କେଏସୟୁବି କଲେଜର ଉନ୍ନତି ପାଇଁ ବ୍ୟୟ ହେବ ୩୫ କୋଟି: ପ୍ରଦ୍ୟୁମ୍ନ

ଭଞ୍ଜନଗର,୨୩।୨(ବାବୁଲା ପ୍ରଧାନ): ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଶନିବାର ଅପରାହ୍ନରେ ହଠାତ୍‌ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ (କେଏସୟୁବି)କଲେଜ ପରିଦର୍ଶନରେ ଆସିଥିଲେ। ଏହି ସମୟରେ ବିଧାୟକ ନିଜେ ପଢୁଥିବା କଲେଜର କିପରି ଉନ୍ନତି ହୋଇପାରିବ ସେନେଇ ଅଧ୍ୟକ୍ଷଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଅଧ୍ୟକ୍ଷଙ୍କ କ୍ୱାର୍ଟର୍ସ ଭଗ୍ନ ଅବସ୍ଥାରେ ରହିଛି। ତାହାକୁ ଭାଙ୍ଗି ସେଠାରେ କର୍ମଚାରୀଙ୍କ ପାଇଁ ନୂତନ କ୍ୱାର୍ଟର୍ସ ନିର୍ମାଣ ହେବ। କଲେଜ ପାଚେରି ମଧ୍ୟ ନିର୍ମାଣ ହେବ। ପୂର୍ଣ୍ଣାଙ୍ଗ ପାଚେରି ନ ଥିବାରୁ ଅନେକ ଅସୁବିଧା ହେଉଛି। ତେଣୁ ଏହି କାମ ତୁରନ୍ତ ଆରମ୍ଭ ପାଇଁ ପଦକ୍ଷେପ ନିଆଯିବ। ବାଳିକା ଏବଂ ବାଳକ ହଷ୍ଟେଲ ଆସନ୍ତା ଶିକ୍ଷା ବର୍ଷରୁ କିଭଳି କାର୍ଯ୍ୟକାରୀ ହେବ ଏନେଇ ମଧ୍ୟ ପଦକ୍ଷେପ ନିଆଯିବ। ଏଥିସହ ଆଉ କିଛି ନୂତନ କ୍ଲାସ ରୁମ ହେବ। କଲେଜର ଉନ୍ନତିକରଣ ପାଇଁ ଯାହା ଅର୍ଥ ଆବଶ୍ୟକ ରାଜ୍ୟ ସରକାର ଯୋଗାଇ ଦେବେ। ଏନେଇ ମୁଁ ଉଚ୍ଚ ଶିକ୍ଷାମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଆଲୋଚନା କରିଛି। ଛାତ୍ରୀଛାତ୍ରଙ୍କ ସୁବିଧା ପାଇଁ ଯାହା ଭିତ୍ତିଭୂମି ଆବଶ୍ୟକ ତାହା ଶୀଘ୍ର ପୂରଣ କରାଯିବ ବୋଲି ବିଧାୟକ ନାୟକ କହିଛନ୍ତି। କେଏସ୍‌ୟୁବି କଲେଜର ଉନ୍ନତିକରଣ ପାଇଁ ପ୍ରାୟ ୩୫ କୋଟି ଟଙ୍କା ବ୍ୟୟ କରାଯିବ। ସେଥିରୁ ସ୍ବର୍ଣ୍ଣ ଜୟନ୍ତୀ ଭବନ ପାଇଁ ୨୦ କୋଟି ଓ ଅନ୍ୟାନ୍ୟ ଉନ୍ନତିକରଣ ପାଇଁ ପ୍ରାୟ ୧୫ କୋଟି ଟଙ୍କା ବ୍ୟୟ ହେବ। ଏହା ଅନୁମୋଦନ ପାଇଁ ଯାଇଛି ବୋଲି ବିଧାୟକ ଏହି ଅବସରରେ କହିଥିଲେ। ବିଧାୟକଙ୍କ ଗସ୍ତ ସମୟରେ ଜିଲା ପରିଷଦ ଏମ୍‌ପି ପ୍ରତିନିଧି ଶିବ ଶଙ୍କର ପ୍ରଧାନ, ବ୍ଲକ ଅଧ୍ୟକ୍ଷ ନରିସଭା ନାୟକ, ବରିଷ୍ଠ ଭାଜପା ନେତା ସୁବାଷ ଚନ୍ଦ୍ର ପ୍ରଧାନ, ସାମାଜିକ କର୍ମୀ ଜଗବନ୍ଧୁ ଜେନା, ସନ୍ତୋଷ ଜେନା, ନେତାଜୀ ବିଷୋୟୀ, କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର ଦାସ, ପ୍ରାଧ୍ୟାପକ ବିଭାସ ଦାସ, ପୂର୍ବତନ ସରପଞ୍ଚ ଧୋବା ଗୌଡ, ଲେଲିନ ରାଉତ, ସୁବାସ ବରାଡ ପ୍ରମୁଖ ଉପସ୍ଥିତ ଥିଲେ। ପରେ ବିଧାୟକ ବାହାଡାପଦର, ବାରୁଡ଼ା ଏବଂ ସାନ ତୁଳସୀପଲ୍ଲୀଠାରେ ଚାଲିଥିବା ଯଜ୍ଞ ପରିଦର୍ଶନ କରିବାକୁ ଯାଇଥିଲେ। ଏହି ସମୟରେ ସମ୍ପୃକ୍ତ ଅଞ୍ଚଳର ବିକାଶ କିଭଳି ହେବ ସେନେଇ ସେଠାରେ ଲୋକଙ୍କ ସହ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ ବିଧାୟକ ନାୟକ ଏହି କଲେଜର ଏକଦା ଛାତ୍ର ସଂସଦ ସଭାପତି ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

ଶସ୍ତାରେ ମିଳିବ ଘର? ବଜେଟରେ ହେବ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୧।୧: ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ, ଘର ପାଇବା ଏବେ ବି ସ୍ୱପ୍ନ ସାକାର ହେବା ପରି ମନେହୁଏ। ଘରର ମୂଲ୍ୟ ଆକାଶଛୁଆଁ ହେଉଛି, ଏବଂ...

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

ସୋସିଆଲ ମିଡିଆ ପୋଷ୍ଟ ଉପରେ ଲାଗିଲା କଟକଣା

ବାଲେଶ୍ୱର,୨୧।୧(ବାଞ୍ଛାନିଧି ଦେ): ବାଲେଶ୍ୱରରେ ସୋସିଆଲ ମିଡିଆ ପୋଷ୍ଟ ଉପରେ ଜିଲା ପୋଲିସ ପକ୍ଷରୁ ବୁଧବାର କଟକଣା ଲାଗୁ କରାଯାଇଛିl କୌଣସି ସମ୍ପ୍ରଦାୟ ବିରୋଧରେ ପୋଷ୍ଟ ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri