Categories: ଖେଳ

କ୍ରିକେଟ ଦେଖିବାକୁ ଭଲ ପାଆନ୍ତି ନାହିଁ ଏହି କ୍ରିକେଟରଙ୍କ ସ୍ତ୍ରୀ

ବିଶ୍ୱ କ୍ରିକେଟରେ ପରିଚୟ ସୃଷ୍ଟି କରିଥିବା କ୍ରିକେଟ ବ୍ରଦର୍ସଙ୍କ ମଧ୍ୟରେ ପାଣ୍ଡ୍ୟା ବ୍ରଦର୍ସଙ୍କ ନାମ ସାମିଲ ଅଛି। ଉଭୟ କ୍ରୁନାଲ ପାଣ୍ଡ୍ୟା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଟିମ ଇଣ୍ଡିଆ ଏବଂ ମୁମ୍ବାଇ ଇଣ୍ଡିଆନ୍ସର ଗୁରୁତ୍ୱପୂର୍ଣ୍ଣ ଖେଳାଳି ଅଟନ୍ତି। ନିକଟରେ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପିତା ହୋଇଛନ୍ତି। ତାଙ୍କ ପ୍ରେମିକା ନତାଶା ଷ୍ଟାନକୋଭିଚ ଜଣେ ସର୍ବିଆର ମଡେଲ ଏବଂ ନୃତ୍ୟଶିଳ୍ପୀ। ପାଣ୍ଡ୍ୟା ପରିବାର ବିଷୟରେ କହିବାକୁ ଗଲେ, ପଙ୍ଖୁରୀ ଶର୍ମା ଏହି ପରିବାରର ବଡ ବୋହୂ। ଖୁବ କମ ଲୋକ ଜାଣିବେ ଯେ କ୍ରୁନାଲ ପାଣ୍ଡ୍ୟାଙ୍କ ପତ୍ନୀ ପଙ୍କୁରୀ ଶର୍ମା ମଧ୍ୟ ଜଣେ ମଡେଲ୍‌ ଅଟନ୍ତି। ତେବେ ପାଣ୍ଡ୍ୟା ପରିବାରର ଅଂଶ ହେବା ପରେ ସେ ଅଧିକ ଲାଇମଲାଇଟ ହୋଇଥିଲେ।
୪ ମାର୍ଚ୍ଚ ୧୯୯୧ରେ ଜନ୍ମ ହୋଇଥିବା ପଙ୍ଖୁରୀ ୨୭ ଡିସେମ୍ବର ୨୦୧୭ ରେ କ୍ରୁନାଲଙ୍କୁ ବିବାହ କରିଥିଲେ। ସେ ଜଣେ ପେସାଦାର ମଡେଲ ଏବଂ ଅନେକ ମଡେଲିଂ ଆସାଇନମେଣ୍ଟ ମଧ୍ୟ କରିଛନ୍ତି। ମଡେଲିଂ, ସାଇକେଲ ଚଲାଇବା, ଜଗିଂ ଏବଂ ନୃତ୍ୟକୁ ଭଲ ପାଉଥିବା ପଙ୍ଖୁରୀ ଆଦୌ କ୍ରିକେଟ ଦେଖିବାକୁ ପସନ୍ଦ କରନ୍ତି ା କିନ୍ତୁ ସେ ତାଙ୍କ ସ୍ବାମୀ କ୍ରୁନାଲଙ୍କ ଜଣେ ବଡ଼ ପ୍ରଶଂସକ। ଟିଭିରେ ହେଉ କିମ୍ବା ଷ୍ଟାଡିୟମରେ କ୍ରୁନାଲଙ୍କ ମ୍ୟାଚ ଦେଖିବାର କୌଣସି ସୁଯୋଗ ହାତଛଡ଼ା କରନ୍ତି ନାହିଁ।

Share