Posted inଖେଳ

ଚିଠିରେ ‘କ୍ରୁନାଲ ମୋତେ ଧମକ ଦେଇଛନ୍ତି’ ଲେଖି ଇଭେଣ୍ଟରୁ ଓହରିଲେ ହୁଡା

ମୁମ୍ବାଇ,୧୦।୧- ଦେଶର ଘରୋଇ କ୍ରିକେଟ ସିଜନ ଆରମ୍ଭ ହେବା ପୂର୍ବରୁ ବିବାଦରେ ଘେରି ହୋଇଯାଇଛି। ଅଲରାଉଣ୍ଡର ଦୀପକ ହୁଡା ରବିବାର ବରୋଦା କ୍ରିକେଟ ଆସୋସିଏଶନକୁ ଅଭିଯୋଗ ଭରା ପତ୍ର ଲେଖି ଆଗାମୀ ସୟଦ ମୁସ୍ତାକ ଅଲି ଟି୨୦ ଇଭେଣ୍ଟରୁ ଓହରି ଯାଇଛନ୍ତି। ଦଳୀୟ ଅଧିନାୟକ କ୍ରୁନାଲ ପାଣ୍ଡ୍ୟା ପ୍ରାକ୍ଟିସ ସେସନରେ ସାଥି ଖେଳାଳିଙ୍କ ସାମ୍ନାରେ ଗାଳି କରିବା ସହ କ୍ୟାରିୟରର ଶେଷ କରି ଦେବାକୁ ଧମକ ଦେଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି ହୁଡା। ଏଥି ଯୋଗୁ ଘରୋଇ ସିଜନ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ହୁଡ଼ା ଟି୨୦ ଇଭେଣ୍ଟରୁ ଓହରି ଯାଇଛନ୍ତି।

‘ମୁଁ ବରୋଦା ପାଇଁ ୧୧ ବର୍ଷ ହେଲା ଖେଳି ଆସୁଛି। ଏବେ ମଧ୍ୟ ସୟଦ ମୁସ୍ତାକ ଅଲି ଟି୨୦ ଟ୍ରଫି ଲାଗି ଚୂଡ଼ାନ୍ତ ତାଲିକାରେ ମୋତେ ମିଳିଛି ସ୍ଥାନ। ହେଲେ ମୁଁ ବର୍ତ୍ତମାନ ବିଚଳିତ ଓ ଚାପର ବଶବର୍ତ୍ତି ଥିବା ଅନୁଭବ କରୁଛି। ଗତ କିଛି ଦିନ ହେଲା ଦଳର କ୍ୟାପଟେନ କ୍ରୁନାଲ ପାଣ୍ଡ୍ୟା ସାଥି ଖେଳାଳିଙ୍କ ଆଗରେ ମୋତେ ଖରାପ ଭାଷାରେ ଗାଳି କରୁଛନ୍ତି। ରବିବାର ମୁଁ ମୁଖ୍ୟ କୋଚ୍‌ ପ୍ରଭାକରଙ୍କ ଅନୁମତିରେ ଅଭ୍ୟାସ କରୁଥିଲି। ହେଲେ କ୍ରୁନାଲ ନେଟ୍ସରେ ପହଞ୍ଚତ୍ ମୋତେ ଖରାପ ବ୍ୟବହାର କରିଥିଲେ। ତାଙ୍କ ଯୋଗୁ ମୁଁ ଅଭ୍ୟାସ କରି ପାରି ନ ଥିଲି। ବରୋଦା ଦଳ ପକ୍ଷରୁ ମୁଁ କେମିତି ଖେଳିବି, ସେ ଦେଖିନେବେ ବୋଲି ଧମକ ଦେଇଛନ୍ତି। ଆଜି ପର୍ଯ୍ୟନ୍ତ ମୋ କ୍ୟାରିୟରରେ ଏଭଳି ପରିସ୍ଥିତି ଦେଖି ନାହିଁ। ମୁଁ ଆଇପିଏଲରେ ମଧ୍ୟ ଗତ ୭ ବର୍ଷ ହେଲା ଖେଳୁଛି। ଏ ପର୍ଯ୍ୟନ୍ତ ଖୁବ୍‌ ଭଲ ରହିଛି ମୋ ରେକର୍ଡ। ବର୍ତ୍ତମାନ ପରିସ୍ଥିତିରେ ମୋ ଶ୍ରେଷ୍ଠ ପ୍ରଦର୍ଶନ ଦେଇପାରିବି ନାହିଁ’ ବୋଲି ବରୋଦା ପକ୍ଷରୁ ୪୬ ପ୍ରଥମ ଶ୍ରେଣୀ ଓ ୧୨୩ ଟି୨୦ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରିଥିବା ହୁଡା ଲେଖିଛନ୍ତି। ଉଲ୍ଲେଖଥାଉ କି, ଆଇପିଏଲରେ କିଙ୍ଗ୍ସ ଏକାଦଶ ପଞ୍ଜାବ, ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ପାଇଁ ପ୍ରତିନିଧିତ୍ୱ କରିସାରିଛନ୍ତି ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ ।


Enter your email to get our daily news in your inbox.

All Right Reserved By Dharitri.Com

ଯନ୍ତ୍ରୀ-ଠିକାଦାର ମୁହାଁମୁହିଁ: ଜାତିଆଣ ଟିପ୍ପଣୀ ଧମକ ଦେଇ…

ବଲାଙ୍ଗୀର,୨୧ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରାସ୍ତା ଓ କୋଠା ବିଭାଗ ନିର୍ବାହୀ ଯନ୍ତ୍ରୀ ଓ ଠିକାଦାରମାନେ ମୁହାଁମୁହିଁ ହୋଇଛନ୍ତି। ପରସ୍ପର ବିରୋଧରେ ଉଭୟ ପକ୍ଷ ଟାଉନ ଥାନାରେ…

ପାକିସ୍ତାନ କୋଚ ମଧ୍ୟ ବାବର ଆଜମଙ୍କୁ ଅପମାନିତ କଲେ? ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୧।୨: ଶନିବାର ପାକିସ୍ତାନ କ୍ରିକେଟ ଦଳ ସୁପର ୮ରେ ନ୍ୟୁଜିଲାଣ୍ଡ ସହିତ ଖେଳୁଛି। ଦଳ ଗ୍ରୁପ ପର୍ଯ୍ୟାୟରେ ଚାରୋଟି ମ୍ୟାଚ ମଧ୍ୟରୁ ତିନୋଟିରେ ବିଜୟୀ ହୋଇଥିଲା, ତଥାପି…

ଅବକାରୀ ମନ୍ତ୍ରୀଙ୍କ ବଡ଼ ସୂଚନା: ଏଣିକି କାଚ ବୋତଲ ବଦଳରେ ମୋଟା କାଗଜ ଖୋଳରେ ମିଳିବ ମଦ

ଭୁବନେଶ୍ୱର,୨୧ା୨: ଶନିବାର ଗୃହରେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏକ ବଡ଼ ସୂଚନା ଦେଇଛନ୍ତି। ସନାତନ ମହାକୁଡ଼ଙ୍କ ପ୍ରଶ୍ନର ଉତ୍ତରରେ ଅବକାରୀ ମନ୍ତ୍ରୀ ଉତ୍ତର ରଖି କହିଛନ୍ତି,…

ସେମିଫାଇନାଲରେ ପହଞ୍ଚିବା ପାଇଁ ଭାରତକୁ କେତୋଟି ମ୍ୟାଚ ଜିତିବାକୁ ପଡିବ, କେଉଁ ଦଳ ସବୁଠାରୁ ବିପଦଜନକ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୨: ଭାରତୀୟ ଦଳ ICC T20 ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ ସହିତ ସୁପର ୮ରେ ପ୍ରବେଶ କରିଛି। ଏବେ, ଦଳକୁ ଆହୁରି ତିନୋଟି ମ୍ୟାଚ ଜିତିବାକୁ ଅଛି,…

ବନ୍ଧାହେଲେ କୋଟିପତି ଫରେଷ୍ଟର: ୯ ଦାମୀ ପ୍ଲଟ ସହ ମିଳିଥିଲା…

ଭବାନୀପାଟଣା,୨୧।୨(ଉତ୍ତମ କୁମାର ଦାଶ): ଭବାନୀପାଟଣା ରେଞ୍ଜ ଅନ୍ତର୍ଗତ ଭଟାଙ୍ଗପଦର ଫରେଷ୍ଟର ଭାଗବତ ଭୂଷଣ ବେହେରାଙ୍କୁ ଶନିବାର ଗିରଫ କରିଛି ଭିଜିଲାନ୍ସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…

କ୍ରିକେଟ ପାଇଁ ପାଗଳ! ଟିମକୁ ଚିୟର କରିବାକୁ ୬ ପ୍ରଶଂସକ ଖର୍ଚ୍ଚ କରିଦେଲେ ରୋଜଗାରର ଏତିକି ଟଙ୍କା

ନୂଆଦିଲ୍ଲୀ,୨୧।୨: ଜିମ୍ବାୱେ 2026 T20 World Cupରେ ଏକ ବଡ଼ ବିପର୍ଯ୍ୟୟ ଆଣିଛି। ଗ୍ରୁପ ପର୍ଯ୍ୟାୟରେ ଅପରାଜିତ ରହି, ସେମାନେ ଏବେ ସୁପର ୮ରେ ପହଞ୍ଚିଛନ୍ତି। ସେମାନେ…

ଭଡ଼ାଘରୁ ମେଡିକାଲ ରିପ୍ରେଜେଣ୍ଟେଟିଭ୍‌ଙ୍କ ମୃତଦେହ ଜବତ, ପାଟିରୁ ବାହାରିଛି ରକ୍ତ, ୨ ରୁମ୍‌ମେଟ୍‌ ଅଟକ

ରାଉରକେଲା,୨୧ା୨(ସଙ୍ଗୀତା ଜେନା): ଶନିବାର ରାଉରକେଲାର ସିଭିଲ ଟାଉନ୍‌ଶିପ୍‌ ଅଞ୍ଚଳର ଏକ ଭଡ଼ାଘରୁ ଜଣେ ମେଡିକାଲ ରିପ୍ରେଜେଣ୍ଟେଟିଭ୍‌ ଭାଗିରଥୀ ସାହୁଙ୍କ ମୃତଦେହ ଜବତ କରାଯାଇଛି, ଯାହା ସ୍ଥାନୀୟ ଅଞ୍ଚଳରେ…

ଚତୁର୍ଥ ବିବାହ କରିବେ ଶୋଏବ ମଲ୍ଲିକ! ଏହି ଅଭିନେତ୍ରୀଙ୍କୁ…

ଇସଲାମାବାଦ୍‌,୨୧।୨: ପୂର୍ବତନ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ଶୋଏବ ମାଲିକ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ମଲିକ ୨୦୨୪ ଆରମ୍ଭରେ ତୃତୀୟ ଥର ପାଇଁ ପାକିସ୍ତାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri