କୁଆଖାଇ, କୁଶଭଦ୍ରା ଜଳ ସଂରକ୍ଷଣକୁ ଗୁରୁତ୍ୱ

ଖୋର୍ଦ୍ଧା ଅଫିସ,୧୦ା୩: ଖୋର୍ଦ୍ଧା ଜିଲା ପରିଷଦର ୭ମ ସାଧାରଣ ବୈଠକ ଜିଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଦଳାଇଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ରନାଥ ମିତ୍ର, ଜଟଣୀ ବିଧାୟକ ସୁରେଶ ରାଉତରାୟ, ଜୟଦେବ ବିଧାୟକ ଅରବିନ୍ଦ ଢାଲି ପ୍ରମୁଖ ଯୋଗଦେଇଥିଲେ। ଜିଲାର ବିଭିନ୍ନ ଉନ୍ନୟନମୂଳକ ଯୋଜନା ଉପରେ ଆଲୋଚନା ହୋଇଥିଲା। ୨୦୨୦-୨୧ ଆର୍ଥିକ ବର୍ଷରେ ଖୋର୍ଦ୍ଧା ଜିଲା ପରିଷଦକୁ ୫ମ ରାଜ୍ୟ ଅର୍ଥ କମିଶନଙ୍କ ଅନୁଦାନ ବାବଦକୁ ୧,୪୫,୭୧,୬୫୦ ଏବଂ ପଞ୍ଚଦଶ କେନ୍ଦ୍ର ଅର୍ଥ କମିଶନଙ୍କ ଠାରୁ ୧,୭୯,୭୭,୭୦୭ ଟଙ୍କା ଦ୍ୱିତୀୟ କିସ୍ତିରେ ରାଜ୍ୟ ସରକାରଙ୍କ ଠାରୁ ପ୍ରାପ୍ତ କରିଥିବା ସୂଚନା ମିଳିଛି।
ଜିଲାରେ ଗ୍ରାମ୍ୟ ରାସ୍ତା ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ଏହି କାର୍ଯ୍ୟକୁ ତ୍ୱରାନ୍ବିତ ଲାଗି ମନ୍ତ୍ରୀ ପଣ୍ଡା କହିଥିଲେ। ଟିକରପଡ଼ା ବ୍ରିଜ ଏବଂ ମହାବୀର ନଗର ରାସ୍ତା ନିର୍ମାଣ ନିର୍ଦ୍ଧାରିତ ସମୟରେ ଶେଷ କର। ଏଥିସହ କୁଆଖାଇ ଓ କୁଶଭଦ୍ରା ନଦୀରେ ଜଳ ସଂରକ୍ଷଣ ଓ ଜଳସେଚନ ଉପରେ ମନ୍ତ୍ରୀ ପଣ୍ଡା ଗୁରୁତ୍ୱ ଦେଇଥିଲେ। ଖୋର୍ଦ୍ଧା ବିଜ୍ଞାନ ପାର୍କ ଲାଗି ପଣ୍ଡା ସବୁଜ ସଙ୍କେତ ଦେଇଥିଲେ। ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ କହିଥିଲେ, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଫେଜ୍‌-୧ରେ ୮ଟି ରାସ୍ତା କାମ ମାର୍ଚ୍ଚ ସୁଦ୍ଧା ଶେଷ ହେବ। ଫେଜ୍‌-୨ରେ ୧୯ଟି ଗ୍ରାମ୍ୟ ରାସ୍ତା ତ୍ୱରିିତ ଗତିରେ ଶେଷ କରାଯିବ। ଫେଜ-୩ରେ ୧୦ ବ୍ଲକରେ ୩୩୬କି.ମି. ରାସ୍ତା ନିର୍ମାଣ କରାଯିବା ଲାଗି ସ୍ଥିର ହୋଇଛି। ଜିଲାପାଳ ସନତ ମହାନ୍ତି କହିଥିଲେ, ଗ୍ରୀଷ୍ମଋତୁରେ ଜିଲାର ବିଭିନ୍ନ ଜଙ୍ଗଲରେ ନିଅଁା ଲାଗିବା ଆଶଙ୍କା ରହିଛି। ଏଥିଲାଗି ବନବିଭାଗ ଏବଂ ପଞ୍ଚାୟତସ୍ତରରେ ଜିଲା ପରିଷଦ ପର୍ଯ୍ୟନ୍ତ ସମସ୍ତ ଲୋକପ୍ରତିନିଧି ସଜାଗ ରହିବେ। ଚଳିତ ବର୍ଷ ଖରିଫ ଋତୁରେ ୧୬ଲକ୍ଷ ଧାନ କ୍ରୟ ଟାର୍ଗେଟ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୩ଲକ୍ଷ ୮୩ ହଜାର କୁଇଣ୍ଟାଲ ଧାନ କିଣାଯାଇଛି। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଧାନ କିଣାଯିବ। ସମସ୍ତ ପଞ୍ଜୀକୃତ ଚାଷୀଙ୍କଠାରୁ ଧାନକିଣା ଚାଲିଛି। ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଦିଗନ୍ତ ରାଉତରାୟ ଜିଲା ପରିଷଦ ବୈଠକ ବିବରଣୀ ପାଠ କରିଥିଲେ। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚି୍‌ତ କର୍ମ ନିଯୁକ୍ତି ଯୋଜନା ୨୦୨୦-୨୧ ଆର୍ଥିକ ବର୍ଷ ଜିଲାର ୧୦ଟି ବ୍ଲକରେ ଲକ୍ଷ୍ୟ ଧାର୍ଯ୍ୟ ୨୫ ଲକ୍ଷରୁ ବର୍ତ୍ତମାନ ସୁଦ୍ଧା ୨୦ଲକ୍ଷ ୪୯ହଜାର ୭୭୦ ଶ୍ରମ ଦିବସ ସୃଷ୍ଟି କରାଯାଇଛି। ୨୦୨୧-୨୨ରେ ୧୬ଲକ୍ଷ ଶ୍ରମ ଦିବସ କରାଯିବା ଯୋଜନା ରହିଛି। ପ୍ରାଚୀ ଡିଭିଜନ ନିର୍ବାହୀଯନ୍ତ୍ରୀ କହିଥିଲେ, କୁଆଖାଇ ଓ କୁଶଭଦ୍ରା ନଦୀରେ ଜଳ ସଂରକ୍ଷଣ ପାଇଁ ବ୍ୟାରେଜ ନିର୍ମାଣ କରିବାକୁ ପ୍ରସ୍ତାବ ଦିଆଯାଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଅଚଳ ନଳକୂପକୁ ତ୍ୱରିତ ସଜଡ଼ା ଯିବ। ଜଳକ୍ଳିଷ୍ଟ ଅଞ୍ଚଳକୁ ପାନୀୟଜଳ ବ୍ୟବସ୍ଥା କରାଯିବ। ଯେପରି ଜିଲାରେ ପାନୀୟଜଳ ସମସ୍ୟା ରହିବ ନାହିଁ ସେଥିପ୍ରତି ଗୁରୁତ୍ୱ ଦେବାକୁ ଲୋକପ୍ରତିନିଧିମାନେ କହିଥିଲେ। ଜିଲା ଶିକ୍ଷାଧିକାରୀ ବନ୍ଦନା ମହାପାତ୍ର କହିଥିଲେ, ଶିକ୍ଷା ସଂଯୋଗ, ଶିକ୍ଷାର ଶିଖର ଓ ଶିକ୍ଷା ସମ୍ଭବ କାର୍ଯ୍ୟକ୍ରମ ମାଧ୍ୟମରେ ପିଲାଙ୍କ ପାଠପଢ଼ା ଚାଲିଛି। ବୈଠକରେ ସମସ୍ତ ଜିଲା ପରିଷଦ ସଭ୍ୟା, ସଭ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷା, ଅଧ୍ୟକ୍ଷଙ୍କ ସମେତ ବିଭିନ୍ନ ବିଭଗୀୟ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ଧକ୍କାଦେଇ ଫେରାର ମାରିଲେ ହାଇଓ୍ବା ଚାଳକ, ଘଟଣାସ୍ଥଳରେ ପଡ଼ିରହିଛି ମୃତଦେହ

ବାଲେଶ୍ୱର,୧୨ା୪(ବାଞ୍ଛାନିଧି ଦେ): ଏଆର୍‌ଏସ୍‌ଏସ୍‌ କମ୍ପାନୀର ହାଇଓ୍ବା ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲା ବସ୍ତା ଥାନା ଅମର୍ଦ୍ଦାରୋଡ୍‌ ରେଳ ଷ୍ଟେଶନ ପରିସରରେ ମୋରମ ବୋଝେଇ ହାଇଓ୍ବା…

କେତେ ଟଙ୍କାର ସମ୍ପତ୍ତି ଛାଡ଼ିଗଲେ ଆଶା ଭୋସଲେ, ଜାଣିଲେ…

ମୁମ୍ବାଇ,୧୨ା୪: ପ୍ରସିଦ୍ଧ ଭାରତୀୟ ଗାୟିକା ଆଶା ଭୋସଲେଙ୍କ ରବିବାର  ଦେହାନ୍ତ ହୋଇଛି। ସେ ୯୨ ବର୍ଷ ବୟସରେ ମୁମ୍ବାଇର ବ୍ରିଚ୍‌ କାଣ୍ଡି ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ…

ଏହି ଦେଶରେ ହୁ ହୁ ହୋଇ ବଢୁଛି ବୟସ୍କଙ୍କ ସଂଖ୍ୟା

କଲମ୍ବୋ,୧୨ା୪(ପି.ଟି.): ଶ୍ରୀଲଙ୍କାରେ ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି। ସଦ୍ୟ ପ୍ରକାଶିତ ଜନଗଣନା ତଥ୍ୟ ଅନୁଯାୟୀ, ଗତ ୪ ଦଶନ୍ଧି ମଧ୍ୟରେ ଦେଶର ବୟସ୍କ ଜନସଂଖ୍ୟା…

ପତ୍ନୀ ନୁହନ୍ତି, ଏ ହେଉଛନ୍ତି ମୋର ଲକି ଚାର୍ମ; ଶତକ ମାରିବା ପରେ ଏମିତି କହି…

ଚେନ୍ନାଇ,୧୨।୪: ଚେନ୍ନାଇର ଐତିହାସିକ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୬ର ୧୮ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସର ଉଇକେଟ କିପର ବ୍ୟାଟର…

ସମାନ ବୟସ, ସମାନ ହସ୍ପିଟାଲ, ଭାଇରାଲ ହେଉଛି ଲତା ଦିଦିଙ୍କ ସହ ଆଶାଙ୍କ ପିଲା ଦିନର ଫଟୋ, ପ୍ରଶଂସକ ହେଉଛନ୍ତି ଇମୋଶନାଲ

ମୁମ୍ବାଇ,୧୨।୪: ଗାୟିକା ଆଶା ଭୋଁସଲେଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହେବା ପରେ ତାଙ୍କୁ ଶନିବାର ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ରବିବାର ୯୨…

ପାକିସ୍ତାନର ମଧ୍ୟସ୍ଥତା ଫେଲ ମାରିବା ପରେ ରାଗରେ ଇରାନ ଉପରେ ଖପ୍ପା ହେଲେଣି ଟ୍ରମ୍ପ!

ଓ୍ବାଶିଂଟନ,୧୨।୪: ଇସଲାମାବାଦରେ ଆମେରିକା-ଇରାନ ଆଲୋଚନା ବିଫଳ ହେବା ପରେ, ପୁଣି ଥରେ ଯୁଦ୍ଧ ଆରମ୍ଭ ହେବାକୁ ଯାଉଛି କି ନାହିଁ ସେ ବିଷୟରେ ପ୍ରଶ୍ନ ଉଠାଯାଉଛି। ଏହା…

କେନ୍ଦ୍ରାପଡ଼ା ଜିଲାର ଏହି ବ୍ଲକରେ ବିଜେଡିରୁ ସମସ୍ତେ ଦେଇଦେଲେ ଇସ୍ତଫା

ପାଟକୁରା,୧୨ା୪(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡା ଜିଲା ପାଟକୁରା ନିର୍ବାଚନ ମଣ୍ଡଳୀ ଗରଦପୁର ବ୍ଲକ ବିଜେଡି ସମର୍ଥିତ ତଥା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଅନୁଗତମାନେ ବିଜେଡିରୁ ସମୂହ ଇସ୍ତଫା…

ସଙ୍ଗୀତ ଜଗତରେ ଶୋକର ଛାୟା: ନୀରବି ଗଲେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର ଅନନ୍ୟ ପ୍ରତିଭା ତଥା ପ୍ରଖ୍ୟାତ ଗାୟିକା ଆଶା ଭୋସଲେଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri