କପିଲ୍‌ଙ୍କ ଶୋ’ ଛାଡ଼ି ବିଗ୍‌ବସ୍‌ ସହ ଯୋଡ଼ି ହେଲେ କୃଷ୍ଣା

ବମ୍ବେ: ଆଜି ରାତିଠାରୁ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ରିଆଲିଟି ଶୋ’ ‘ବିଗ୍‌ବସ୍‌’। ଶୋ’ରେ ଟେଲି ପରଦାର ଅନେକ ଜଣାଶୁଣା ଚେହେରା ନଜର ଆସିବେ। ଏହି କ୍ରମରେ ଏବେ କମେଡିଆନ୍‌ କୃଷ୍ଣା ଅଭିଷେକଙ୍କ ନାମ ଯୋଡ଼ି ହୋଇଛି। ତେବେ ଶୋ’ରେ ସେ ଜଣେ ପ୍ରତିଯୋଗୀ ନୁହେଁ ବରଂ ହୋଷ୍ଟ ଭାବେ ନଜର ଆସିବେ। ଏଥିଲାଗି ସେ ‘ଦ କପିଲ ଶର୍ମା ଶୋ’ ମଧ୍ୟ ଛାଡ଼ି ଦେଇଛନ୍ତି।

ଭୁଟ୍‌ ଆପ୍‌ରେ ବିଗ୍‌ବସ୍‌କୁ ନେଇ ପ୍ରସାରିତ ହେବ ‘ବିଗ୍‌ ବଜ୍‌’। ଏଥିରେ କୃଷ୍ଣା ପ୍ରତିଯୋଗୀମାନଙ୍କ ସହ ବିଭିନ୍ନ ଖେଳ ଖେଳିବେ। ଘରୁ ବାହାରକୁ ଆସିବା ପରେ କୃଷ୍ଣା ଏବଂ ତାଙ୍କ ପରିବାର ପ୍ରତିଯୋଗୀଙ୍କ କ୍ଲାସ ନେବେ। ଏଥିସହ ସେ ପ୍ରତିଯୋଗୀଙ୍କ ବିଷୟରେ ଦର୍ଶକ କ’ଣ କହିବାକୁ ଚାହୁଁଛନ୍ତି ତାର ରାୟ ନେବେ। ବିଗ୍‌ବସ୍‌ ପ୍ରଶଂସଙ୍କ ମନୋରଞ୍ଜନ କରିବା ସହ ନିଜର ମଜାଳିଆ ଅବତାରରେ ସେ ନଜର ଆସିବେ।

ଶୋ’କୁ ନେଇ କୃଷ୍ଣା କହିଛନ୍ତି, ବିଗ୍‌ବସ୍‌ ଏହାର ପ୍ରଥମ ସିଜନ୍‌ରୁ ଦର୍ଶକଙ୍କର ବେଶ ପ୍ରିୟ ରିଆଲିଟି ଶୋ’ ହୋଇପାରିଛି। ଖୁସି ଲାଗୁଛି ଏହାର ‘ବିଗ୍‌ ବଜ୍‌’କୁ ହୋଷ୍ଟ କରିବାକୁ ଯାଉଛି। ଏଥର ମୁଁ ପ୍ରତିଯୋଗୀଙ୍କ କ୍ଲାସ ନେବା ସହ ଘରର ଭିତର କଥା ଦର୍ଶକଙ୍କ ନିକଟର ପହଞ୍ଚାଇବି।

Share