ଚିତ୍ରକଳା ଯାଦୁକର କୁବେର

ବଇଣ୍ଡା, ୨୬ା୭(ଡି.ଏନ.ଏ.)  ତାଙ୍କ ତୂଳୀରେ ରହିଛି ଯାଦୁ। ସ୍ପର୍ଶ ମାତ୍ରକେ ଚିତ୍ରସବୁ ଯେମିତି ହୋଇଉଠନ୍ତି ଜୀବନ୍ତ। ସ୍କୁଲରୁ ଆର୍ଟ କଲେଜ ଯାଏ ସେ ଆଙ୍କିଛନ୍ତି ଅନେକ ଚିତ୍ର। କେଉଁ ବିଶିଷ୍ଟ ବ୍ୟକ୍ତିଙ୍କର ହେଉ ଅବା ପ୍ରକୃତିର, ସବୁଥିରେ ରହିଛି ତାଙ୍କ ଯାଦୁକରୀ କଳାର ଛାପ। ଏହା ହିଁ ତାଙ୍କୁ ଆଣି ଦେଇଛି ସ୍ବତନ୍ତ୍ର ପରିଚୟ। ଏଥିପାଇଁ ରାଜ୍ୟ ଓ ରାଜ୍ୟ ବାହାରେ ମିଳିଛି ୭୦ ପୁରସ୍କାର। ଏବେ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହେଉଥିବା ଏହି ଯୁବ ଚିତ୍ରଶିଳ୍ପୀ ହେଉଛନ୍ତି ଅନୁଗୋଳ ଜିଲା କିଶୋରନଗର ବ୍ଲକ ଅଙ୍ଗପଡା ପଞ୍ଚାୟତ ଅଙ୍ଗପଡା ଗ୍ରାମର କୁବେର ବାରିକ (୩୦)।
କୁବେରଙ୍କ କହିବା ଅନୁଯାୟୀ, ୭ମ ଶ୍ରେଣୀରୁ ଆରମ୍ଭ ହୋଇଥିଲା ଏହି ସାଧନା। ଚିତ୍ର ଆଙ୍କି ସେ ବିଦ୍ୟାଳୟରେ ପ୍ରଥମ ହୋଇଥିଲେ। ସେବେଠାରୁ ଆଉ ପଛକୁ ଫେରିନାହାନ୍ତି। ପ୍ରତିଦିନ ପେନ୍‌ସିଲରେ ବିଭିନ୍ନ ଚିତ୍ର ଆଙ୍କି ସେଥିରେ ଜୀବନ ଦେବାକୁ ଚେଷ୍ଟା କରୁଥିଲେ। ପରେ ଏହା ତାଙ୍କ ନିଶାରେ ପରିଣତ ହୋଇଗଲା। ୨୦୦୬ରେ ମାଟ୍ରିକ ପରୀକ୍ଷା ଦେଇସାରିବା ପରେ ବାମୁରର ଚିତ୍ରଶିଳ୍ପୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ଠାରୁ ଏ ନେଇ ତାଲିମ ନେଲେ। ଯୁକ୍ତ ୩ ପରେ ଭୁବନେଶ୍ୱରସ୍ଥିତ ଆର୍ଟ କଲେଜରେ ପିଜି କଲେ। ଏଥିସହ ଅନେକ ଚିତ୍ର ଆଙ୍କି ଚର୍ଚ୍ଚାର ପରିସରକୁ ଆସିଲେ। କଲେଜରେ ପଢୁଥିବାବେଳେ ମହାବିଦ୍ୟାଳୟସ୍ତରୀୟ ଚିତ୍ର ପ୍ରତିଯୋଗିତାରେ ଅଂଶଗ୍ରହଣ କରି ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ୨୦୧୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ସୂଚନା ଭବନରେ ପୁରସ୍କାର ଗ୍ରହଣ କରିଥିଲେ। ଗାଁଠାରୁ ଆରମ୍ଭ କରି ରାଜ୍ୟ ଓ ରାଜ୍ୟ ବାହାରେ ୭୦ଟି ସ୍ଥାନରୁ ତାଙ୍କୁ ପୁରସ୍କାର ମିଳିପାରିଛି। ମହାରାଷ୍ଟ୍ରର ପ୍ରଫୁଲ୍ଲ ଫାଉଣ୍ଡେଶନ ପକ୍ଷରୁ ଅନୁଷ୍ଠିତ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଶ୍ରେଷ୍ଠ ଚିତ୍ରଶିଳ୍ପୀ ପୁରସ୍କାର ପାଇଛନ୍ତି। ବିଭିନ୍ନ ଟିଭି ଶୋ’ରେ ଭାଗ ନେଇ ସେ ତାଙ୍କ କଳା ପ୍ରଦର୍ଶନ କରୁଛନ୍ତି। ଆଗାମୀ ଦିନରେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ପ୍ରତିଭା ଦେଖାଇବା ଅପେକ୍ଷାରେ ରହିଥିବା କୁବେର ପ୍ରକାଶ କରିଛନ୍ତି। ଓଡ଼ିଶା ଲଳିତକଳା ଏକାଡେମୀ ପକ୍ଷରୁ ରାଜ୍ୟସ୍ତରୀୟ କୋଭିଡ୍‌-୧୯ ଅନ୍‌ଲାଇନ ଚିତ୍ରକଳା ପ୍ରତିଯୋଗିତାରେ ତାଙ୍କ ଚିତ୍ର ଜୁରି ସଦସ୍ୟଙ୍କ ଦ୍ୱାରା ମନୋନୀତ ସହ ପୁରସ୍କୃତ ନିମନ୍ତେ ତାଲିକାଭୁକ୍ତ ହୋଇଥିବା କୁବେର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

ରାସ୍ତା ଉପରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ

ମାଧପୁର,୨୪।୨(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ଆଠମଲ୍ଲିକ – କିଆକଟା ରାଜ୍ୟ ରାଜପଥର କନ୍ଧପଡ଼ା ଗ୍ରାମ ନିକଟ ହାଟପଦା ଠାରେ ଆଜି ସକାଳେ ଜଣେ ଅଜଣା…

ଜଙ୍ଗଲରେ ଭୋଜି ମନା

ଅନୁଗୋଳ,୨୧।୨: ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ରୋକିବାକୁ ଅନୁଗୋଳ ଉପଜିଲାପାଳଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏନେଇ ଉପଜିଲାପାଳଙ୍କ ପକ୍ଷରୁ ଶନିବାର ଏକ କଟକଣା ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri