସ ଏମ୍‌ପି ଶଶୀ ଥରୁରଙ୍କ ସହିତ ଲୋକସଭାରେ ସୁପ୍ରିୟା ସୁଲେଙ୍କ ବ୍ୟକ୍ତିଗତ ଆଲୋଚନାର ଭିଡିଓ ଏବେ ସୋସିଆଲ ମିଡିଆରେ ଟପ୍‌ ଟାୟାର ମିମ୍ସ ପାଲଟିଛି। ଏହା ଉପରେ ପ୍ରଥମ ଥର ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସର ବରିଷ୍ଠ ନେତା। ଭିଡିଓରେ ଫାରୁକ ଅବଦୁଲା ଲୋକସଭାରେ ନିଜ ଭାଷଣ ରଖୁଥିବା ବେଳେ ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି (ଏନ୍‌ସିପି) ସୁପ୍ରିୟା ସୁଲେ ଏବଂ ଶଶି ଥରୁରଙ୍କ ମଧ୍ୟରେ ଗଭୀର ଆଲୋଚନା ଚାଲିଥିବା ଭାଇରାଲ ମିମ୍ସ ଦେଖିବାକୁ ମିଳୁଛି। ପରେ ସାଥି ଏମ୍‌ପିଙ୍କ କଥା ଶୁଣିବା ପାଇଁ ଟେବୁଲ ଉପରେ ଶୋଇ ପଡ଼ିଥିଲେ କେରଳ ଏମ୍‌ପି।

ଭିଡିଓ ମିମ୍ସ ପାଲଟିବା ପରେ ଶଶୀ ଥରୁର ଟୁଇଟ୍‌ କରି ସ୍ପଷ୍ଟ କରିଛନ୍ତି ଯେ, ଏନ୍‌ସିପି ଏମ୍‌ପି ମୋତେ କିଛି ପଲିସି ସମ୍ବନ୍ଧୀୟ ପ୍ରଶ୍ନ କରିଥିଲେ। କାରଣ ଫାରୁକ ଅବଦୁଲାଙ୍କ ପରେ ତାଙ୍କ ପାଳି ଥିଲା। ଏଣୁ ସେମାନେ ଭାଷଣା ଦେଉଥିବା ଫାରୁକ ଅବଦୁଲାଙ୍କ ଧ୍ୟାନ ଭଙ୍ଗ ନ କରି ସେ ଟେବୁଲ ଉପରେ ଶୋଇ ପଡ଼ିଥିଲେ। ଏଥିସହିତ ‘କୁଛ ତୋ ଲୋଗ କହେଙ୍ଗେ’ ଗୀତର କିଛି ପୋରଶନ ଶେୟାର କରି ସୁପ୍ରିୟା ସୁଲେଙ୍କୁ ଟ୍ୟାଗ କରିଛନ୍ତି କଂଗ୍ରେସ ଏମ୍‌ପି।

Share