‘ଫିଲ୍ମ ବଡ କଷ୍ଟରେ ନିର୍ମାଣ କରାଯାଇଥାଏ…’: ମୋଦିଙ୍କ ବୟାନକୁ ନେଇ ଅକ୍ଷୟଙ୍କ ରିଆକ୍ସନ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ତାଙ୍କ ଦଳର ନେତାଙ୍କୁ ଉପଦେଶ ଦେଇଛନ୍ତି । ମୋଦି କହିଥିଲେ ଫିଲ୍ମକୁ ନେଇ ଓଲଟା ସିଧା ବୟାନ ଦେବା ବନ୍ଦ କରିବା ଦରକାର । ଏବେ ଏହାକୁ ନେଇ ବଲିଉଡ ଅଭିନେତା ଅକ୍ଷୟ କୁମାର ତାଙ୍କ ରିଆକ୍ସନ ଦେଇଛନ୍ତି । ସେ କହିଛନ୍ତି ଫିଲ୍ମ ବଡ କଷ୍ଟରେ ନିର୍ମାଣ କରାଯାଇଥାଏ । ଆଉ ଦେଶର ସବୁଠାରୁ ବଡ ଇନଫ୍ଲୁଏନ୍ସର ମୋଦିଜୀ ଯଦି ଏକଥା କହିଛନ୍ତି, ତେବେ ଏହା ବଡ କଥା, ସମସ୍ତଙ୍କୁ ତାଙ୍କ କଥା ମାନିବା ଦରକାର । ଫିଲ୍ମ ‘ସେଲଫି’ର ଟ୍ରେଲର ଲଞ୍ଚ ସମୟରେ ଅକ୍ଷୟ ଏହା କହିଛନ୍ତି ।
କିଛିିଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଫିଲ୍ମକୁ ନେଇ ବୟାନ ଦେବା ବନ୍ଦ କରିବାକୁ ଉପଦେଶ ଦେଇଥିଲେ । ମୋଦି ବୈଠକରେ କହିଥିଲେ, ଜଣେ ନେତା ଯେ କି ଫିଲ୍ମକୁ ନେଇ ବୟାନ ଦେଇ ଚାଲିଛନ୍ତି । ତାଙ୍କ ବୟାନ ଟେଲିଭିଜନରେ ପ୍ରସାରଣ ହୋଇ ଚାଲିଛି । ତାଙ୍କୁ ଲାଗୁଛି କି ସେ ନେତା ହେଉଛନ୍ତି, ଦଳର ଅଧ୍ୟକ୍ଷ ଜେପି ନଡ୍ଡା ବି ତାଙ୍କୁ ଫୋନ କଲେ, ହେଲେ ସେ ମାନିବାକୁ ପ୍ରସ୍ତୁତ ନୁହେଁ । କ’ଣ ଆବଶ୍ୟକତା ରହିଛି ସବୁ ଫିଲ୍ମକୁ ନେଇ ନିଜର ବୟାନ ଦେବା । ହେଲେ ଏହି ସମୟରେ ମୋଦି କøଣସି ଫିଲ୍ମର ନାଁ ନେଇ ନ ଥିଲେ ।
ମୋଦି କୌଣସି ଫିଲ୍ମର ନାଁ ନେଇ ନ ଥିଲେ ମଧ୍ୟ ତାଙ୍କର ଏହି ଉପଦେଶ ଶାହାରୁଖ ଖାଁ ଓ ଦୀପିକା ପାଦୁକୋନଙ୍କ ଅଭିନୀତ ମୁଭି ‘ପଠାନ’ ସହ ଯୋଡି ଦେଖାଯାଉଛି । ନିକଟରେ କେତେଜଣ ଭାଜପା ନେତା ଫିଲ୍ମ ପଠାନକୁ ନେଇ ନିଜ ନିଜର ବୟାନ ଦେବା ସହ ଫିଲ୍ମର ବେସରମ ରଙ୍ଗ ଗୀତ ଦୀପିକାଙ୍କ ଅରେଞ୍ଜ କଲର ବିକିନିକୁ ନେଇ ମଧ୍ୟ ଆପତ୍ତି ଉଠାଇଥିଲା । ଦେଖୁ ଦେଖୁ ସୋସିଆଲ ମିଡିଆରେ ପଠାନ ମୁଭିକୁ ବୟକଟ କରିବା ଆରମ୍ଭ ହୋଇଯାଇଥିଲା ।

Share